ବନ୍ୟା ବିପନ୍ନ ମହିଳାଙ୍କୁ ମିଳିବ ମାଗଣା ସାନିଟାରୀ ପ୍ୟାଡ୍‌; SRCଙ୍କ ନିର୍ଦ୍ଦେଶ

ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍‌ ବାଣ୍ଟିବା ପାଇଁ ଜିଲ୍ଲାପାଳମାନଙ୍କୁ ରବିବାର ଦିନ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଛି।

ମାଗଣା ସାନିଟାରୀ ପ୍ୟାଡ୍‌

ମାଗଣା ସାନିଟାରୀ ପ୍ୟାଡ୍‌

  • Share this:
News 18 Odia Digital

ଭୁବନେଶ୍ୱର: ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍‌ ବାଣ୍ଟିବା ପାଇଁ ଜିଲ୍ଲାପାଳମାନଙ୍କୁ ରବିବାର ଦିନ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର (ସିଆରସି) ବନ୍ୟା ପ୍ରଭାବିତ ୧୦ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ନୟାଗଡ଼, ବାଲେଶ୍ୱର, ଭଦ୍ରକ, କେଉଁଝର ଓ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।

ଜଳବନ୍ଦୀ ହୋଇଥିବା ଗାଁରେ ମହିଳାମାନେ ଘରୁ ବାହାରିପାରୁନଥିଲେ, ଏହି ସବୁ ସମସ୍ୟାକୁ ସାମ୍ନାରେ ରଖି କମିଶନର ମାଗଣା ସାନିଟାରୀ ପ୍ୟାଡ୍ ବାଣ୍ଟିବା ପାଇଁ କଲେକ୍ଟରମାନଙ୍କୁ ଚିଠି ଲେଖିଥିଲେ।

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ କଲେକ୍ଟରଙ୍କ ସହ ଗୋଟିଏ ହେଲିକପ୍ଟର ରଖିବାକୁ ମଧ୍ୟ ସିଏମ୍ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ-କମ-ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି।
Published by:Soumyashree Mishra
First published: