News18 Odia Digital
କଟକ: ରାଜ୍ୟକୁ ନୂଆ ବର୍ଷର ଆରମ୍ଭରେ ମିଳିବାକୁ ଯାଉଛି ନୂଆ ପୋଲିସ ମୁଖିଆ । ଡିସେମ୍ବର ୩୧ ତାରିଖରେ ବର୍ତ୍ତମାନର ଡି.ଜି.ପି. ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏବେଠୁ ନୂଆ ଡି.ଜି.ପି. ଚୟନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବୁଧବାର ଦିନ ରାଜ୍ୟ ସରକାର ଅଭୟଙ୍କ ଅବସରକୁ ଗ୍ରହଣ କରିଥିବା ନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।
କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିୟମ ଆଧାରରେ ନୂଆ ଡି.ଜି.ପି. ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କିଛି ଅଫିସରଙ୍କ ତାଲିକା ରାଜ୍ୟ ସରକାରଙ୍କ ପକ୍ଷରୁ ୟୁ.ପି.ଏସ୍.ସି.କୁ ଦିଆଯାଇଛି । ୟୁ.ପି.ଏସ୍.ସି.ର ଉଚ୍ଚସ୍ତରୀୟ କମିଟି ତିନି-ଜଣିଆ ଅଫିସରଙ୍କ ତାଲିକା ରାଜ୍ୟ ସରକାରଙ୍କୁ ସୁପାରିସ କରିବ । ଏହି ପ୍ରକ୍ରିୟା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସରିବ । ତା’ ପରେ ତିନି ଜଣ ଅଫିସରଙ୍କ ମଧ୍ୟରୁ କିଏ ନୂଆ ଡି.ଜି.ପି. ହେବେ ତାହା ଚୂଡ଼ାନ୍ତ କରିବେ ରାଜ୍ୟ ସରକାର । ଡିସେମ୍ବର ଶେଷ ସୁଦ୍ଧା ନୂଆ ଡି.ଜି.ପି.ଙ୍କ ନାଁ ରାଜ୍ୟ ସରକାର ପ୍ରକାଶ କରିବେ ବୋଲି ଆଶା କରାଯାଉଛି । ନୂଆ ଡି.ଜି.ପି.ଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅନିୟନ୍ତ୍ରିତ ହୋଇ ଅଡ଼ି କାର୍ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଗଲା; ୧ ମୃତ, ୧୦ ଆହତଅଭୟଙ୍କ ପରେ କିଏ ହୋଇପାରନ୍ତି ଓଡ଼ିଶା ପୋଲିସର ନୂଆ ମୁଖିଆ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଆସନ୍ତା ବର୍ଷ ଶେଷ ସୁଦ୍ଧା ଅବସର ନେବାକୁ ଥିବା ଓଡ଼ିଶା ପୋଲିସରେ କାର୍ଯ୍ୟରତ ପାଞ୍ଚ ଜଣ ବରିଷ୍ଠ ଆଇ.ପି.ଏସ୍. ଅଫିସରଙ୍କ ଉପରେ ସେହି ପଦ ପାଇଁ ଏବେ ସମସ୍ତଙ୍କ ନଜର ରହିଛି । ସେମାନେ ହେଲେ ୧୯୮୬ ବ୍ୟାଚର ଆଇ.ପି.ଏସ୍. ପ୍ରଦୀପ କପୁର ଓ ବିଜୟ କୁମାର ଶର୍ମା; ୧୯୮୭ ବ୍ୟାଚର ଆଇ.ପି.ଏସ୍. ସୁନିଲ୍ ବନସଲ୍, ୧୯୮୮ ବ୍ୟାଚର ଆଇ.ପି.ଏସ୍. ଏନ୍. ଅକ୍ଷୟ ଓ ବିନୟାନନ୍ଦ ଝା ।

