ପୁରୀର ପରିଚିତି: ଲେଖାଶ୍ରୀଙ୍କୁ କୌଣସି ମନ୍ଦିରରେ ପୂରେଇ ଦେବନି ବୋଲି କହିଲା ସେବାୟତ ସଙ୍ଘ

ଓଡ଼ିଶାର ଗୌରବ ଉପରେ ଲୋକେ ପ୍ରଶ୍ନ ପଚାରୁଥିବାରୁ ସେହି କଥା ଉଠାଇଥିବା କହିଛନ୍ତି ଲେଖାଶ୍ରୀ । ହେଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଲେଖାଶ୍ରୀ ‘‘ନିର୍ବୋଧତା ଓ ଅହଙ୍କାର’’ର ପ୍ରଦର୍ଶନ କରିଛନ୍ତି ଓ ତୁରନ୍ତ କ୍ଷମା ମାଗିବା ଉଚିତ ।

ପୁରୀର ପରିଚିତି: ଲେଖାଶ୍ରୀଙ୍କୁ କୌଣସି ମନ୍ଦିରରେ ପୂରେଇ ଦେବନି ବୋଲି କହିଲା ସେବାୟତ ସଙ୍ଘ
ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଓ (ଡାହାଣ) ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର
  • News18 Odia
  • Last Updated: November 18, 2020, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପୁରୀର ପରିଚିତି ଉପରେ ନିଜ ମନ୍ତବ୍ୟକୁ ଭୁଲ ବୋଲି ମାନିବାକୁ ନାରାଜ ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସେ ଓଲଟି କହିଛନ୍ତି ଯେ ଶାସକ ଦଳ ବିଜେଡି ପାଖରେ ପ୍ରସଙ୍ଗ ନାହିଁ ବୋଲି ତାଙ୍କୁ ଏକ ପ୍ରସଙ୍ଗ ବନାଯାଉଛି ଓ ‘‘କଳାପାହାଡ଼ର ଭଉଣୀ’’ ବୋଲି କହି ଅପମାନିତ କରାଯାଉଛି । ଜବାବରେ ବିଜେଡି କହିଛି ଯେ ଏହି ‘‘ଅହଙ୍କାର’’ ପାଇଁ ଲେଖାଶ୍ରୀ କ୍ଷମା ମାଗିବା ଉଚିତ । ଏବେ ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁଁ ଦରକାର ପଡ଼ିଲେ ତାଙ୍କୁ କୌଣସି ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ ।

ପୁରୀର ପରିଚିତିକୁ ନେଇ ନଭେମ୍ବର ୧୩ ତାରିଖରେ ଡେଲାଙ୍ଗରେ ଏକ ସଭାରେ ଦେଇଥିବା ମନ୍ତବ୍ୟ ପାଇଁ ଲେଖାଶ୍ରୀଙ୍କୁ ବିରୋଧୀମାନେ ଜୋରଦାର ଟାର୍ଗେଟ କରିଛନ୍ତି । କିଏ କହିଛି ତାଙ୍କ ବିବୃତି ହାସ୍ୟାସ୍ପଦ ତ ଆଉ କିଏ କହିଛି ସେ ତୁରନ୍ତ କ୍ଷମା ମାଗିବା ଉଚିତ । ହେଲେ ଏ ସବୁରୁ କିଛି ଫରକ ପଡ଼ିନାହିଁ ଲେଖାଶ୍ରୀଙ୍କ ଉପରେ । ନିଜ ମନ୍ତବ୍ୟକୁ ଭୁଲ ବୋଲି ମାନିନାହାନ୍ତି ଲେଖାଶ୍ରୀ । ଓଲଟି ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି ସେ ।

ଏହା ବି ପଢ଼ନ୍ତୁ | ପୁରୁଷ ଭାବରେ ଲାଳିତ ପାଳିତ ହୋଇ ବଡ଼ ହୋଇଥିବା ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଗର୍ଭବତୀ ହେଲେ; ତାଙ୍କର ଗର୍ଭାଶୟ ମିଳିଲା

ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଭାପତି କାମେଶ୍ୱର ତ୍ରିପାଠୀ (ବାମ)


ଦୀପାବଳି ଅବସରରେ ଡେଲାଙ୍ଗ ଅଞ୍ଚଳରେ 'ଭୋକାଲ ଫର ଲୋକାଲ' କାର୍ଯ୍ୟକ୍ରମରେ ଲେଖାଶ୍ରୀ କହିଥିଲେ ଯେ ଲୋକେ ପୂର୍ବରୁ ଭାବୁଥିଲେ ଯେ ପୁରୀ କୋଲକାତାରେ, ଆଉ ୨୦୧୯ରେ ବିଜେପିର ସମ୍ବିତ ପାତ୍ର ପୁରୀରୁ ନିର୍ବାଚନ ଲଢ଼ିବା ପରେ ପୁରୀ ଓଡ଼ିଶାରେ ବୋଲି ଲୋକେ ଜାଣିଲେ । ଏହି ମନ୍ତବ୍ୟକୁ ନେଇ ଲେଖାଶ୍ରୀଙ୍କୁ ଘେରିଛନ୍ତି ପ୍ରତିପକ୍ଷ ।

ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

‘‘ଆମେ ଯେତେବେଳେ ଓଡ଼ିଶା ବାହାରକୁ ଯାଉଁ ଲୋକେ ଆମକୁ ପଚାରୁଛନ୍ତି ଏ ସ୍ଥାନଗୁଡ଼ିକ କେଉଁଠି । ସେମାନଙ୍କର ସାଧାରଣ ଜ୍ଞାନ କମ୍‌ ହୋଇଥାଇପାରେ, ମାତ୍ର ସେମାନେ ଏହି ପ୍ରଶ୍ନ ପଚାରୁଛନ୍ତି । ଆମକୁ କଷ୍ଟ ଲାଗୁଛି ବୋଲି ଆମେ କହିଲୁ । ଯଦି ଓଡ଼ିଆ ରୂପେ ଓଡ଼ିଶାର ଗୌରବକୁ ନେଇ ଆମେ ଗର୍ବିତ ହୋଇ ନ ପାରୁଛୁ ଓ ଲୋକେ ପ୍ରଶ୍ନ ପଚାରୁଛନ୍ତି, ତେବେ ସେ କଥା କହିବାରୁ ଆମେ ଶତୃ ହୋଇଗଲୁ?’’ ପଚାରିଛନ୍ତି ଲେଖାଶ୍ରୀ ।

ବିଜେଡି ବିଧାୟିକା ପ୍ରମୀଳା ମଲ୍ଲିକ କହିଛନ୍ତି ଯେ ଲେଖାଶ୍ରୀ ଅବିଳମ୍ବେ କ୍ଷମା ମାଗିବା ଉଚିତ । ‘‘କାହାକୁ ନେଇ ସେ ପ୍ରଭୁ ଜଗନ୍ନାଥଙ୍କ ତୁଳନା କରୁଛନ୍ତି? ଏଇଟା ତାଙ୍କର ନିର୍ବୋଧତା । ସେ ଏ ପର୍ଯ୍ୟନ୍ତ କ୍ଷମା ନ ମାଗି କଥା ବୁଲାଉଛନ୍ତି କାହିଁକି? ତାଙ୍କର ଯଦି ଏମିତି ନିର୍ବୋଧତା ଓ ଅହଙ୍କାର ରହିବ ତେବେ ତା’ର କ’ଣ ପ୍ରତିକାର ଅଛି?’’ ପଚାରିଛନ୍ତି ମଲ୍ଲିକ ।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର


ଲେଖାଶ୍ରୀଙ୍କ ମନ୍ତବ୍ୟ ଉଭୟ ଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମ ପ୍ରତି ଅପମାନ ବୋଲି କହିଛି ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ । ତେଣୁ ଦରକାର ପଡ଼ିଲେ କୌଣସି ମନ୍ଦିରରେ ଲେଖାଶ୍ରୀଙ୍କୁ କୌଣସି ମନ୍ଦିର ଭିତରକୁ ପୂରେଇ ନ ଦେବାକୁ ଚେତାଇ ଦେଇଛି ସଙ୍ଘ ।

ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ

‘‘ସେ (ଲେଖାଶ୍ରୀ) ଜଗନ୍ନାଥଙ୍କ ଉପରେ ଯେଉଁ କୁଠାରାଘାତ କରିଛନ୍ତି ତା’ ଯୋଗୁଁ ପୂରା ସମାଜ ନିନ୍ଦିତ ହେଲାଣି । ସାରା ସନାତନ ଧର୍ମକୁ ଆପଣ ଅପମାନିତ କରିଛନ୍ତି । ଏଥି ପାଇଁ ଆପଣଙ୍କୁ ମନ୍ଦିର ସେବାୟତ ସଙ୍ଘ କେବେ କ୍ଷମା ଦେବ ନାହିଁ । ରାଜରାସ୍ତାରେ ବିରୋଧ କରିବ । ଆଉ ଦରକାର ପଡ଼ିଲେ ଏମିତି ଧର୍ମଦ୍ରୋହୀମାନଙ୍କୁ କୌଣସି ମନ୍ଦିରରେ ପୂରେଇ ଦେବୁନି ଆମେ,’’ କହିଛନ୍ତି ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଭାପତି କାମେଶ୍ୱର ତ୍ରିପାଠୀ ।



ପୁରୀର ପରିଚିତିକୁ ନେଇ ଚାଲିଥିବା ଏହି ରାଜନୈତିକ ବିବାଦ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସ୍ପଷ୍ଟ କରିଦେଇଛନ୍ତି ଯେ ଶ୍ରୀକ୍ଷେତ୍ର ପୁରୀ ହେଉଛି ସାରା ବ୍ରହ୍ମାଣ୍ଡର କେନ୍ଦ୍ର । ‘‘ବିଶ୍ବରେ ଓଡ଼ିଶାକୁ ଚିହ୍ନିବା ପାଇଁ ବହୁ କାରଣ ରହିଛି, ହେଲେ ଓଡ଼ିଶାକୁ ଚିହ୍ନିବାର ପ୍ରମୁଖ କାରଣ ହେଉଛନ୍ତି ପୁରୀ ଓ ପ୍ରଭୁ ଶ୍ରୀଜଗନ୍ନାଥ । ପୁରୀରୁ ନିର୍ବାଚନ ଲଢ଼ିବା ମୋ’ ପାଇଁ ଗୌରବର ବିଷୟ ଥିଲା… ମୁଁ ଏକ ସାଧାରଣ ପରିବାରରୁ ଆସିଛି । ପୁରୀରୁ ନିର୍ବାଚନ ଲଢ଼ିବାରୁ ଲୋକେ ମୋତେ ଚିହ୍ନିଲେ,’’ କହିଛନ୍ତି ପାତ୍ର ।
Published by: Anand Shankar Thankur Das
First published: November 18, 2020, 11:54 PM IST
corona virus btn
corona virus btn
Loading