ଓଡ଼ିଶାରେ ଡ୍ରଗ୍ସ କାରବାର ଉପରେ ରୋକ୍ ଲାଗିବ; STFରେ ୨୭ଟି ନୂଆ ପଦବୀ ମଞ୍ଜୁର ହେଲା

ଡିଜିପି ଅଭୟ କହିଛନ୍ତି ଯେ ରାଜ୍ୟରୁ ଡ୍ରଗ୍ସ କାରବାରର ମୂଳୋତ୍ପାଟନ କରିବା ପୋଲିସର ମୂଳ ଲକ୍ଷ୍ୟ । ଏଥି ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ନାରକୋଟିକ୍ସ ୟୁନିଟ୍ ଖୋଲାଯିବା ପ୍ରସ୍ତାବକୁ ବି ସରକାର ମଞ୍ଜୁର କରିଛନ୍ତି ।

ରାଜ୍ୟରେ ନିକଟରେ ନିଶା ଦ୍ରବ୍ୟ ଚୋରା ଚାଲାଣ ବଢ଼ିଛି । (ଡାହାଣ) ଡିଜିପି ଅଭୟ

ରାଜ୍ୟରେ ନିକଟରେ ନିଶା ଦ୍ରବ୍ୟ ଚୋରା ଚାଲାଣ ବଢ଼ିଛି । (ଡାହାଣ) ଡିଜିପି ଅଭୟ

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଥିବା ବ୍ରାଉନ୍‌ ସୁଗର୍‌ କାରାବରକୁ ରୋକିବା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଓଡ଼ିଶା ପୋଲିସ । ଏସ୍‌.ଟି.ଏଫ୍‌.କୁ ଶକ୍ତିଶାଳୀ କରିବା ପ୍ରସ୍ତାବ ଉପରେ ମୋହର ମାରି ୨୭ଟି ନୂଆ ପଦବୀ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।

ମଞ୍ଜୁର ହୋଇଥିବା ନୂଆ ପଦବୀରେ ସାମିଲ ଅଛନ୍ତି ଜଣେ ଏସ୍‌.ପି. ଓ ତିନି ଜଣ ଡି.ଏସ୍‌.ପି. ରାଙ୍କର ଅଧିକାରୀ । ଏହା ସହ ଏକ ସ୍ଵତନ୍ତ୍ର ନାରକୋଟିକ୍ସ ୟୁନିଟ୍‌ ପ୍ରତିଷ୍ଠା କରାଯିବା ପ୍ରସ୍ତାବକୁ ବି ସରକାର ଅନୁମୋଦନ କରିଛନ୍ତି । ଏ ସବୁ ଦ୍ୱାରା ଆଗାମୀ ଦିନରେ ରାଜ୍ୟରୁ ଡ୍ରଗ୍ସ କାରବାରକୁ ରୋକିବାରେ ପୋଲିସ ସକ୍ଷମ ହେବ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଜବରଦସ୍ତ୍ ବୋହୂ! ଗାଡ଼ି ମିଳିବାରୁ କରୋନା ପୀଡି଼ତ ଶ୍ୱଶୁରଙ୍କୁ କାନ୍ଧରେ ବୋହି ହସପିଟାଲ୍କୁ ନେଲେ

‘‘ରାଜ୍ୟ ସରକାର ଏସ୍‌.ଟି.ଏଫ୍‌.ର ୨୭ଟି ପଦବୀକୁ ମଞ୍ଜୁର କରିଥିବାରୁ ଓଡିଶା ପୋଲିସ ପକ୍ଷରୁ ରାଜ୍ୟ ସରକାରଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ପଦବୀଗୁଡି଼କ ପୂରଣ ହେବା ପରେ ଏସ୍‌.ଟି.ଏଫ୍‌.କୁ୍ ଅଧିକ ସକ୍ରିୟ କରାଯିବ । ବିଶେଷ କରି ରାଜ୍ୟରେ ଏବେ ଡ୍ରଗ୍ସ କାରବାର ବୃଦ୍ଧି ପାଉଛି । ଅନ୍ୟ ରାଜ୍ୟରୁ କୋଟି କୋଟି ଟଙ୍କାର ବ୍ରାଉନ୍‌ ସୁଗର୍‌ ଆସୁଛି । ଏସ୍‌.ଟି.ଏଫ୍‌.ର ପଦବୀ ପୂରଣ ହେବା ପରେ ଡ୍ରଗ୍ସ କାରବାରକୁ ରୋକିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ,’’ କହିଛନ୍ତି ପୋଲିସ ଡିଜି ଅଭୟ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମୋଦି-ମମତା କଳି ବଢୁଛି: ବେଙ୍ଗଲରେ ଟିକା ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇ ନିଜ ଫଟୋ ଛାପିଲେ ମମତା