ବର୍ତ୍ତମାନର ଡି.ଜି.ପି. ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖରେ ଶେଷ ହେଉଛି ।
ଏହା ବି ପଢ଼ନ୍ତୁ | ପେନସନ୍ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର: ମୋଦି ସରକାର ବଢ଼ାଇ ପାରନ୍ତି ପେନସନ୍ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ଡିଜିପି ହେବାକୁ ଥିବା କୌଣସି ଆଇ.ପି.ଏସ୍. ଅଧିକାରୀଙ୍କ ଅବସର ସମୟ ତାଙ୍କ ଦାୟିତ୍ୱ ଗ୍ରହଣ ପରଠୁ ଅତି କମରେ ଛଅ ମାସ ବାକି ଥିବ କିମ୍ବା ତାଙ୍କ କାର୍ଯ୍ୟକାଳ ଅତି ବେଶୀରେ ଦୁଇ ବର୍ଷ ବାକି ଥିବ । ଏହି ନିୟମ ଯୋଗୁଁ ପରବର୍ତ୍ତୀ ଡି.ଜି.ପି. ତାଲିକାରୁ ଏହି ପାଞ୍ଚ ଆଇ.ପି.ଏସ୍. ଅଧିକାରୀ ବାଦ ପଡ଼ିବେ ।
ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ବିବାହିତା ଯୁବତୀ ନିଜ ୫ ପିଲାଙ୍କୁ ହତ୍ୟା କରିଥିଲେ, ପାଇଲେ ଆଜୀବନ କାରାଦଣ୍ଡଏହି ପାଞ୍ଚ ଆଇ.ପି.ଏସ୍. ଅଧିକାରୀଙ୍କ ପରେ ନୂଆ ଡି.ଜି.ପି. ହେବା ଦୌଡ଼ରେ ପ୍ରଥମେ ଆସୁଛନ୍ତି ୧୯୮୮ ବ୍ୟାଚର ଆଇ.ପି.ଏସ୍. ଅଧିକାରୀ ତଥା ବର୍ତ୍ତମାନ ଜେଲ୍ ବିଭାଗର ଡିଜି ଥିବା ସନ୍ତୋଷ ଉପାଧ୍ୟାୟ । ତାଙ୍କ ଅବସର ସମୟ ୨୦୨୪ ମସିହା ଏପ୍ରିଲ ୨୫ ତାରିଖ ରହିଛି । ବରିଷ୍ଠତା ଦୃଷ୍ଟିରେ ତାଙ୍କ ତଳକୁ ସ୍ବତନ୍ତ୍ର ଡିଜି (କମ୍ୟୁନିକେସନ) ତଥା ୧୯୮୮ ବ୍ୟାଚର ଆଇ.ପି.ଏସ୍. ଅଧିକାରୀ ଅରୁଣ ରାୟ ଅଛନ୍ତି । ୧୯୮୮ ବ୍ୟାଚର ଆଇ.ପି.ଏସ୍. ହୋଇଥିଲେ ମଧ୍ୟ ଅରୁଣ ରାୟଙ୍କ ଅବସର ସମୟ ରହିଛି ୨୦୨୫ ମସିହା ଏପ୍ରିଲ ୭ ତାରିଖ । ଏସ.ଏ.ପି.ର ସ୍ବତନ୍ତ୍ର ଡିଜି ଥିବା ୧୯୮୮ ବ୍ୟାଚର ଆଇ.ପି.ଏସ୍. ଅଧିକାରୀ ମନୋଜ ଛାବ୍ରାଙ୍କୁ ବି ନୂଆ ଡି.ଜି.ପି. ଦୌଡ଼ରେ ଥିବା ଦେଖାଯାଉଛି ।

୧୯୮୮ ବ୍ୟାଚର ଆଇ.ପି.ଏସ୍. ଅଧିକାରୀ ତଥା ବର୍ତ୍ତମାନ ଜେଲ୍ ବିଭାଗର ଡିଜି ଥିବା ସନ୍ତୋଷ ଉପାଧ୍ୟାୟ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIRAL VIDEO | ଶାହରୁଖ ଖାନଙ୍କ ଏହି କଥାରେ ହସିଉଠିଥିଲେ ଅମିତାଭ ବଚ୍ଚନ; ଅଭିଷେକଙ୍କ ବିଷୟରେ ଥିଲା କଥାଟିକିନ୍ତୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ଛଅ ମାସ ଚାକିରୀ କାଳ ବାକି ଥିବା ଆଇ.ପି.ଏସ୍. ଅଧିକାରୀଙ୍କ ତାଲିକାରେ ବି.କେ. ଶର୍ମା ଓ ପ୍ରଦୀପ କପୁରଙ୍କ ନାଁ ରହିଥିଲେ ମଧ୍ୟ ବିଭିନ୍ନ କାରଣରୁ ଏମାନେ ନୂଆ ଡି.ଜି.ପି. ଦୌଡ଼ରେ ରହୁ ନ ଥିବା ଜଣା ପଡ଼ିଛି । ଏବେ ସରକାରୀ ପ୍ରେସର ନିର୍ଦ୍ଦେଶକ ଥିବା ବି.କେ. ଶର୍ମା ‘‘ସରକାରୀ ରୋଷ’’ର ଶିକାର ଥିବା କୁହାଯାଉଛି । ତିନି ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ – ନ୍ୟାସନାଲ୍ ଟେକନିକାଲ୍ ରିସର୍ଚ୍ଚ୍ ଅରଗନାଇଜେସନ୍ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗର ନିର୍ଦ୍ଦେଶକ ପଦରେ – ରହିଥିବା ପ୍ରଦୀପ କପୁର ସେହି ପଦ ଛାଡ଼ି ଓଡ଼ିଶା ପୋଲିସ ଡି.ଜି.ପି. ହେବା ପାଇଁ ଆଗ୍ରହୀ ନ ଥିବା କୁହାଯାଉଛି ।
ଏହା ବି ପଢ଼ନ୍ତୁ | ୨୦୨୧ର ଦୀପାବଳୀରୁ ଏହି ୫ଟି ରାଶି ପାଇଁ ଅତି ଶୁଭ ଫଳ ଆରମ୍ଭ ହୋଇଯାଇଛି; ଜାଣନ୍ତୁ କେଉଁ କେଉଁ ରାଶି ଓ କ’ଣ ଫଳଓଡ଼ିଶା ପୋଲିସ ମୂଖ୍ୟାଳୟର ଏକ ନିର୍ଭରଯୋଗ୍ୟ ସୂତ୍ରରୁ
ନ୍ୟୁଜ18 ଓଡ଼ିଆ ଡିଜିଟାଲକୁ ମିଳିଥିବା ସୂଚନା ମୂତାବକ ଡି.ଜି.ପି. ଅଭୟ ପ୍ରଦୀପ କପୁରଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ପ୍ରଦୀପ କପୁରଙ୍କ ବରିଷ୍ଠତା ଓ ଅଭିଜ୍ଞତା ଯୋଗୁଁ ସେ ଓଡ଼ିଶା ପୋଲିସର ଡି.ଜି.ପି. ପଦବୀ ପାଇଁ ଅନ୍ୟମାନଙ୍କ ଠାରୁ ଅଧିକ ଯୋଗ୍ୟ ବୋଲି ଅଭୟ ରାଜ୍ୟ ସରକାରଙ୍କୁ ଅବଗତ ମଧ୍ୟ କରାଇଛନ୍ତି । ଆଉ ଏକ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ଦୁଇ ମାସ ତଳେ ପ୍ରଦୀପ କପୁର ଓଡ଼ିଶା ଆସିଥିଲେ ଓ ନିଜର ପାଞ୍ଚ ଦିନର ରହଣି ସମୟରେ ସେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ବି ଭେଟିଥିଲେ । କିନ୍ତୁ ସେହି ସମୟରେ ତାଙ୍କୁ ଆଗାମୀ ଡି.ଜି.ପି. ପଦ ପାଇଁ ସରକାରୀ ଅଫର୍ ଦିଆଯାଇଥିଲେ ବି ସେ ଏନେଇ ସ୍ପଷ୍ଟ ମତ ଦେଇ ନ ଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।