ମ୍ୟାଟ୍ରିକ୍ ପରୀକ୍ଷା: CBSEର ଘୋଷଣା ପରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିବାକୁ ଆଗଭର

ରାଜ୍ୟରେ ମ୍ୟାଟ୍ରିକ୍ ଓ ପ୍ଲସ୍-ଟୁ ବୋର୍ଡ଼ ପରୀକ୍ଷା କରାଇବା ଉପରେ ଖୁବ ଶୀଘ୍ର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ଖାଲି ପରୀକ୍ଷା ନୁହେଁ, ସ୍କୁଲ ଖୋଲିବା ଓ ପରୀକ୍ଷା ପୂର୍ବରୁ ପିଲାଙ୍କୁ ପାଠ ପଢ଼ାଇବା ନେଇ ଜଲଦି ଆଲୋଚନା ହେବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ମ୍ୟାଟ୍ରିକ୍ ପରୀକ୍ଷା: CBSEର ଘୋଷଣା ପରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିବାକୁ ଆଗଭର
ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ (ଡାହାଣ) ଏକ ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ (ଫାଇଲ୍ ଫଟୋ)
  • News18 Odia
  • Last Updated: January 1, 2021, 8:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସିବିଏସଇ ବୋର୍ଡ଼ ପରୀକ୍ଷା ତାରିଖ ଘୋଷଣା କରିଦେବା ପରେ ଚିନ୍ତାରେ ଅଛନ୍ତି ଓଡ଼ିଶା ବୋର୍ଡ଼ର ଛାତ୍ରଛାତ୍ରୀମାନେ । ରାଜ୍ୟ ସରକାର ଆଶ୍ୱସ୍ତି ଦେଇଥିଲେ ଯେ ଖୁବ୍‌ ଶୀଘ୍ର ପାଠପଢ଼ା ଓ ପରୀକ୍ଷା ନେଇ ନିଆଯିବ ନିଷ୍ପତ୍ତି । ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସିବିଏସଇ ଢାଞ୍ଚାରେ ପରୀକ୍ଷା ଦେଉଥିବା ହେତୁ ଖୁବ୍‌ ଶୀଘ୍ର ରାଜ୍ୟରେ ବୋର୍ଡ଼ ପରୀକ୍ଷା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଶିକ୍ଷାବିତମାନେ କହିଛନ୍ତି ସରକାର ତୁରନ୍ତ ସ୍କୁଲ ଖୋଲି ପାଠ ପଢ଼ା ଆରମ୍ଭ କରିବା ଉଚିତ ।

ଡିସେମ୍ବର ମାସ ସରି ଜାନୁଆରୀ ଆରମ୍ଭ ହୋଇଥିଲେ ବି ରାଜ୍ୟରେ କେବେ ସ୍କୁଲ ଖୋଲିବ ଓ କେବେ ପରୀକ୍ଷା ହେବ ତାକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀମାନେ । ସିବିଏସଇ ମୋ ୪ରୁ ଜୁନ୍‌ ୧୦ ମଧ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ଼ ପରୀକ୍ଷା କରିବ ବୋଲି ତାରିଖ ଘୋଷଣା କରିବା ପରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଦ୍‌ବେଗ ବଢ଼ିଛି । ସେମାନଙ୍କ ହାତରେ ମାତ୍ର ଚାରି ମାସ ସମୟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | CCTV: ଇଣ୍ଡିକେଟର୍ ଦେଇ ଗାଡ଼ି ମୋଡ଼ିଦେଲା; ପଛରୁ ଆକ୍ଟିଭାରେ ଆସୁଥିବା ଝିଅଟିର ମୃତ୍ୟୁ ହେଲା

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସିବିଏସଇ ଢାଞ୍ଚାରେ ପରୀକ୍ଷା ଦେଉଥିବା ଯୋଗୁଁ ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା । ଖୁବ ଶୀଘ୍ର ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ଖାଲି ପରୀକ୍ଷା ନୁହେଁ, ସ୍କୁଲ ଖୋଲିବା ଓ ପାଠ ପଢ଼ାଇବା ନେଇ ଆଲୋଚନା ହେବା ପରେ ବିଭାଗ ଖୁବ୍‌ ଶୀଘ୍ର ଜଣାଇବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

‘‘ସିବିଏସଇ ଢାଞ୍ଚାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ତେଣୁ ଖୁବ୍‌ ଶୀଘ୍ର ଏକ ବୈଠକ ବସି ସାମଗ୍ରିକ ଭାବେ ସ୍କୁଲ ଖୋଲିବା ପାଠ ପଢ଼ାଇବା ଓ ପରୀକ୍ଷା ଆୟୋଜନ କରିବା ବିଷୟରେ ନିଷ୍ପତ୍ତି ନିଆଯିବ,’’ କହିଛନ୍ତି ଦାଶ ।

ଏହା ବି ପଢ଼ନ୍ତୁ | ସିଟ୍ରେ ବସିବାକୁ ନେଇ ଝଗଡ଼ା ପରେ ହାଇ ସ୍କୁଲ୍ ଛାତ୍ର ନିଜ ସାଥିକୁ କ୍ଲାସ୍ରେ ଗୁଳି ମାରି ହତ୍ୟା କଲା

ଆସନ୍ତା ମାର୍ଚ୍ଚ ୧ରୁ ସିବିଏସଇର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ମେ ୪ରୁ ଜୁନ ୧୦ ମଧ୍ୟରେ ହେବ ଥିଓରୀ ପରୀକ୍ଷା। ଜୁଲାଇ ମାସ ୧୫ ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ଓଡ଼ିଶାରେ ବୋର୍ଡ଼ ପରୀକ୍ଷା କରାଇବା ପୂର୍ବରୁ ତୁରନ୍ତ ସ୍କୁଲ ଖୋଲାଯାଉ ଓ ପାଠ ପଢ଼ାଯାଉ ବୋଲି ଶିକ୍ଷାବିତମାନେ ଦାବି କରିଛନ୍ତି । ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଇବା ସହ ରାଜ୍ୟ ସରକାର ସେମାନଙ୍କୁ ବୋର୍ଡ଼ ପରୀକ୍ଷାର ସାମନା କରିବା ପାଇଁ ଯଥେଷ୍ଟ ସମୟ ଦିଅନ୍ତୁ ବୋଲି ସେମାନେ ମତ ରଖିଛନ୍ତି ।

ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: SSC CGLରେ ,୦୦୦ରୁ ଅଧିକ ଖାଲି ପଦ ପାଇଁ ବିଜ୍ଞପ୍ତି ବାହାରିଛି; ଆବେଦନ କରନ୍ତୁ

‘‘ବର୍ତ୍ତମାନ ନିଷ୍ପତ୍ତି ନେବାର ସମୟ ଆସିଛି । ସରକାର ପ୍ରଥମେ ସ୍କୁଲ ଖୋଲନ୍ତୁ । ବୋର୍ଡ଼ ପରୀକ୍ଷା ପୂର୍ବରୁ ଶ୍ରେଣୀ ଗୃହ ଶିକ୍ଷାଦାନ ନିହାତି ଆବଶ୍ୟକ । ନଚେତ ବିନା ପାଠପଢ଼ାରେ ପିଲାଙ୍କ ପରୀକ୍ଷା ନେବା ଅର୍ଥ ପିଲାଙ୍କ ଭବିଷ୍ୟତ ସହ ଖେଳିବା ହେବ,’’ କହିଛନ୍ତି ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ ।



ରାଜ୍ୟରେ କେବେ ସ୍କୁଲ ଖୋଲିବ, କେଉଁ ଶ୍ରେଣୀରେ ପିଲାମାନେ ସ୍କୁଲ ଆସିବେ ଓ କ’ଣ ରହିବ ଗାଇଡ଼ଲାଇନ ଏହା ଉପରେ ଏବେ ସଭିଙ୍କ ନଜର ।
Published by: Anand Shankar Thankur Das
First published: January 1, 2021, 8:53 PM IST
corona virus btn
corona virus btn
Loading