ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସୁଛି ନୂଆ ବ୍ୟବସ୍ଥା, କମ୍ପ୍ୟୁଟର ନିର୍ଦ୍ଧାରିତ କରିବ ଦକ୍ଷତା

ଏଣିକି ଗାଡ଼ି ଚ଼ଳାଇବାର ସମ୍ପୂର୍ଣ୍ଣ ଦକ୍ଷତା ନ ଥିଲେ ମିଳିବ ନାହିଁ ଡି.ଏଲ୍. ବା ଡ୍ରାଇଭିଂ ଲାଇସେନ୍ସ । ଏକ ସ୍ବତନ୍ତ୍ର ଟେକନୋଲୋଜି ଜରିଆରେ ଚ଼ାଳକଙ୍କ ଦକ୍ଷତା ମପାଯିବ ଓ ତା’ ପରେ ତାଙ୍କୁ ଡି.ଏଲ୍. ଦିଆଯିବ । କମ୍ପ୍ୟୁଟର ହିଁ ନିର୍ଦ୍ଧାରିତ କରିବ କିଏ ପାସ୍ କିଏ ଫେଲ୍ ।

ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସୁଛି ନୂଆ ବ୍ୟବସ୍ଥା, କମ୍ପ୍ୟୁଟର ନିର୍ଦ୍ଧାରିତ କରିବ ଦକ୍ଷତା
ଡ୍ରାଇଭିଂ ଟେଷ୍ଟର ଏକ ଦୃଶ୍ୟ
  • News18 Odia
  • Last Updated: February 8, 2020, 8:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ସ୍ବଚ୍ଛତା ପାଇଁ କିଛି ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ରାଜ୍ୟ ସଡକ ପରିବହନ ବିଭାଗ । ଏହି କ୍ରମରେ ଡ୍ରାଇଭିଂ ଦକ୍ଷତା ଜାଞ୍ଚ ପାଇଁ ସ୍ବୟଂକ୍ରିୟ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକର ବ୍ୟବସ୍ଥା କରାଯିବ । ରାଜ୍ୟର ୧୮ଟି ଆରଟିଓରେ ଥିବା ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ କୁ ଅପଗ୍ରେଡ୍ କରି ସ୍ବୟଂକ୍ରିୟ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକରେ ପରିବର୍ତ୍ତିତ କରିବା ପାଇଁ ନିଷ୍ପତି ଗ୍ରହଣ କରିଛି ବିଭାଗ ।

“ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରି ସାରିଛନ୍ତି । ଖୁବ ଶୀଘ୍ର ଏଥି ଲାଗି ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ ହେବ,” କହିଛନ୍ତି ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା ।

ଏହି ସ୍ବୟଂକ୍ରିୟ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକରେ ଚ଼ାଳକ ନିଜ ଗାଡିକୁ ଚ଼ଳାଇବେ । ଗାଡି ଚଳାଇବା ସମୟରେ ତାଙ୍କର ସମସ୍ତ ପ୍ରକାର ଦକ୍ଷତାକୁ ଏକ ସେନସରଯୁକ୍ତ ସିସିଟିଭି କ୍ୟାମେରା ଦ୍ବାରା ରେକର୍ଡ଼ କରାଯିବ । ପରୀକ୍ଷା ଶେଷ ହେବା ପରେ ପରୀକ୍ଷାର୍ଥୀଙ୍କୁ କେତେ ନମ୍ବର ମିଳିଲା ତାହା ସେଠାରେ ଲାଗିଥିବା କମ୍ପ୍ୟୁଟର ପରଦାରେ ପ୍ରର୍ଦଶିତ ହେବ ।

ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ପ୍ରଥମେ ଲଣିଂ ଲାସନେନ୍ସ ପାଇଁ ଆରଟିଓଗୁଡିକରେ ଲାଗିଥିବା କମ୍ପ୍ୟୁଟରରେ ଟ୍ରାଫିକ ନିୟମ ସମ୍ପର୍କିତ ୧୦ଟି ପ୍ରଶ୍ନର ଉତ୍ତର ଦେବାକୁ ହୋଇଥାଏ । ଏହା ପରେ ଆବେଦନକାରୀଙ୍କ ଡ୍ରାଇଭିଂ ଦକ୍ଷତା ମାପିବା ପାଇଁ ମାନୁଆଲ ଟେଷ୍ଟିଂ ଟ୍ରାକରେ ୨୧ ପ୍ରକାରର ପାରାମିଟରରେ ପରୀକ୍ଷା ଦେବାକୁ ପଡ଼ିଥାଏ। କିନ୍ତୁ ଏହି ନୁଆ ବ୍ୟବସ୍ଥାରେ ସେହି ୨୧ ପ୍ରକାରର ପାରାମିଟର ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟର ନିରୀକ୍ଷଣରେ ରହିବ ।

“କିଛି ଲୋକ ଫେଲ୍‌ ହେବା ପରେ ଏଥି ପାଇଁ ପରୀକ୍ଷା ନେଉଥିବା ଅଧିକାରୀଙ୍କୁ ଦାୟୀ କରିଥାନ୍ତି । କିନ୍ତୁ ଏହି ବ୍ୟବସ୍ଥା ପରେ ଏଭଳି ଅଭିଯୋଗ ରହିବ ନାହିଁ,” କହିଛନ୍ତି କଟକ ଆରଟିଓ ଦୀପ୍ତି ରଞ୍ଜନ ପାତ୍ର।

ପ୍ରଚ଼ଳିତ ମାନୁଆଲ୍‌ ଟେଷ୍ଟିଂ ଟ୍ରାକରେ ପରୀକ୍ଷା ସମୟରେ କିଛି ଲୋକ ଆରଟିଓ କର୍ମଚାରୀଙ୍କୁ ହାତ କରି ଉଭୟ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ମଧ୍ୟ ଡି.ଏଲ୍‌. ପାଇବାରେ ସଫଳ ହେଉଛନ୍ତି । ଏହା ଦ୍ବାରା ଟ୍ରାଫିକ ନିୟମ ବାବଦରେ ଅଜ୍ଞ ଥିବା ଏବଂ ଠିକ୍‌ ଢଙ୍ଗରେ ଗାଡ଼ି ଚ଼ଳାଇବା ଜାଣି ନ ଥିବା ଲୋକେ ଅତି ସହଜରେ ଡି.ଏଲ୍‌. ହାସଲ କରୁଛନ୍ତି, ଯାହା ପରବର୍ତ୍ତୀ ସମୟରେ ଦୁର୍ଘଟଣାର ଅନ୍ୟତମ କାରଣ ହେଉଛି ।

ଖୁବ୍‌ ଶୀଘ୍ର ଲାଗୁ ହେବାକୁ ଥିବା ନୂଆ ବ୍ୟବସ୍ଥାରେ ଟେଷ୍ଟିଂ ଟ୍ରାକରେ ଉଭୟ କ୍ୟାମେରା ଓ ସେନସନର ଲାଗି ପାରିବ । କ୍ୟାମେରା ଟେକନୋଲୋଜିକୁ କେରଳ, ମହାରାଷ୍ଟ, ଦିଲ୍ଲୀ ଓ ଚ଼ଣ୍ଡିଗଡରେ ଗ୍ରହଣ କରାଯାଇଛି । କିଛି ରାଜ୍ୟ ସେନସର ଟେକନୋଲୋଜି ଏବଂ ଆଉ କିଛି ରାଜ୍ୟ ଉଭୟ କ୍ୟାମେରା ଓ ସେନସରର ମିଶ୍ରିତ ଟେକନୋଲଜିକୁ ମଧ୍ୟ ଗ୍ରହଣ କରିଛନ୍ତି । ଓଡିଶା ଉଭୟ କ୍ୟାମେରା ଓ ସେନସରର ମିଶ୍ରିତ ଟେକନୋଲଜିକୁ ଗ୍ରହଣ କରିବାକୁ ଯାଉଛି ।
First published: February 8, 2020, 8:22 PM IST
corona virus btn
corona virus btn
Loading