ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପିସିସି ସଭାପତିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଉଷ୍ମ ହେଲା ରାଜ୍ୟ ରାଜନୀତି

ପିସିସି ସଭାପତିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଉଷ୍ମ ହେଲା ରାଜ୍ୟ ରାଜନୀତି

ପିସିସି ସଭାପତିଙ୍କ ଉପରେ ଆକ୍ରମଣକୁ ବିରୋଧ କରି ସୋମବାର କଂଗ୍ରେସ ଡିସିପି ଅଫିସ ଘେରାଉ କରିଥିଲା । ଛାତ୍ର, ଯୁବ ଓ ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଆକ୍ରମଣରେ ଲିପ୍ତ ଥିବା ଅପରାଧିଙ୍କୁ ଗିରଫ ପାଇଁ ୨୪ ଘଣ୍ଟାର ମହଲତ ଦିଆଯାଇଛି ।

ପିସିସି ସଭାପତିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଉଷ୍ମ ହେଲା ରାଜ୍ୟ ରାଜନୀତି
ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
  • News18 Odia
  • Last Updated: January 18, 2021, 6:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ଘଟଣାକୁ ନିନ୍ଦା କରି ନିଜେ ନିରଞ୍ଜନ ଟ୍ଵିଟ କରିବା ପରେ ଏଭଳି ଆକ୍ରମଣକୁ ବିରୋଧ କରି କଂଗ୍ରେସ ଡିସିପି ଅଫିସ ଘେରାଉ କରିଥିଲା । ଛାତ୍ର, ଯୁବ ଓ ମହିଳା କଂଗ୍ରେସ ପକ୍ଷରୁ ଆକ୍ରମଣରେ ଲିପ୍ତ ଥିବା ଅପରାଧିଙ୍କୁ ଗିରଫ ପାଇଁ ୨୪ ଘଣ୍ଟାର ମହଲତ ଦିଆଯାଇଛି । ଅନ୍ୟ ପକ୍ଷରେ ବିଜେପି ରାଜ୍ୟ ସଭାପତି ଟ୍ୱିଟକରି ଘଟଣାର ନିନ୍ଦା କରିଥିବା ବେଳେ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ବିଜେପି କେବେ ବି ହିଂସାରେ ବିଶ୍ୱ।ସ ରଖେନାହିଁ । ତେବେ ବିଜେଡି କହିଛି ଓଡ଼ିଶାରେ ତ୍ରିପୁରା ମଡେଲ ଆପଣେଇଛି ବିଜେପି ।

କେନ୍ଦୁଝରରେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରେ ଆକ୍ରମଣ ଘଟଣାକୁ ନେଇ ଟ୍ୱିଟରେ ବିଜେପିକୁ ଟାର୍ଗେଟ କରିଛନ୍ତି ।"ଆକ୍ରମଣ ପାଇଁ ସିଧାସଳଖ ବିଜେପି ଦାୟୀ । ଆକ୍ରମଣକାରୀ ଯୁବକ ଜଣେ ବିଜେପି କର୍ମୀ । ବିଜେପି ଏତେ ଭୀରୁ ହୋଇପାରେ? ଅନ୍ତତଃ ରାଜ୍ୟ ବିଜେପିର ମଙ୍ଗୁଆଳ ମାନେ ଏହାର ଜବାବ ରଖିବା ଉଚିତ । ସିଧାସଳଖ ବିଜେପି ରାଜ୍ୟ ସଭାପତି ଓ ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କୁ ପ୍ରଶ୍ନ ଏହାର ଜବାବ ରଖିବା ଉଚିତ," କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ସେ ଆହୁରି କହିଛନ୍ତି "ବିଜେପି କଂଗ୍ରେସକୁ ଭୟ କରୁଛି ବୋଲି ଆମେ ଜାଣିଛୁ । କିନ୍ତୁ ଗୁଣ୍ଡା ପଠାଇ ଆକ୍ରମଣ କାହିଁକି ? ବିଜେପି ଗଣତାନ୍ତ୍ରିକ ଉପାୟରେ ଲଢ଼େଇ କରିବା ପାଇଁ ରାସ୍ତା ପାଉନାହିଁ ।"



"ଏହି ସମୟ ଭିତରେ ଯଦି ଦୋଷୀ ଗିରଫ ନହୁଅନ୍ତି ତେବେ ଆଗକୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଉଛୁ," କହିଛନ୍ତି ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ।

