- News18 Odia
- Last Updated :
- Other, India
News18 Odia Digital
ଆଉ କିଛି ଦିନ ପରେ ଦର୍ଶନ ପାଇଁ ପ୍ରସ୍ତୁତ ହୋଇଯିବ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିର(Ayodhya Ram Temple)। ଗର୍ଭ ଗୃହରେ ପୂଜା ପାଇବାକୁ ଥିବା ଶ୍ରୀରାମଙ୍କ ମୃର୍ତ୍ତି ନିର୍ମାଣ ନେଇ ବଛା ବଛା କାରିଗରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହି ଶିଳ୍ପୀମାନଙ୍କ ମଧ୍ଯରେ ସ୍ଥାନ ପାଇଛନ୍ତି ଓଡିଆ ଶିଳ୍ପୀ ସୁଦର୍ଶନ ସାହୁ(Sudarshan Sahoo) ।
https://odia.news18.com/news/festival/know-the-exact-date-of-makar-sankranti-2023-3ssd-14012023-ssd-148047.htmlଓଡିଶା ସମେତ କର୍ଣ୍ଣାଟକ ଓ ମହାରାଷ୍ଟ୍ରର ଖ୍ୟାତାନାମ ମୂର୍ତ୍ତି କାରିଗର ଶ୍ରୀରାମଙ୍କ ମୂର୍ତ୍ତି (Sri Ram Sculpture) ନିର୍ମାଣ କରିବେ। ସେମାନଙ୍କ ସହ ମିଶି ଓଡିଆ ଶିଳ୍ପୀ ତଥା ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ବାଳ ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ କରିବେ। ଗର୍ଭଗୃହରେ ସ୍ଥାନିତ ପାଇବ ପ୍ରଭୁ ଶ୍ରୀରାମ ଏହି ମୂର୍ତ୍ତି। କେବଳ ସେତିକି ନୁହେଁ ମୂର୍ତ୍ତି ପାଇଁ ଆବଶ୍ୟକ ହେଉଥିବା ବିରଳ ଆକାଶୀ ରଙ୍ଗର ପଥର ମଧ୍ୟ ଓଡ଼ିଶାରୁ ଯିବ। ଓଡିଶା ଓ ମହାରାଷ୍ଟ୍ରରୁ ଏହି ପଥର ଅଣାଯାଇ ମୂର୍ତ୍ତି ନିର୍ମାଣ କରାଯିବ ।
https://odia.news18.com/photogallery/festival/history-significance-scientific-importance-of-makar-sankranti-3ssd-14012023-ssd-148017.html୨୦୨୪ ମକର ସଂକ୍ରାନ୍ତି ଅର୍ଥାତ ଆର ବର୍ଷ ମକର ସଂକ୍ରାନ୍ତି(Makar Sankranti)ରେ ମନ୍ଦିର ଗର୍ଭଗୃହରେ ରାମଙ୍କ ଏହି ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯିବ । ପର ବର୍ଷ ଜାନୁଆରୀ ମାସ ସୁଦ୍ଧା ଭକ୍ତଙ୍କ ପାଇଁ ଶ୍ରୀରାମଙ୍କ ମନ୍ଦିର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ ବୋଲି ସୂଚନା ଦିଆଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।