ରଣଜୀ ଟ୍ରଫିରେ ହରିୟାଣା ବିପକ୍ଷରେ ଓଡ଼ିଶାର ରୋମାଞ୍ଚକର ବିଜୟ; ସୂର୍ଯ୍ୟକାନ୍ତଙ୍କ ଚମତ୍କାର ବୋଲିଂ

୭୮ ରନ୍‌ରେ ୫ ୱିକେଟ ହରାଇ ଓଡ଼ିଶା ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଥିଲେ ମଧ୍ୟ ଗୋବିନ୍ଦ ପୋଦାର ୩୦, ରାଜେଶ ଧୂପର ୩୨ ଓ ଶେଷ ଆଡ଼କୁ ରାଜେଶ ମହାନ୍ତି ୨୧ ରନ କରିଥିବାରୁ ଓଡ଼ିଶାର ବିଜୟ ସୁନିଶ୍ଚିତ ହୋଇଥିଲା ।

ରଣଜୀ ଟ୍ରଫିରେ ହରିୟାଣା ବିପକ୍ଷରେ ଓଡ଼ିଶାର ରୋମାଞ୍ଚକର ବିଜୟ; ସୂର୍ଯ୍ୟକାନ୍ତଙ୍କ ଚମତ୍କାର ବୋଲିଂ
ଏହି ମ୍ୟାଚ୍‌ ସମୟର ଏକ ଦୃଶ୍ୟ
  • News18 Odia
  • Last Updated: January 14, 2020, 2:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ହରିୟାଣା ବିପକ୍ଷରେ ରଣଜୀ ଟ୍ରଫିରେ ଓଡ଼ିଶା ରୋମାଞ୍ଚକର ବିଜୟ ହାସଲ କରିଛି । ଗୋଟିଏ ୱିକେଟରେ ହରିଆଣାକୁ ହରାଇଛି ଓଡ଼ିଶା ଟିମ୍‌ ।

ମ୍ୟାଚ୍‌ର ଶେଷ ଦିନରେ ଓଡ଼ିଶାକୁ ଜିତିବା ପାଇଁ ୩୨ ରନ୍‌ ଆବଶ୍ୟକ ହେଉଥିବା ବେଳେ ଘରୋଇ ହରିୟାଣା ଟିମ୍‌କୁ ତିନି ୱିକେ୍‌ଟ ଦରକାର ଥିଲା । ଆଜି ଆଉ ଦୁଇ ୱିକେଟ ହରାଇ ଓଡ଼ିଶା ଚଳିତ ସିଜନ୍‌ରେ ଚତୁର୍ଥ ବିଜୟ ହାସଲ କରିଛି ।

ହରିଆଣା ପ୍ରଥମ ଇନିଂସରେ ୯୦ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଏହାର ଜବାବରେ ଓଡ଼ିଶା ପ୍ରଥମ ପାଳିରେ ୧୬୦ ରନ୍‌ କରି ୭୦ ରନ୍‌ର ଗୁରୁତ୍ବପୂର୍ଣ୍ଣ ଲିଡ୍‌ ନେଇଥିଲା । ତେବେ ଦ୍ବିତୀୟ ପାଳିରେ ହରିଆଣା ୨୪୮ ରନ୍‌ରେ ଅଲଆଉଟ ହୋଇ ଓଡ଼ିଶା ଆଗରେ ୧୭୯ ରନ୍‌ର ଟାର୍ଗେଟ ରଖିଥିଲା ।

୭୮ ରନ୍‌ରେ ୫ ୱିକେଟ ହରାଇ ଓଡ଼ିଶା ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଥିଲେ ମଧ୍ୟ ଗୋବିନ୍ଦ ପୋଦାର ୩୦, ରାଜେଶ ଧୂପର ୩୨ ଓ ଶେଷ ଆଡ଼କୁ ରାଜେଶ ମହାନ୍ତି ୨୧ ରନ କରିଥିବାରୁ ଓଡ଼ିଶାର ବିଜୟ ସୁନିଶ୍ଚିତ ହୋଇଥିଲା ।

ଏହି ସିଜିନ୍‌ରେ ଚମତ୍କାର ବୋଲିଂ କରି ସୂର୍ଯ୍ୟକାନ୍ତ ପ୍ରଧାନ ୧୧ଟି ୱିକେଟ ହାସଲ କରିଛନ୍ତି । ଚ଼ଳିତ ସିଜିନରେ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପ୍ରଥମ ଇନିଂସ ଅଗ୍ରଣୀ ସହ ୨୮ ପଏଣ୍ଟ ପାଇ ଗ୍ରୁପ୍‌ ‘ସି’ରେ ଟପ୍‌ରେ ରହିଛି ଓଡି଼ଶା ।
Published by: Anand Shankar Thankur Das
First published: January 14, 2020, 2:25 PM IST
corona virus btn
corona virus btn
Loading