Gandhi Jayanti: ଓଡ଼ିଶାର ଏହି ଯୁବକ ମହାତ୍ମା ଗାନ୍ଧୀଙ୍କ ଦର୍ଶନର ପ୍ରଚାର ପାଇଁ ନିଜକୁ ସମର୍ପିତ କରିଛନ୍ତି

ବାଣିଜ୍ୟରେ ସ୍ନାତ୍ତକ ଡିଗ୍ରୀ ହାସଲ କରିବା ପରେ ମହାତ୍ମା ଗାନ୍ଧୀଙ୍କ ଉପରେ ଲେଖା ହୋଇଥିବା ବିଭିନ୍ନ ପୁସ୍ତକ ପଢିଥିଲେ ମାନସ । ଚାକିରି ପଛରେ ନ ଗୋଡ଼ାଇ ସେ ଗାନ୍ଧୀଙ୍କ ଆଦର୍ଶ ଓ ଦର୍ଶନକୁ ପ୍ରଚାର-ପ୍ରସାର କରାଇବାରେ ନିଜକୁ ସମର୍ପିତ କରିଥିଲେ ।

Gandhi Jayanti: ଓଡ଼ିଶାର ଏହି ଯୁବକ ମହାତ୍ମା ଗାନ୍ଧୀଙ୍କ ଦର୍ଶନର ପ୍ରଚାର ପାଇଁ ନିଜକୁ ସମର୍ପିତ କରିଛନ୍ତି
ମାନସ ପଟ୍ଟନାୟକ
  • News18 Odia
  • Last Updated: October 2, 2020, 7:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ସାରା ଦେଶରେ ପାଳନ କରାଯାଉଛି । ଭୁବନେଶ୍ୱରରେ ଏମିତି ଜଣେ ଯୁବକ ରହନ୍ତି ଯିଏ ନିଜକୁ ଗାନ୍ଧୀଙ୍କ ପ୍ରତି ସମର୍ପିତ କରିଛନ୍ତି । ସେ ହେଉଛନ୍ତି ମାନସ ପଟ୍ଟନାୟକ । ଚାକିରି ପଛରେ ନ ଗୋଡ଼ାଇ ଗାନ୍ଧୀ ଦର୍ଶନର ପ୍ରଚାର ଓ ପ୍ରସାର ଦିଗରେ ଦୀର୍ଘ ପାଞ୍ଚ ବର୍ଷ ହେଲା ସେ କାମ କରିଆସୁଛନ୍ତି । ସମାଜ ଠାରୁ ନା କିଛି ପାଇବାର ଆଶା ନା କିଛି ହରାଇବାର ଭୟ ତାଙ୍କ ମନରେ ଅଛି । ଲକ୍ଷ କେବଳ ଗାନ୍ଧୀଙ୍କ ଆଦର୍ଶ ଓ ଦର୍ଶନକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ।

ବାଣିଜ୍ୟରେ ସ୍ନାତ୍ତକ ଡିଗ୍ରୀ ହାସଲ କରିବା ପରେ ଗାନ୍ଧୀଙ୍କ ଉପରେ ଲେଖା ହୋଇଥିବା ବିଭିନ୍ନ ପୁସ୍ତକ ପଢିବାରେ ଲାଗିଥିଲେ ମାନସ । ମହାତ୍ମା ଗାନ୍ଧୀଙ୍କ ପ୍ରତି ତୀବ୍ର ଭାବରେ ଆକର୍ଷିତ ହୋଇଥିଲେ । ଅର୍ଥ ଲାଳସା ନ ରଖି ଓ ଚାକିରି ପଛରେ ନ ଗୋଡ଼ାଇ ସେ ଗାନ୍ଧୀଙ୍କ ଆଦର୍ଶ ଓ ଦର୍ଶନକୁ ପ୍ରଚାର-ପ୍ରସାର କରାଇବାରେ ନିଜକୁ ସମର୍ପିତ କରିଥିଲେ । ସେବା ଗ୍ରାମ, ଯାହା ଗାନ୍ଧୀଙ୍କ କର୍ମସ୍ଥଳୀ ଥିଲା, ସେଠାକୁ ଯାଇ ଗାନ୍ଧୀଙ୍କ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ ।

ଗାନ୍ଧୀ ଜୟନ୍ତୀର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶାନ୍ତି, ସଦଭାବନା ଓ ସଂହତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ହୋଇଥିବା ଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମାନସ । ସ୍କୁଲ ଓ ଗଣ ଶିକ୍ଷା ବିଭାଗତରଫରୁ ଗାନ୍ଧୀଙ୍କ ହତ୍ୟାକୁ ନେଇ ଦିଆଯାଇଥିବା ଭ୍ରମାତ୍ମକ ତଥ୍ୟ ଲୋକଲୋଚନକୁ ଆଣିଥିଲେ । ବିଧାନ ସଭାରେ ସେ କଥା ବେଶ୍‌ ଆଲୋଡ଼ନ ସୃଷ୍ଟି କରିଥିଲା, ଆଉ ଗଣ ଶିକ୍ଷା ବିଭାଗ ପରବର୍ତ୍ତୀ ସମୟରେ ସେ ତ୍ରୁଟିକୁ ସଂଶୋଧନ କରିଥିଲା ।

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲାପଦରୁ ହଟାଗଲେ

ଲକଡାଉନ ସମୟରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶାରେ ଫସି ରହିଥିବା ଅନ୍ୟ ରାଜ୍ୟର ପ୍ରବାସୀ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ । ପାଖାପାଖି ୫୦ ହଜାର ପ୍ରବାସୀଙ୍କୁ ସାହାଯ୍ୟ କରିଥିଲେ ସେ ।



‘‘ପିଲାବେଳେ ପଢ଼ା ବହିରେ ଗାନ୍ଧୀଙ୍କ କଥା ପଢ଼ୁଥିଲି । କଲେଜରେ ପଢ଼ିଲା ବେଳେ ଗାନ୍ଧୀଙ୍କ ପ୍ରତି ଅଧିକ ଆକର୍ଷିତ ହେଲି । ଗାନ୍ଧୀଙ୍କୁ ନିଜ ଜୀବନର ଆଦର୍ଶ ବୋଲି ମୁଁ ଧରିନେଇଛି । ବାସ୍‌, ଗାନ୍ଧୀଙ୍କ ବିଚାରଧାରରେ କାମ କରୁଛି । ମାନସିକ ଶାନ୍ତି ମିଳୁଛି,’’ କହିଛନ୍ତି ମାନସ ପଟ୍ଟନାୟକ ।
Published by: Anand Shankar Thankur Das
First published: October 2, 2020, 7:57 PM IST
corona virus btn
corona virus btn
Loading