ରାଜଧାନୀର ବିଭିନ୍ନ ବାର ଉପରେ ଅତର୍କିତ ଚଢ଼ାଉ: ୪ଟି ବାର ସିଲ କଲା କମିଶନରେଟ୍ ପୋଲିସ
ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର, ଖାରବେଳନଗର, କ୍ୟାପିଟାଲ ଥାନା ଓ ଖଣ୍ଡଗିରି ଥାନା ଅଧୀନରେ ଥିବା ବାର ଗୁଡି଼କରେ ରେଡ କରାଯାଇଛି । ଚଢ଼ାଉ ପରେ ଅଜିତ, ମେଡବୁର ଓ ଦୀପାଲି ବାରକୁ ସିଲ କରାଯାଇଛି ।

ରାଜଧାନୀର ବିଭିନ୍ନ ବାର ଉପରେ ଅତର୍କିତ ଚଢ଼ାଉ
- News18 Odia
- Last Updated: December 14, 2020, 1:34 PM IST
ଭୁବନେଶ୍ୱର: ରାଜ୍ୟରେ କମିଶନରେଟ୍ ପୋଲିସ ତରଫରୁ ୨୧ଟି ବାର ଉପରେ ଚଢ଼ାଉ କରାଯାଇଛି । ଏହି ବାର ଗୁଡିକ କୋଭିଡ କଟକଣା ଓ ଅବକାରୀ ଆଇନର ଉଲଂଘନ କରୁଥିବର ପୋଲିସକୁ ସୂଚନା ମିଳିଥିଲା । ଯାହାକୁ ଆଧାର କରି ବିଭିନ୍ନ ବାର ଉପରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ୍ ପୋଲିସ । ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର, ଖାରବେଳନଗର, କ୍ୟାପିଟାଲ ଥାନା ଓ ଖଣ୍ଡଗିରି ଥାନା ଅଧୀନରେ ଥିବା ବାର ଗୁଡି଼କରେ ରେଡ କରାଯାଇଛି । ଚଢ଼ାଉ ପରେ ଅଜିତ, ମେଡବୁର ଓ ଦୀପାଲି ବାରକୁ ସିଲ କରାଯାଇଛି ।
"ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ବାର ମାଲିକ । ଋଣ ଭାର ସାଙ୍ଗକୁ କର୍ମଚାରୀଙ୍କୁ ଦରମା ଦେବା ସେମାନଙ୍କ ପାଇଁ ସମସ୍ୟାର ପାହାଡ ଛିଡା ହୋଇଛି । ଫଳ ସ୍ୱରୂପ ଏବେ କିଭଳି ବାର ଚଳାଇବେ ସେ ସେଇ ଚିନ୍ତାରେ ମାଲିକ ମାନେ ।. ଯଦି ଏହିଭଳି ସମସ୍ୟା ଲାଗିରହେ ତେବେ ଆଗାମୀ ଦିନରେ ବାର ଗୁଡିକରେ ତାଲା ପଡିବ," କହିଛନ୍ତି ଓଡ଼ିଶା ବାର ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ସମ୍ପାଦକ ସତ୍ୟ ମହାନ୍ତି ।
ବର୍ତ୍ତମାନ ବାର ଗୁଡିକର ସ୍ଥିତି ସଙ୍କଟାପର୍ଣ୍ଣ । ରାଜ୍ୟ ସରକାର ବାର ଖୋଲିବା ପାଇଁ ନିଷ୍ପତି ଦେଇଛନ୍ତି । ହେଲେ କେବଳ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ସଫଲରେ ଗ୍ରାହକ ମାନେ ମଦ ଦୋକାନୀରୁ ଜିନିଷ କିଣୁଛନ୍ତି । ଫଳରେ ବାର ଗୁଡିକର ସ୍ଥିତି ଅତ୍ୟନ୍ତ ଜଟିଳ । କିଭଳି ସମସ୍ୟାର ସମାଧାନ ହୋଇପାରିବ ସେ ନେଇ ଅନେକ ଥର ଅବଗତ କରାଇଛି ବାର ଆସୋସିଏସନ । ଏସଓପି ଜାରିକରି ପୂର୍ବଭଳି ବାର ଖୋଲିବା ପାଇଁ ନିଷ୍ପତି ନିଅନ୍ତୁ ବୋଲି ବାର ଆସୋସିଏସନ ଅନୁରୋଧ କରିଛି ।
ଅନ୍ୟପଟେ ଗତ ଶନିବାର ରାଜଧାନୀରେ କୋଭିଡି ନିୟମ ଉଲଘଂନକୁ ବାର ସିଲ ହୋଇଥିବା ସ୍ଵକୀର କରିଛି ବାର ଆସୋସିଏସନ । କିଛି ବାର କୋଭିଡି ନିୟମକୁ ଖୁଲମଖୁଲା ଉଲଘଂନ କରିଛନ୍ତି । ଯାହା ଗ୍ରହଣୀୟ ନୁହେଁ । ତେବେ ଧର୍ଯ୍ୟ ରଖିବା ସହ କିଛିଦିନ ଅପେକ୍ଷା କରିବାକୁ ବାର ମାଲିକ ମାନଙ୍କୁ ଅନୁରୋଧ କରାଯାଇଛି । ଗତ ଶନିବାର ରେଡ ସମୟରେ କିଛି ଲୋକଙ୍କୁ କାରଣ ନ ଥାଇ ହଇରାଣ କରାଯାଇଥିଲା ଅଭିଯୋଗ କରିଛନ୍ତି ଲୋକେ ।
"ବାହାରୁ ମଦ କିଣି ନିଜ ଘରେ ପିଉଥିବା ସମୟରେ ପୋଲିସ ଆମକୁ ଅଯଥାରେ ହଇରାଣ କରୁଛି," କହିଛନ୍ତି ବଙ୍ଗୀୟ ଯୁବକ ପ୍ରଶାନ୍ତ ମଣ୍ଡଳ ।
ସରକାରଙ୍କ କଡ଼ା ନିର୍ଦ୍ଦେଷ ପରେ ବାର ଖୋଲି ଯାଇଥିଲା । ଯାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି କମିଶରେଟ ପୋଲିସ ।