୨୬ ଫେବୃୟାରୀ ଭାରତ ବନ୍ଦ; GST ସରଳିକରଣ ନେଇ ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ବନ୍ଦ ଡ଼ାକରା
ଜିଏସଟିର (GST) ସରଳିକରଣ ତଥା ବିଭିନ୍ନ ପ୍ରକାର ଖାଦ୍ୟପେୟ ଉପରେ ଜିଏସଟି ପ୍ରତିଶତ କମ୍ କରିବା ଦାବିରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଦେଇଥିବା ଭାରତ ବନ୍ଦ ଡାକରାକୁ ଏହି ଦିନ ରାଜ୍ୟ ବ୍ୟବସାୟୀ ମହାସଂଘ ସମର୍ଥନ କରିବାକୁ ଘୋଷଣା କରିଛି ।

୨୬ ଫେବୃୟାରୀ ଭାରତ ବନ୍ଦ
- News18 Odia
- Last Updated: February 16, 2021, 6:38 PM IST
ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ପରେ ଆସନ୍ତା ୨୬ ତାରିଖ ଶୁକ୍ରବାର ଦିନ ଓଡ଼ିଶା ବ୍ୟବସାୟୀ ମହାସଂଘ ଆଉ ଏକ ବନ୍ଦ ଡାକରା ଦେଇଛି । ଜିଏସଟିର (GST) ସରଳିକରଣ ତଥା ବିଭିନ୍ନ ପ୍ରକାର ଖାଦ୍ୟପେୟ ଉପରେ ଜିଏସଟି ପ୍ରତିଶତ କମ୍ କରିବା ଦାବିରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଦେଇଥିବା ଭାରତ ବନ୍ଦ ଡାକରାକୁ ଏହି ଦିନ ରାଜ୍ୟ ବ୍ୟବସାୟୀ ମହାସଂଘ ସମର୍ଥନ କରିବାକୁ ଘୋଷଣା କରିଛି । ଆସନ୍ତା ୨୬ ଫେବୃୟାରୀ ଶୁକ୍ରବାର ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡ଼ାକରା ଦିଆଯାଇଛି ।
ସେ ଆହୁରି କହିଛନ୍ତି ଯେ, " ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ଦେଇଥିବା ୧୨ ଘଣ୍ଟିଆ ବନ୍ଦ ଡାକାରାରେ ରାଜ୍ୟର ସମସ୍ତ ଛୋଟବଡ଼ ବ୍ୟବସାୟୀ ମାନେ ସାମିଲ ହେବେ। ଏଥିପାଇଁ ସମସ୍ତ ଛୋଟ, ବଡ଼ ବ୍ୟବସାୟୀଙ୍କୁ ଆମେ ନିବେଦନ କରିଛୁ । ୨୬ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତନାମ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏ ନେଇ ଆମେ ବିଭିନ୍ନ ବ୍ୟାନସାୟୀକ ସଙ୍ଘକୁ ମଧ୍ଯ ନିବେଦନ କରିଛୁ । ବିଭିନ୍ନ ସଙ୍ଘ ମଧ୍ୟ ବନ୍ଦକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ରଖିଛନ୍ତି । ତେଣୁ ଆମେ ଆଶା କରୁଛୁ ଏହି ୨୬ ତାରିଖ ବନ୍ଦ ସଫଳ ହେବ । "
"ବନ୍ଦ ବେଳେ ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ଶାନ୍ତି ଶୃଙ୍ଖଳାର ସହିତ ପ୍ରତିବାଦ କରିବେ । ବିଭିନ୍ନସ୍ଥାନରେ ଲୋକଙ୍କୁ ପ୍ରତିବାଦର କାରଣ ବୁଝାଇବେ । ତେବେ ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକୀୟ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି । ସେ ଭିତରେ ଆମ୍ବୁଲାନ୍ସ, ଡାକ୍ତର ଖାନା ଯାଉଥିବା ବ୍ୟକ୍ତି ବିଶେଷ, ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକୀୟ ସେବା ପ୍ରଦାନକାରୀ ସଂସ୍ଥା ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବନ୍ଦରୁ ବାଦ ଦିଆଯାଇଛି, " କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘର ମହା ସୁଧାକର ପଣ୍ଡା ।
ବ୍ୟବସାୟୀ ମହାସଂଘ କହିଛି ଯେ ରାଜ୍ୟର ସମସ୍ତ ଛୋଟବଡ଼ ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏଥିରେ ସାମିଲ ହେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ସେମାନଙ୍କ ଭିତରେ ଅଛନ୍ତି ସାଧାରଣ ବୁଲା ବିକାଳୀଙ୍କଠାରୁ ଆରମ୍ଭ କରି ମଧ୍ୟମ ଓ ବଡ଼ ବ୍ୟବସାୟୀ ମାନେ ଏହି ପ୍ରତିବାଦରେ ସାମିଲ ହେବାକୁ ସମ୍ମତି ପ୍ରଦାନ କରିଛନ୍ତି । "
ତେବେ ଖୁଚୁରା ବ୍ୟବସାୟୀ ଓ ସାଧାରଣ ଖାଉଟି ଏଭଳି ବାରମ୍ବାର ବନ୍ଦ ଡାକରା ଠିକ ନୁହେଁ ବୋଲି ମତ ରଖିଛନ୍ତି । " ନିହାତି ଭାବରେ ଜିଏସଟି ଏବେ ସରଳିକରଣ ହେବା ଦରକାର । କିନ୍ତୁ ତାହା ଠିକଣା ଭାବରେ ହେବା ଉଚିତ । ବାରମ୍ବାର ବନ୍ଦ ଡାକରା ଠିକ ନୁହେଁ," କହିଛନ୍ତି ଖୁଚୁରା ବ୍ୟବସାୟୀ ସୁଜିତ ବେହେରା । ସେହିଭଳି ସାଧାରଣ ଖାଉଟି ବଳରାମ ଲେଙ୍କା ମଧ୍ୟ ଏଭଳି ବାରମ୍ବାର ବନ୍ଦ ଡାକରାକୁ ବିରୋଧ କରିଛନ୍ତି ।