ଏଥି ସହିତ ଆକ୍ରମଣ ପ୍ରତିବାଦରେ ଛାତ୍ର, ଯୁବ ଓ ମହିଳା କଂଗ୍ରେସ ପକ୍ଷରୁ ଡିସିପି ଅଫିସ ସାମ୍ନାରେ ପ୍ରତିବାଦ କରାଯାଇଛି । "ଏହା ଏକ ହୀନ ଉଦ୍ୟମ । ଏଥିରୁ ନିଜର ଭୀରୁତା ପ୍ରମାଣିତ କରୁଛି ବିଜେପି," କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ।

ପିସିସି ସଭାପତିଙ୍କ ଆକ୍ରମଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟ୍ଵିଟ କରି ଏଭଳି ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି " ବିଜେପି ସବୁବେଳେ ଅହିଂସାରେ ବିଶ୍ୱାସ କରେ । ବିଜେପି ସବୁବେଳେ ଏହିନୀତି ଆପଣେଇଛି । "



"ରାଜନୀତିରେ ହିଂସା କେବେ ମଧ୍ୟ ଗ୍ରହଣୀୟ ନୁହେଁ । ଏହାକୁ ନିନ୍ଦା କରିବା ଦରକାର । ବିଜେପି କେବେ ବି ହିଂସାକାଣ୍ଡରେ ବିଶ୍ୱାସ ରଖେନି । ବିଜେପି ସହ ନିଷ୍ଠାର ସହ ଜଡିତ ଥିବା କୌଣସି ବି ବ୍ୟକ୍ତି ଏଭଳି ହିଂସାକାଣ୍ଡ କରିବେ ନାହିଁ । ଗତ ପଞ୍ଚାୟତ ନିର୍ବାଚନରେ ୧୫ ଜଣ ବ୍ୟକ୍ତି ରାଜନୈତିକ ହିଂସା ଯୋଗୁ ମୃତ୍ୟୁବରଣ କରିଥିଲେ । କିନ୍ତୁ କଂଗ୍ରେସ ଦଳ ଏହି ପ୍ରସଙ୍ଗ କେବେ ଉଠାଇନଥିଲେ । ଏବେ କୁଳମଣି ବରାଳ ଯିଏ କି ତାଙ୍କ ଦଳରେ ପୂର୍ବରୁ ଥିଲେ ତାଙ୍କ ହତ୍ୟାରେ ମଧ୍ୟ ଯେଉଁ ଆଭିମୁଖ୍ୟ ରଖିବା କଥା କଂଗ୍ରେସ ରଖିଲାନି । ବିଜୁ ଜନତାଦଳ ସହ ତାଙ୍କର ଯେଉଁ ଅଲିଖିତ ଗଠବନ୍ଧନ ଅଛି । ଯାହା ଯୋଗୁ ୨୦୦୯ ରେ ବିଜେଡି ସରକାରକୁ ବଞ୍ଚେଇଥିଲେ । ସେଥିପାଇଁ ଏ ପ୍ରକାର ଅଭିଯୋଗ ଆଣୁଛନ୍ତି," କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

"ରାଜନୀତିରେ ହିଂସାର ସ୍ଥାନ ନାହିଁ । ବିଜୁ ଜନତା ଦଳ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛୁ । ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ । ଯେଉଁ ଦଳ ପ୍ରତିଦିନ ନୀତିବାଣୀ ଦେଉଛି । ସେହି ଦଳ ନିଜର ଯୁବ କର୍ମକର୍ତ୍ତାଙ୍କୁ ପଠାଇ ଆକ୍ରମଣ କରୁଛି । ଓଡ଼ିଶାରେ ପୂର୍ବରୁ ଏଭଳି ଘଟଣା ଦେଖିବାକୁ ମିଳୁନଥିଲା । ରାଜ୍ୟରେ ବିଜେପି ତ୍ରିପୁରା ମଡେଲ ଅପଣାଇଛି," କହିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି ।

ତେବେ ରାଜନୀତି ସମୀକ୍ଷକଙ୍କ ମତରେ ଯଦି ବାସ୍ତବରେ ବିଭିନ୍ନ ରାଜନୈତିକ ଦଳ ରାଜ୍ୟର ସାମଗ୍ରିକ ଉନ୍ନତି ଚାହାଁନ୍ତି । ତେବେ ହିଂସାର ମାର୍ଗ ସଠିକ ନୁହେଁ । ଲୋକଙ୍କ ବିଶ୍ବାସ ଭାଜନ ହେବା ଜରୁରୀ ।
Published by: Jagdish Barik
First published: January 18, 2021, 6:26 PM IST