ଲଦ୍ଦାଖ ଘାଟିରୁ ଯାଜପୁର ଫେରିଲା ବୀର ସହିଦଙ୍କ ମର ଶରୀର; ପୂର୍ବରୁ ବାପା ବି ସହିଦ ହୋଇଥିଲେ
୨୮ ବର୍ଷୀୟ ସୈନିକ ଶଶାଙ୍କ ଶେଖର ସାମଲଙ୍କ ମୃତ୍ୟୁ ଖବର ଜାଣିବା ପରେ ତାଙ୍କ ପରିବାର ଓ ଗାଁ ଲୋକେ ଦୁଃଖରେ ଭାଙ୍ଗି ପଡି଼ଥିଲେ । ଶଶାଙ୍କଙ୍କର ଦୁଇ ବର୍ଷର ପୁଅଟିଏ ଅଛି । ଶିଶୁଟିକୁ ଧରି ତା’ ବିଧବା ମା’ କାନ୍ଦୁଥିବା ଦୃଶ୍ୟ ସମସ୍ତଙ୍କ ହୃଦୟକୁ ଥରାଇ ଦେଉଥିଲା ।

ପୁଅ ସହ ଜବାନ ଶଶାଙ୍କ ଶେଖର ସାମଲ; (ଡାହାଣ) ସାଂସଦ ଶର୍ମିଷ୍ଠା ସେଠୀ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି ।
- News18 Odia
- Last Updated: February 22, 2021, 5:26 PM IST
ଯାଜପୁର: ଲଦ୍ଦାଖରେ ସୀମାରେ ଶତୃ ପକ୍ଷଙ୍କ ଅତର୍କିତ ଆକ୍ରମଣରେ ସହିଦ ହୋଇଥିବା ଓଡିଆ ଜବାନ ଶଶାଙ୍କ ଶେଖର ସାମଲଙ୍କ ମର ଶରୀର ତାଙ୍କ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ସ୍ପଷ୍ଟ ଦିଶୁଥିଲା ଏକ ଗୌରବମୟ ସତ୍ୟ – ବାପାଙ୍କ ପରି ପୁଅ ବି ହସି ହସି ଦେଶ ପାଇଁ ନିଜ ଜୀବନ ଦେଇଛି ।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ କ୍ଷେତ୍ରପାଳ ଗାଁର ବାସିନ୍ଦା ୨୮ ବର୍ଷୀୟ ଶଶାଙ୍କ ଶେଖର ସାମଲଙ୍କ ସମେତ ଭାରତୀୟ ସ୍ଥଳ ସେନାର ଚାରି ଜଣ ଜବାନ୍ ଲଦାଖ ସୀମାରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଗାଡ଼ିର ଟାୟାର ଉପରକୁ ଶତୃ ପକ୍ଷରୁ ଗୁଳି ବର୍ଷଣ ହୋଇଥିଲା । ଫଳରେ ଗାଡିଟି ପ୍ରାୟ ୧,୦୦୦ ଫୁଟ୍ ତଳକୁ ଖସି ପଡିଥିଲା ଓ ଘଟଣା ସ୍ଥଳରେ ହିଁ ସାମଲ ସବୁ ଦିନ ପାଇଁ ସହିଦ୍ ହୋଇଯାଇଥିଲେ ।
ଏହା ବି ପଢ଼ନ୍ତୁ | ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଶଶାଙ୍କଙ୍କ ବିଧବା ପତ୍ନୀ କାନ୍ଦୁଥିବା ବେଳେ ତାଙ୍କୁ ପରିବାର ଲୋକେ ବୁଝାଉଛନ୍ତି ।
