ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କରୋନା ମୃତକଙ୍କ ପରିବାକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବେ CM ନବୀନ ପଟ୍ଟନାୟକ

କରୋନା ମୃତକଙ୍କ ପରିବାକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବେ CM ନବୀନ ପଟ୍ଟନାୟକ

ମୃତ୍ୟୁ ପ୍ରମାଣ ପତ୍ରରେ କୋଭିଡ ଉଲ୍ଲେଖ ହୋଇନଥିବାରୁ ଆବେଦନକାରୀଙ୍କ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା। ଆବେଦନକାରୀଙ୍କୁ ଏଥି ପାଇଁ ମୃତକଙ୍କ ପୂର୍ବ ସଂକ୍ରମିତ ରିପୋର୍ଟ ସହ ଡେଥ୍ ସାର୍ଟିଫିକେଟ୍ ସହ ଆବେଦନ କରିବାକୁ ହେବ।

କରୋନା ମୃତକଙ୍କ ପରିବାକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବେ CM ନବୀନ ପଟ୍ଟନାୟକ
କରୋନା ମୃତକଙ୍କ ପରିବାକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବେ CM ନବୀନ ପଟ୍ଟନାୟକ
  • News18 Odia
  • Last Updated: November 11, 2021, 1:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ। କଟକଣା ଓ ଲୋକଙ୍କ ମଧ୍ୟରେ ସଚେତନତା ଯୋଗୁଁ ସ୍ଥିତିରେ ଆସିଛି ସୁଧାର। ଦେଶରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିଲେ ହିଁ ସରକାରଙ୍କ ଆଗୁଆ ପଦକ୍ଷେପ ଓ ସୁପରିଚାଳନା ଯୋଗୁଁ ଓଡ଼ିଶାରେ ମୃତ୍ୟୁ ହାର ଖୁବ୍ କମ୍ ଅଛି । କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଆରମ୍ଭ କରିଛି ପ୍ରକ୍ରିୟା।

ମୃତ୍ୟୁ ପ୍ରମାଣ ପତ୍ରରେ କୋଭିଡ ଉଲ୍ଲେଖ ହୋଇନଥିବାରୁ ଆବେଦନକାରୀଙ୍କ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା। ଆବେଦନକାରୀଙ୍କୁ ଏଥି ପାଇଁ ମୃତକଙ୍କ ପୂର୍ବ ସଂକ୍ରମିତ ରିପୋର୍ଟ ସହ ଡେଥ୍ ସାର୍ଟିଫିକେଟ୍ ସହ ଆବେଦନ କରିବାକୁ ହେବ। ଆବେଦନର ଏକ ମାସ ମଧ୍ୟରେ ମିଳିବ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା। ଏ କ୍ଷେତ୍ରରେ ଲୋକଙ୍କ ସୁବିଧା ପାଇଁ ଜାରି ହୋଇଛି ୧୫୫୫୩୩୫ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବର ଓ (caps. Odisha. gov. in) ୱେବସାଇଟ।

ଉଭୟ ଅନଲାଇନ ଓ ଅଫଲାଇନରେ ଲୋକେ କରିପାରିବେ ଆବେଦନ। ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦିଆଯାଇଛି କ୍ଷମତା, ଓ ଏଥି ପାଇଁ ଗଠିତ ହୋଇଛି କମିଟି।

ବି.ଏମ.ସି.ର ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି, "କୋଭିଡରେ ମୃତ ପରିବାରକୁ ରାଜ୍ୟ ସରକାର ସାହାଯ୍ୟ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ହିତାଧିକାରୀ ଚାହିଁଲେ ଅନଲାଇନ କିମ୍ବା ଅଫଲାଇନ୍ ଜରିଆରେ ଆବେଦନ କରିପାରିବେ। ମୃତ ବ୍ୟକ୍ତିଙ୍କ କୋଭିଡ ପଜିଟିଭ ରିପୋର୍ଟ ସହ ଡେଥ୍ ସାର୍ଟିଫିକେଟ୍ ଓ ଯଦି ଅନ୍ୟ ମେଡିକାଲ ରିପୋର୍ଟ ଅଛି ଦାଖଲ କରିବାକୁ ହେବ। ଆଇ.ସି.ଏମ.ଆର ରିପୋର୍ଟ ସହିତ ଏହା ମେଳ ଖାଇଲେ ଆବେଦନର ମାସେ ଭିତରେ ଟଙ୍କା ଆକାଉଣ୍ଟକୁ ପଠାଯିବ ।’’

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୮,୩୬୪। କୋଭିଡ ସମୟରେ ମୃତକଙ୍କ ଅନ୍ତେଷ୍ଟି କ୍ରିୟା କରିବାର ସୁଯୋଗ ମଧ୍ୟ ପାଇ ପାରିନଥିଲେ ବହୁ ଆତ୍ମୀୟ ପରିଜନ। ଏପରିକି ମୃତ୍ୟୁ ପ୍ରମାଣ ପତ୍ର ମିଳିବାରେ ଦେଖାଦେଇଥିଲା ଅନେକ ସମସ୍ୟା। ତେବେ ସରକାରଙ୍କ ଏଭଳି ପଦକ୍ଷେପ ପରେ ମୃତ୍ୟୁ ପ୍ରମାଣ ପତ୍ର ସହିତ ଅନୁକମ୍ପାମୂଳକ ଆର୍ଥିକ ସହାୟତା ରାଶି ମିଳିଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ମୃତକଙ୍କ ସମ୍ପର୍କୀୟ।

କୋଭିଡ ମୃତକଙ୍କ ପରିବାରକୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶି ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବିନିଯୋଗ ହେବ ବୋଲି ଜଣାପଡ଼ିଛି ।
-
Published by: Lipina Das
First published: November 11, 2021, 1:39 PM IST