୨୦୨୦ରେ ଦୁର୍ନୀତି ଧରିବାରେ ଆଗୁଆ ରହିଲା ରାଜ୍ୟ; ରେକର୍ଡ଼ ପରିମାଣର ଆୟବର୍ହିଭୁତ ସମ୍ପତ୍ତି ଠାବ

୨୦୨୦ରେ ରାଜ୍ୟରେ ମୋ’ଟ ୧୨୩.୯୧ କୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠାବ ହୋଇଛି । ୯୩ ଜଣ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ୩୬ ଜଣଙ୍କ ଠାରୁ ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ଥିଲା । ୪ଟି ମାମଲାରେ ଏହା ଥିଲା ୪ କୋଟି ଟଙ୍କାରୁ ଅଧିକ ।

୨୦୨୦ରେ ଦୁର୍ନୀତି ଧରିବାରେ ଆଗୁଆ ରହିଲା ରାଜ୍ୟ; ରେକର୍ଡ଼ ପରିମାଣର ଆୟବର୍ହିଭୁତ ସମ୍ପତ୍ତି ଠାବ
IFS ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଏବେ ଜେଲରେ ଅଛନ୍ତି ।
  • News18 Odia
  • Last Updated: January 1, 2021, 11:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟରେ ଦୁର୍ନୀତି ଓ ଏହା ଦ୍ୱାରା ଆୟକୁ ରୋକିବା ପାଇଁ ପ୍ରତି ବର୍ଷ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଥାଏ । କିନ୍ତୁ ଗତ ବର୍ଷ ଅର୍ଥାତ ୨୦୨୦ରେ ସାମନାକୁ ଆସିଥିବା ଆୟ-ବର୍ହିଭୁତ ସମ୍ପତ୍ତି ଠୁଳ ମାମଲା ବିଗତ ବର୍ଷଗୁଡ଼ିକର ସବୁ ରେକର୍ଡକୁ ଭାଙ୍ଗିଦେଇଛି ।

୨୦୨୦ ମସିହାର ଭିଜିଲାନ୍ସର ରିପୋର୍ଟ କାର୍ଡ଼ ଅନୁସାରେ ଏହି ବର୍ଷ ବିଭାଗ ମୋ’ଟ ୨୪୫ଟି ଆପରାଧିକ ମାମଲା ରୁଜୁ କରିଥିଲା । ମୋ’ଟ ୩୮୧ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଏହି ସବୁ ମାମଲା ଦାୟର ହୋଇଥିଲା । ସେମାନଙ୍କ ମଧ୍ୟରେ ମୋ’ଟ ୯୩ ଜଣ ସରକାର କର୍ମଚାରୀ ଥିଲେ । ସେଥି ମଧ୍ୟରୁ ୫୩ ଜଣ ପ୍ରଥମ ଶ୍ରେଣୀର ସରକାରୀ କର୍ମଚାରୀ, ୩୭ ଜଣ ଦ୍ବିତୀୟ ଶ୍ରେଣୀର କର୍ମଚାରୀ, ୧୮୪ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ଓ ପାଞ୍ଚ ଜଣ ଚତୁର୍ଥ ଶ୍ରେଣୀର କର୍ମଚାରୀ ଥିଲେ ।

ଏହା ବି ପଢ଼ନ୍ତୁ | ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା

୨୦୨୦ରେ ରାଜ୍ୟରେ ମୋ’ଟ ୧୨୩.୯୧ କୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠାବ ହୋଇଛି । ୯୩ ଜଣ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ୩୬ ଜଣଙ୍କ ଠାରୁ ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ଚାରିଟି ମାମଲାରେ ସମ୍ପତ୍ତିର ମୂଲ୍ୟ ଥିଲା ଚାରି କୋଟି ଟଙ୍କାରୁ ଅଧିକ । ତେବେ ସର୍ବାଧିକ ୯.୩୫ କୋଟି ଟଙ୍କାର ସମ୍ପତ୍ତି ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ଠାରୁ ଠାବ ହୋଇଥିଲା ।

ପାଠକଙ୍କ ସମ୍ପତ୍ତି ଠାବ କରିବା ପାଇଁ ୧୫୦ ଜଣ ଅଫିସର ନିୟୋଜିତ ହୋଇଥିଲେ । ଏଥି ପାଇଁ ଚାରିଟି ରାଜ୍ୟରେ ଭିଜିଲାନ୍ସ ବିଭାଗ ସର୍ଚ୍ଚ କରିଥିଲା । ଏହା ଥିଲା ଏହା ରାଜ୍ୟ ଭିଜିଲାନ୍ସ ଇତିହାସରେ ଏହି ପ୍ରକାରର ପ୍ରଥମ ଓ ବଡ଼ ଘଟଣା ।

ଏହା ବି ପଢ଼ନ୍ତୁInside PHOTOS: କରୀନା, କଙ୍ଗନା, ମଲାଇକା... ଏମାନେ କେମିତି Christmas 2020 ପାଳନ କଲେ

୨୦୨୦ରେ ମୋଟା ଅଙ୍କର ଟଙ୍କା ନେଇ ଯାଉଥିବା ବେଳେ ଧରା ପଡ଼ିଥିଲେ ଆଠ ଜଣ ସରକାରୀ କର୍ମଚାରୀ । ସେମାନଙ୍କ ଠାରୁ ମୋଟ ୨୬ କୋଟି ୯୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଗତ ବର୍ଷ ୧୧୩ ଜଣ ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ବିଭାଗ । ମୋଟ ଲାଞ୍ଚର ପରିମାଣ ଥିଲା ୧୬ ଲକ୍ଷ ୬୨ ହଜାର ଟଙ୍କା । ସେହି ପରି ସରକାରୀ ଅର୍ଥ ହଡପ ନେଇ ମୋଟ ୧୨୮ ଜଣଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗ ମକଦ୍ଦମା ରୁଜ୍ଜୁ କରିଥିଲା । ସେମାନଙ୍କ ମଧ୍ୟରେ ଥିଲେ ୯୯ ଜଣ ସରକାରୀ କର୍ମଚାରୀ ।

ଏହା ବି ପଢ଼ନ୍ତୁ ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ

ଦୁର୍ନୀତି କରିଥିବା ଅଭିଯୋଗରେ ରାଜ୍ୟରେ ୨୦୨୦ରେ ମୋ’ଟ ୨୨୧ଟି ମାମାଲା ରୁଜୁ ହୋଇଥିଲା । ସେଥି ମଧ୍ୟରୁ ୧୨୯ଟି ମାମଲାରେ ତଦନ୍ତ ଶେଷ ହୋଇଛି । ଗତ ବର୍ଷ ମୋଟ ୧୬୧ଟି ମାମଲାରେ ଫଇସଲା ହୋଇଛି । ସେଥି ମଧ୍ୟରୁ ୧୫୩ଟି ମାମଲାରେ ୨୦୪ ଜଣଙ୍କ ନାଁରେ ଚାର୍ଜସିଟ୍‌ ଫାଇଲ୍‌ ହୋଇସାରିଛି ।



୨୦୨୦ରେ ଭିଜିଲାନ୍ସ ବିଭାଗ ମୋ’ଟ ୧୮୭ ଜଣ ଲୋକଙ୍କ ଗିରଫ କରିଛି । ୧୬ଟି ମାମଲାରେ ୧୭ ଜଣଙ୍କୁ କୋର୍ଟ ଦଣ୍ଡ ବିଧାନ ମଧ୍ୟ କରିଛନ୍ତି । ୧୫ ଜଣ ସରକାରୀ କର୍ମଚାରୀଙ୍କୁ ସରକାର ଚାକିରିରୁ ବହିଷ୍କାର କରିଛନ୍ତି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ୫୪ଟି ମାମଲାର ତଦନ୍ତ କରିଥିଲା ରାଜ୍ୟ ଦୁର୍ନିତି ନିବାରଣ ବିଭାଗ ।
Published by: Anand Shankar Thankur Das
First published: January 1, 2021, 11:40 PM IST
corona virus btn
corona virus btn
Loading