ଏଣିକି ପ୍ରଥମ ଶ୍ରେଣୀରୁ ଇଂରାଜୀ ଭାଷା ପଢ଼ିବେ ଓଡ଼ିଆ ପିଲେ; ୩୦ଟି ଜିଲ୍ଲାରେ ଖୋଲିବ ୧୦୧ଟି ବିଦ୍ଯାଳୟ

ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶ ଶିକ୍ଷା ମଧ୍ୟ ଦିଆଯିବ । କୋଡ଼ିଏରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକୁ ନିକଟସ୍ଥ ସରକାରୀ ସ୍କୁଲରେ ମିଶାଇବା କାର୍ଯ୍ୟକ୍ରମରେ ଅନ୍ୟ ସ୍କୁଲକୁ ସ୍ଥାନାନ୍ତରିତ ହେବାକୁ ଥିବା ପିଲାଙ୍କୁ ଏସକର୍ଟ ଆଲାଉନ୍ସ ଦିଆଯିବ । ସ୍ଥାନାନ୍ତର ଭତ୍ତା ବାବଦରେ ସର୍ବାଧିକ ୫,୦୦୦ ଟଙ୍କା ମଧ୍ୟ ଦିଆଯିବ ।

ଏଣିକି ପ୍ରଥମ ଶ୍ରେଣୀରୁ ଇଂରାଜୀ ଭାଷା ପଢ଼ିବେ ଓଡ଼ିଆ ପିଲେ; ୩୦ଟି ଜିଲ୍ଲାରେ ଖୋଲିବ ୧୦୧ଟି ବିଦ୍ଯାଳୟ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 30, 2020, 11:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜଗତୀକରଣର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଓ ଆଧୁନିକ ଜ୍ଞାନକୌଶଳର ବଢ଼ୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ଛାତ୍ରଛାତ୍ରୀଙ୍କ ଇଂରାଜୀ ଭାଷା ଜ୍ଞାନ ବୃଦ୍ଧି କରିବା ନେଇ ସରକାର ଆଣିଛନ୍ତି ନୂଆ ବ୍ୟବସ୍ଥା । ଏଣିକି ପ୍ରଥମ ଶ୍ରେଣୀରୁ ପିଲାମାନେ ଇଂରାଜୀ ଭାଷା ପଢ଼ିବେ । ଏଥି ପାଇଁ ରାଜ୍ୟର ୩୦ଟି ଜିଲ୍ଲାରେ ୧୦୧ଟି ବିଦ୍ଯାଳୟ ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ବିଦ୍ୟାଳୟମାନଙ୍କରେ ପ୍ରଥମ ଶ୍ରେଣୀରୁ ଇଂଲିଶ ମିଡିୟମ ସେକ୍ସନ ଖୋଲିବାକୁ ଓ ପ୍ରତି ବିଦ୍ୟାଳୟକୁ ସଫ୍ଟ ଇନଫ୍ରାଷ୍ଟ୍ରକଚ଼ର ବିକଶିତ କରିବା ପାଇଁ ୨୫ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତା’ ଛଡ଼ା ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶ ଶିକ୍ଷା ମଧ୍ୟ ଦିଆଯିବ ।

ରାଜ୍ୟରେ ସରକାରୀ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷାଦାନ ସୁନିଶ୍ମିତ କରିବା ଉପରେ ସରକାର ଗୁରୁତ୍ବ ଦେଇଆସୁଛନ୍ତି । ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଲକ୍ଷ ନେଇ ସରକାର ବିଦ୍ୟାଳୟମାନଙ୍କର ପରିଚ଼ାଳନା ବ୍ୟବସ୍ଥାକୁ ଉନ୍ନତ କରିବା, ଶିକ୍ଷାଦାନରେ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବ ବିକାଶ ଭଳି ଭିଭିନ୍ନ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି ।

କୋଡ଼ିଏରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇଦେବା ଓ ପିଲାମାନଙ୍କୁ ସେହି ସରକାରୀ ସ୍କୁଲରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ  ଯଥା କ୍ରମେ ୧ କିଲୋମିଟର, ୨ କିଲୋମିଟର ଓ ୩ କିଲୋମିଟର ପରିସର ମଧ୍ୟରେ ଥିବା ସରକାରୀ ବିଦ୍ୟାଳୟରେ ମିଶାଇ ଦିଆଯିବ । ଏହା ଦ୍ବାରା ଶିକ୍ଷକ ଅଭାବ ଜନିତ ସମସ୍ୟା ରହିବ ନାହିଁ  । ଏ କ୍ଷେତ୍ରରେ  ଅନ୍ୟ ସ୍କୁଲକୁ ସ୍ଥାନାନ୍ତରିତ ହେବାକୁ ଥିବା ପିଲାମାନଙ୍କୁ ଆର.ଟି.ଇ ଆକ୍ଟ ଅନୁଯାୟୀ ଏସକର୍ଟ ଆଲାଉନ୍ସ ଦିଆଯିବ । ସେହିପରି ସ୍ଥାନାନ୍ତର ଭତ୍ତା ବାବଦରେ ସର୍ବାଧିକ ୫,୦୦୦ ଟଙ୍କା ମଧ୍ୟ ଦିଆଯିବ ।

ସରକାରୀ ବିଦ୍ୟାଳୟ ନିକଟରେ ଥିବା  ବ୍ଲକ ଗ୍ରାଣ୍ଟ, ଏଡେଡ ଓ ନୂଆକରି ଏଡ ପାଇଥିବା ସ୍କୁଲଗୁଡିକୁ ମିଶାଇ ଦିଆଯିବା ସହିତ ଚ଼ାଲୁ ନ ଥିବା ବ୍ଲକ ଗ୍ରାଣ୍ଟ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯିବ । ଆବଶ୍ୟକ ଭିତ୍ତିରେ ବ୍ଲକ ଗ୍ରାଣ୍ଟ ଓ ସରକାରୀ ଶିକ୍ଷକଙ୍କୁ ଡେପୁଟେସନ ଭିତ୍ତିରେ ନିଯୁକ୍ତି ଦେବା ପାଇଁ ନୀତି ପ୍ରଣୟନ କରାଯିବ । ସ୍କୁଲ ଓ ଗଣ ଶିକ୍ଷା ବିଭାଗରେ ମଧ୍ୟ ‘ମୋ ସରକାର’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ । ଏଥି ପାଇଁ ଅଭିଭାବକ ମାନଙ୍କ ଫୋନ ନମ୍ବରକୁ ଡିଜିଟାଇଜଡ କରାଯିବ । ୫ଟି କାର୍ଯ୍ୟକ୍ରମ ଅନୁଯାୟୀ ସବୁ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଅନଲାଇନରେ ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସ୍ବଚ୍ଛତା ପାଇଁ ଛାତ୍ରଛାତ୍ରୀଙ୍କ ଆଧାର ସିଡିଂ ସୁନିଶ୍ଚିତ କରାଯିବ । ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଆବଶ୍ୟକ ମୁତାବକ ଶିକ୍ଷକ ମୃତୟନ କରାଯିବ ।
First published: January 30, 2020, 11:37 PM IST
corona virus btn
corona virus btn
Loading