ଭାରତୀୟ ସ୍ଥଳ ସେନାରେ ୧୨ ବର୍ଷ ହେବ କାର୍ଯ୍ୟରତ ଥିବା ଶଶାଙ୍କଙ୍କ ମର ଶରୀର ତାଙ୍କ ଜନ୍ମ ମାଟିରେ ପହଞ୍ଚିବା ପରେ ସାରା ଗାଁ ସ୍ତବ୍ଧ ହୋଇଯାଇଥିଲା । ଚାରି ଆଡ଼େ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ରବିବାର ରାତିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଗାଁ ମଶାଣୀରେ ଏହି ବୀର ଜବାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ହଜାର ହଜାର ଲୋକ ଶବାଧାରରେ ସାମିଲ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଧର୍ମଶାଳା ବିଧାୟକ ପହଞ୍ଚି ସମବେଦନା ଜଣାଇଥିଲେ ।
ଏହା ବି ପଢ଼ନ୍ତୁ | କଙ୍ଗନା ରାଣାୱତ ନିଜ ଭାଇଭଉଣୀଙ୍କୁ ଦେଲେ ୪ଟି ଫ୍ଲାଟ୍; ନିଜର ବି ଅଛି କୋଟି କୋଟି ଟଙ୍କାର ବଙ୍ଗଳା
ରବିବାର ଦିନ ଭୁବନେଶ୍ବର ବିମାନ ବନ୍ଦରରେ ଏହି ଓଡିଆ ଜବାନଙ୍କ ମୃତ ଦେହ ପହଞ୍ଚିଥିଲା । ସେଠାରେ ରାଷ୍ଟ୍ରୀୟ ସମ୍ମାନ୍ନ ସହିତ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ସେଠାରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ମର ଶରୀରକୁ ତାଙ୍କ ଜନ୍ମମାଟି କ୍ଷେତ୍ରପାଳ ଗାଁକୁ ଆସିବା ପରେ ସହଶ୍ରାଧିକ ଲୋକ ତାଙ୍କ ଶବାଧାରରେ ସାମିଲ ହୋଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଶେଷକୃତ୍ୟ କାର୍ଯ୍ୟକ୍ରମରେ ଅନେକ ରାଜନେତା ଓ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ ।
‘’୧୯ ତାରିଖ ସକାଳେ ସେନା ବାହିନୀରୁ ଫୋନ୍ ଆସିଲା ଯେ ଲଦ୍ଦାଖ ସୀମାରେ ଶଶାଙ୍କର ମୃତ୍ୟୁ ଘଟିଛି । ଭାଇଟି ମୋ’ର ସହିଦ୍ ହୋଇଯାଇଛି । ମୁଁ ସେତେବେଳେ ବାଲେଶ୍ବରରେ ଥିଲି । ସାନ ଭାଇର ମୃତ୍ୟୁ ଖବର ପାଇ ମୁଁ ବିଶ୍ବାସ କରିପାରିଲି ନାହିଁ । ତା’ ମର ଶରୀର ଗାଁରେ ପହଞ୍ଚିବା ପରେ ହଜାର ହଜାର ଲୋକ ପହଞ୍ଚି ତା’ର ଶେଷଦର୍ଶନ କରିଛନ୍ତି । ମୋ’ ଭାଇର ଦେଶ ପାଇଁ ଜୀବନ ଗଲା । ସରକାର ତା’ ପରିବାରକୁ ଟିକେ ସହାୟତା ଯୋଗାଇ ଦେଲେ ତା’ କୁନି ପୁଅଟି ମଣିଷ ହୋଇପାରନ୍ତା,’’ ଲୁହଭରା ଆଖିରେ କହିଛନ୍ତି ଶଶାଙ୍କଙ୍କର ବଡ଼ ଭାଇ ସୁଧାଂଶୁ ଶେଖର ସାମଲ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Valentine Dayରେ ଏମିତି କେହି ପ୍ରପୋଜ୍ କରିଥିବା ଦେଖିଛନ୍ତି? VIDEO ଦେଖନ୍ତୁ, ହେଲେ ଟ୍ରାଇ କରନ୍ତୁ ନାହିଁ!
ଶଶାଙ୍କଙ୍କ ମର ଶରୀରକୁ ଗାଁକୁ ନେଇ ଆସିଥିବା ସେନା ବାହିନୀର ସୁବେଦାର ବିଚିତ୍ରାନନ୍ଦ ସାମଲ କହିଛନ୍ତି ଯେ ଲଦ୍ଦାଖ ସୀମାରେ ଶଶାଙ୍କଙ୍କ ସମେତ ଚାରି ଜଣ ଜବାନ୍ ଏକ ଗାଡିରେ ସୀମା ପ୍ୟାଟ୍ରୋଲିଂ କରୁଥିବା ବେଳେ ଗାଡି଼ର ଟାୟାର ଉପରକୁ ଶୃତୃ ପକ୍ଷ ଗୁଳି କରିଥିଲେ । ‘‘ଗାଡି଼ଟି ପ୍ରାୟ ଘାଟିର ୧,୦୦୦ ଫୁଟ୍ ତଳକୁ ଖସି ପଡିଥିଲା । ଘଟଣା ସ୍ଥଳରେ ଶଶାଙ୍କ ଶେଖର ସବୁ ଦିନ ପାଇଁ ସହିଦ୍ ହୋଇଗଲେ । ଏ ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା,’’ କହିଛନ୍ତି ବିଚିତ୍ରାନନ୍ଦ ସାମଲ ।
ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀ ଅତ୍ୟାଧୁନିକ ସ୍ତନ କର୍କଟ କ୍ଲିନିକ୍ ଆରମ୍ଭ କଲେ; ଗୋଟିଏ ଛାତ ତଳେ ସବୁ ସୁବିଧା
‘‘ଏହି ଦୁଃଖଦ ଖବର ଶୁଣି ସାରା ଗାଁ ସ୍ତବ୍ଧ ହୋଇଯାଇଥିଲା । ‘ସହିଦ୍ ଜବାନ୍ ଶଶାଙ୍କ ଶେଖର ଅମର ରହେ’ ସ୍ଲୋଗାନରେ ସାରା ଅଞ୍ଚଳ କମ୍ପି ଉଠିଥିଲା । ବାପାଙ୍କ ପରେ ପୁଅର ବି ଦେଶ ପାଇଁ ସୀମାରେ ଜୀବନ ଯାଇଥିବାରୁ ଏହି ଅଞ୍ଚଳ ଦୁଃଖ ସହ ଗର୍ବରେ ଫାଟିପଡ଼ିଥିଲା । ବାପପୁଅ ଦୁହେଁ ଦେଶବାସୀଙ୍କୁ ଦେଖାଇଗଲେ ସେମାନଙ୍କ ସାହସିକତା ଓ ଦେଶଭକ୍ତିର ନିଦର୍ଶନ । ଗୋଟିଏ ପରିବାରରେ ଦୁଇ ଦୁଇ ଜଣ ସହିଦ୍ ହେବା ସାଧାରଣ କଥା ନୁହେଁ,’’ କହିଛନ୍ତି ସ୍ଥାନୀୟ ଯୁବକ ଶାଶ୍ବତ ଶୁଭମ୍ ପୃଷ୍ଟି ।
ଏହା ବି ପଢ଼ନ୍ତୁ | ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳାଳିମାନେ ଭୟରେ ଖେଳନ୍ତି: ଅଷ୍ଟ୍ରେଲିଆର ପୂର୍ବ ଖେଳାଳି
ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଭୁବନେଶ୍ବରରେ ଶବାଧାରରେ ସାମିଲ ହୋଇ ଗାଁରେ ପହଞ୍ଚିଥିଲେ । ଶେଷକୃତ୍ୟ ସମ୍ପନ୍ନ ହେଉଥିବା ସମୟରେ ସେ ମଧ୍ୟ ଉପସ୍ଥିତ ଥିଲେ । ‘‘ବୀର ସହିଦଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମ ମାଟିରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଗାଁ ମଶାଣୀରେ ତାଙ୍କ ଶେଷକୃତ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା । ହଜାର ହଜାର ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି,’’ କହିଛନ୍ତି ମହାନ୍ତି ।
ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ଗାଁରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।