ଆଜି ରଣଜୀ ଟ୍ରଫି କ୍ବାଟରଫାଇନାଲ ମ୍ୟାଚ଼ରେ ବେଙ୍ଗଲ୍ ସହ ଓଡ଼ିଶାର ମୁକାବିଲା; କର ବା ମର ସ୍ଥିତି

ଟାଙ୍ଗୀ ଡିମ୍ସ ଗ୍ରାଉଣ୍ଡରେ ଆଜି ବେଙ୍ଗଲକୁ ପରାସ୍ତ କରିବା ପାଇଁ ଓଡ଼ିଶା ପ୍ରସ୍ତୁତ ହୋଇ ଅଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଏ ପର୍ଯ୍ୟନ୍ତ ଓଡ଼ିଶାର ପ୍ରଦର୍ଶନ ଭଲ ଥିବାରୁ ବିଜୟର ଆଶା ଅଧିକ ରହିଛି ।

ଆଜି ରଣଜୀ ଟ୍ରଫି କ୍ବାଟରଫାଇନାଲ ମ୍ୟାଚ଼ରେ ବେଙ୍ଗଲ୍ ସହ ଓଡ଼ିଶାର ମୁକାବିଲା; କର ବା ମର ସ୍ଥିତି
ବେଙ୍ଗଲ୍‌ ଟିମ୍‌ର ଖେଳାଳିମାନେ ବୁଧବାର ହାଲୁକା କସରତ୍‌ କରୁଛନ୍ତି ।
  • News18 Odia
  • Last Updated: February 20, 2020, 1:37 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଜି ରଣଜୀ ଟ୍ରଫିର କ୍ବାଟରଫାଇନାଲରେ କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ମୁହାଁମୁହିଁ ହେଉଛନ୍ତି ଓଡ଼ିଶା ଓ ବେଙ୍ଗଲର କ୍ରିକେଟ ଟିମ୍‌ । ଏହି ମ୍ୟାଚ ପାଇଁ ଦୁଇ ଦିନ ଧରି ନେଟ୍ସ ଅଭ୍ୟାସ କରିଛନ୍ତି ଦୁଇ ଦଳର ଖେଳାଳିମାନେ । ଓଡ଼ିଶା ଟିମ୍‌ ଏହି ସିଜିନରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିବାରୁ ବେଙ୍ଗଲ୍‌ ସହିତ ଏହି ମ୍ୟାଚରେ ମଧ୍ୟ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲକୁ ଯିବ ବୋଲି ଆଶା କରାଯାଉଛି ।

ଉଭୟ ଦଳ ପାଇଁ ଆଜିର ଏହି ମ୍ୟାଚ଼ ଗୁରୁତ୍ବପୂର୍ଣ୍ଣ । ନିଜ ହୋମ ଗ୍ରାଉଣ୍ଡରେ ମ୍ୟାଚ଼ଟି ହେଉଥିବାରୁ ଓଡିଶାକୁ ଏହାର ଲାଭ ମଳିବ । ଓଡିଶାର ବୋଲରମାନେ ସିଜନ୍‌ ଆରମ୍ଭରୁ ନିଜର ଦବଦବା ଜାରି ରଖିଥିବା ବେଳେ ଏବେ ଟିମର ଅଧିକାଂଶ ବ୍ୟାଟ୍ସମ୍ୟାନ ବି ନିଜନିଜର ଫର୍ମ ଫେରି ପାଇଛନ୍ତି ।

“ପେସ୍ ଆଟାକ୍ ଆମ ଟିମର ସବୁ ଠାରୁ ବଡ ଅସ୍ତ୍ର । ଆମ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଫର୍ମ ଫେରି ପାଇ ସାରିଛନ୍ତି । ପୂର୍ବ ମ୍ୟାଚ଼ଗୁଡିକରେ ଭଲ ପଦର୍ଶନ କରିଥିବାରୁ ଏହି ମ୍ୟାଚ଼କୁ ଆମେ ଭୟମୁକ୍ତ ହୋଇ ଖେଳିବୁ । କେବଳ ଏହି ମ୍ୟାଚ଼ ନୁହେଁ, ଚ଼ଳିତ ସଜିନରେ ରଣଜୀ ଟ୍ରଫିକୁ ହାତରେ ଧରିବା ଲାଗି ଆମ ଖେଳାଳିମାନେ ସଙ୍କଳ୍ପବଦ୍ଧ ଅଛନ୍ତି,” କହିଛନ୍ତି ଓଡିଶା ରଣଜୀ ଟିମର କୋଚ଼ ରଶ୍ମୀରଞ୍ଜନ ପରିଡା ।

ମ୍ୟାଚ଼ର ଫଳାଫଳ ଓଡିଶା ପଟକୁ ଢଳିବାର ସମ୍ଭାବନା ଥିଲେ ମଧ୍ୟ ବେଙ୍ଗଲ୍‌ ଟିମକୁ ବିଲକୁଲ୍‌ କମ୍‌ କରି ଆକଳନ କରାଯାଇ ପାରିବ ନାହିଁ । ବେଙ୍ଗଲ୍‌ ଟିମରେ ଅଧିନାୟକ ମନୋଜ ତିୱାରୀ ଓ ଅର୍ଣ୍ଣବ ନନ୍ଦିଙ୍କ ଭଳି ବ୍ୟାଟ୍ସମ୍ୟାନ ଥିବା ବେଳେ ସେହବାଜ୍‌ ଅହମ୍ମଦ୍‌ ଓ ଆକାଶ ଦୀପଙ୍କ ଭଳି ବୋଲରଙ୍କ ପ୍ରଦର୍ଶନ ମଧ୍ୟ ଚ଼ଳିତ ସିଜନରେ ବେଶ ଭଲ ରହିଛି ।

“ଗତ କିଛି ବର୍ଷ ମଧ୍ୟରେ ବେଙ୍ଗଲ୍‌ ଟିମ୍‌ ଭଲ କ୍ରିକେଟର ପ୍ରଦର୍ଶନ କରି ରଣଜୀର ଦୁଇ ନମ୍ବର ସ୍ଥାନରେ ରହିଛି । କିନ୍ତୁ ଓଡିଶାକୁ ଓଡିଶାରେ ପରାସ୍ତ କରିବା ବେଙ୍ଗଲ୍‌ ପାଇଁ କାଠିକର ପାଠ ହେବ,” କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ ।

ପୂର୍ବରୁ ରଣଜୀ ଟ୍ରଫିର କ୍ବାଟର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ  ସେମିଫାଇନାଲରେ ପହଞ୍ଚିବା ଏବେ ବି ଓଡିଶା ଟିମ୍‌ ପାଇଁ ସ୍ବପ୍ନ ହୋଇ ରହିଛି । କିନ୍ତୁ ଚ଼ଳିତ ରଣଜୀ ସିଜିନରେ ଦଳର ପ୍ରଦର୍ଶନକୁ ଦେଖିଲେ ସେମିଫାଇନାଲକୁ ଯିବାର ଆଶା ଉଜ୍ବଳ ରହିଛି । ଆଜିର ଏହି ମ୍ୟାଚ଼ ଟିମ୍‌ ପାଇଁ କର ବା ମର ସ୍ଥିତି ଉତ୍ପନ୍ନ କରିଛି ।
First published: February 20, 2020, 1:37 AM IST
corona virus btn
corona virus btn
Loading