ଏସ୍.ଟି.ଏଫ୍. ଡିଆଇଜି ଜୟ ନାରାୟଣ ପଙ୍କଜ


ରାଜ୍ୟରେ ଗତ କିଛି ମାସ ମଧ୍ୟରେ ଡ୍ରଗ୍ସ କାରବାର ବଢ଼ୁଥିବା ଦେଖାଯାଇଛି । ଲକଡାଉନ୍‌ ହେଉ କି ସଟଡାଉନ୍‌, କୋଟି କୋଟି ଟଙ୍କାର ଡ୍ରଗ୍ସ ଚୋରା ଚାଲାଣ କରୁଛନ୍ତି ମାଫିଆ । କୋଲକାତା ଓ ମୁର୍ଶିଦାବାଦରୁ ବାଲେଶ୍ଵର ଓ ମୟୂରଭଞ୍ଜ ଦେଇ ରାଜ୍ୟକୁ ଆସୁଛି ଧଳା ଜହର ।

ଏହା ବି ପଢ଼ନ୍ତୁ | SBI ଆଲର୍ଟ! ଏବେ ATMରୁ ଟଙ୍କା ଉଠାଇବା ମହଙ୍ଗା ହେବ, ଚେକ୍ ବୁକ୍ ନିୟମ ବି ବଦଳିବ

କ୍ରାଇମ୍‌ ବ୍ରାଞ୍ଚର ଏସ୍‌.ଟି.ଏଫ୍‌.ର ତଥ୍ୟ ଅନୁସାରେ ୨୦୧୭ ମସିହାରେ ଓଡ଼ିଶାରେ ଜବତ ହୋଇଛି ୪୧୧ ଗ୍ରାମ୍‌ ବ୍ରାଉନ୍‌ ସୁଗର୍‌ । ୨୦୧୮ରେ ୧ କେଜି ୪୫ ଗ୍ରାମ୍‌ ଓ ୨୦୧୯ରେ ୨ କେଜି ୬୪୭ ଗ୍ରାମ୍‌ ଧଳା ଜହର ଜବତ କରିଛି ଏସ୍‌.ଟି.ଏଫ୍‌. । ୨୦୨୦ରେ ୩୫ କେଜି ୬୧୬ ଗ୍ରାମ୍‌ ବ୍ରାଉନ୍‌ ସୁଗର୍‌ ଜବତ ହୋଇଥିବା ବେଳେ ୨୦୨୧ରେ ଏବେ ସୁଦ୍ଧା ଜବତ ହେଲାଣି ୧୬ କେଜି ବ୍ରାଉନ୍‌ ସୁଗର୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖିଲେ କେତେ ରୋଗୀ ମରିବେ; ମିନିଟରେ ମଲେ ୨୨ – VIDEO

ଡିଜିପି ଅଭୟ କହିଛନ୍ତି, ‘‘ରାଜ୍ୟରୁ ଡ୍ରଗ୍ସ କାରବାରର ମୂଳୋତ୍ପାଟନ କରିବା ଆମର ମୂଳ ଲକ୍ଷ୍ୟ । ଏଥି ପାଇଁ ରାଜ୍ୟରେ ଖୋଲାଯିବ ଏକ ସ୍ୱତନ୍ତ୍ର ନାରକୋଟିକ୍ସ ୟୁନିଟ୍‌ । ଓଡି଼ଶା ପୋଲିସର ଏହି ପ୍ରସ୍ତାବକୁ ମଧ୍ୟ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହା ଫଳରେ ନିଶା ବେପାରୀଙ୍କ ଗତିବିଧି ଉପରେ ମଧ୍ୟ ଆମେ ନଜର ରଖିପାରିବୁ ।’’



‘‘ଗଲା ଗୋଟିଏ ବର୍ଷ ମଧ୍ୟରେ ୧୦୦ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଏସ୍‌.ଟି.ଏଫ୍‌. । ଏବେ କରୋନା ସମୟ ଚାଲିଛି । କରୋନା ସ୍ଥିତିରେ ସୁଧାର ଆସିଲେ ରାଜ୍ୟ ବାହାରକୁ ଯିବ ଟିମ୍‌ । ବିଶେଷ କରି ରାଜ୍ୟ ବାହାରୁ ଓଡି଼ଶାକୁ ବ୍ରାଉନ୍‌ ସୁଗର୍‌ ଚାଲାଣ କରୁଥିବା ଲୋକଙ୍କୁ ଧରିବା ପାଇଁ ଚେଷ୍ଟା କରିବୁ,’’ କହିଛନ୍ତି ଏସ୍‌.ଟି.ଏଫ୍‌. ଡିଆଇଜି ଜୟ ନାରାୟଣ ପଙ୍କଜ ।
Published by:Anand ST Das
First published: