କୁକୁରକୁ ଜୀବନ୍ତ ଜଳାଇ ଦେଇଛନ୍ତି ମହିଳା (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ମଣିଷ ଏତେ ଅମାନବୀୟ କିପରି ହୋଇପାରେ ତାହା ଜାଣିଲେ ରୋମ ଟାଙ୍କୁରି ଉଠେ। ଜଣେ ମହିଳା ଗୋଟିଏ କୁକୁରକୁ ଜୀବନ୍ତ ଭାବେ ଜଳାଇ ଦେଇଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଘଟିଛି।
ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧେଶ୍ୱରୀ ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ମହିଳା ଜଣକ ଏହି କାର୍ଯ୍ୟକୁ ସ୍ୱୀକାର କରିଥିବା ଜଣାଯାଇଛି। ଖବର ଅନୁଯାୟୀ, କୁକୁରଟି ନିୟମିତ ଭାବରେ ତାଙ୍କ ଘରେ ପଶି ଘର ଲୋକଙ୍କ ଅନୁପସ୍ଥିତିରେ ସେମାନଙ୍କ ଖାଦ୍ୟ ଖାଇ ଦେଉଥିଲା।
ମହିଳା ଜଣକ କହିଛନ୍ତି ଯେ ସେ କୁକୁରକୁ ଅନେକ ଥର ପିଟିଥିଲେ କିନ୍ତୁ ଏହା ତାଙ୍କ ଘରେ ବାରମ୍ବାର ପ୍ରବେଶ କରିଥିଲା । ଶେଷରେ ସେ ପେଟ୍ରୋଲ ଲଗାଇ ସହ କୁକୁରକୁ ଜୀବନ୍ତ ଜଳାଇ ଦେଇଥିଲେ।
ଏହି ଘଟଣାରେ ଅଧିକ ପଚରାଉଚରା ପାଇଁ ଲକ୍ଷ୍ମୀସାଗର ପୋଲିସ ମହିଳାଙ୍କୁ ଅଟକ ରଖିଛି।
Published by:Soumya Das
First published: