News18 Odia Digital
ଭୁବନେଶ୍ୱର: ସ୍କୁଲ୍ ପିଲାମାନଙ୍କ ଶିକ୍ଷା ଗ୍ରହଣ ଉପରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନୂଆ ବର୍ଷରୁ ଛୋଟ ପିଲାମାନଙ୍କ ପାଇଁ ସ୍କୁଲ୍ ଖୋଲିବ ଓ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ । ରାଜ୍ୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଜାନୁଆରୀ ୩ ତାରିଖରୁ ସ୍କୁଲ୍ ଖୋଲିବ ଓ ପାଠପଢ଼ା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର (Odisha school reopen date)।
କରୋନା ମହାମାରୀ ଯୋଗୁଁ ରାଜ୍ୟରେ ଶିକ୍ଷା କ୍ଷେତ୍ର ଘୋର ପ୍ରଭାବିତ ହୋଇଛି । କିନ୍ତୁ ପିଲାଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ରାଜ୍ୟ ସରକାର କୋଭିଡ୍ ଗାଇଡଲାଇନର ପାଳନ ମଧ୍ୟରେ ସାନ ପିଲାମାନଙ୍କ ପାଇଁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ କୋଭିଡ୍ ଗାଇଡଲାଇନ ମାନି ଓ ପୂର୍ବରୁ ତିଆରି ହୋଇଥିବା ଏସ୍.ଓ.ପି. ପାଳନ କରି ସ୍କୁଲଗୁଡ଼ିକ ପରିଚାଳିତ ହେବ । ରାଜ୍ୟର ପ୍ରାୟ ୨୭ ହଜାର ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଜାନୁଆରୀ ୩ ତାରିଖରୁ ପାଠପଢ଼ା ଚାଲିବ ବୋଲି ସେ କହିଛନ୍ତି (Odisha schools to open for primary classes)।
ଏହା ବି ପଢ଼ନ୍ତୁ | New Labour Code: ଆସନ୍ତା ବର୍ଷରୁ ଦେଶର ସବୁ କର୍ମଚାରୀମାନେ ସପ୍ତାହରେ ୪ ଦିନ କାମ କରିବେ‘‘ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆମେ ଏକରୁ ପାଞ୍ଚ କ୍ଲାସ୍ ଜାନୁଆରୀ ୩ ତାରିଖରୁ ଖୋଲିବାକୁ ଯାଉଛୁ । ଆମେ ରାଜ୍ୟର ୨୭,୦୦୦ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ଖୋଲିବା ପାଇଁ ଯାଉଛୁ । ଯେଉଁଗୁଡ଼ିକୁ ନୋଡାଲ୍ ସ୍କୁଲ୍ ଅଛି, ଯେଉଁଠି ଏକରୁ ଦଶ ପର୍ଯ୍ୟନ୍ତ କ୍ଲାସ୍ ଅଛି, ସେଠି ଯେହେତୁ ସମ୍ମେଟିଭ୍ ପରୀକ୍ଷାଗୁଡ଼ିକ ଚାଲିଛି, ସେଗୁଡ଼ିକ ଜାନୁଆରୀ ୧୦ ତାରିଖ ପରେ ଖୋଲିବ,’’ କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ (education minister Samir Ranjan Dash)।

ମଧ୍ୟାନ୍ନ ଭୋଜନରେ (ମିଡ୍-ଡେ ମିଲରେ) ପିଲାମାନଙ୍କୁ ରନ୍ଧା ଖାଦ୍ୟ ବଦଳରେ ଡ୍ରାଏ ରାସନ୍ ଦିଆଯିବ । (ପିଟିଆଇ ଫଟୋ)
ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲାପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନଙ୍କ ପାଇଁ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ସ୍କୁଲରେ ପାଠପଢ଼ା ହେବ (Odisha school time)। ମଧ୍ୟାନ୍ନ ଭୋଜନରେ (ମିଡ୍-ଡେ ମିଲରେ) ପିଲାମାନଙ୍କୁ ରନ୍ଧା ଖାଦ୍ୟ ବଦଳରେ ଡ୍ରାଏ ରାସନ୍ ଦିଆଯିବ । ଷଷ୍ଠ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ଯେଉଁ ଏସ୍.ଓ.ପି. ଆଧାରରେ ପାଠପଢ଼ା ଚାଲିଛି, ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସେହି ଗାଇଡଲାଇନ ପାଳନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ଏହା ବି ପଢ଼ନ୍ତୁ | Women marriage legal age: ଝିଅମାନେ ଆଉ ୧୮ ବର୍ଷ ବୟସରେ ବିବାହ କରିପାରିବେନି; ବଦଳିବ ଆଇନ‘‘ମଧ୍ୟାନ୍ନ ଭୋଜନ ସମ୍ପର୍କରେ ଯେଉଁ କଥାଗୁଡ଼ିକ ଅଛି ସେଗୁଡ଼ିକ ପୂର୍ବ ଗାଇଡଲାଇନ୍ ଅନୁସାରେ କାର୍ଯ୍ୟକାରୀ ହେବ । ସ୍କୁଲ୍ ଟାଇମ୍ ରହିବ ସକାଳ ୯ଟାରୁ ୧୨ଟା । ଅନ୍ୟାନ୍ୟ କ୍ଲାସ୍ ପାଇଁ ଯାହା ଯାହା ଏସ୍.ଓ.ପି. ସବୁ ଅଛି ସେଗୁଡ଼ି ସବୁ ପାଳନ କରାଯିବ । ସେହି ଅନୁସାରେ କ୍ଲାସ୍ ଚାଲିବ,’’ କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଏହା ବି ପଢ଼ନ୍ତୁ | ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ କାହିଁକି ଦେଖିବାକୁ ମିଳୁନି? ଏବେ ଜଣା ପଡ଼ିଲା କାରଣମନ୍ତ୍ରୀ କହିଛନ୍ତି ଯେ କରୋନା ଭାଇରସ୍ ସଂକ୍ରମଣ (Coronavirus) ଯୋଗୁଁ ଓଡ଼ିଶାରେ ଦୀର୍ଘ ଦିନ ଧରି ପିଲାଙ୍କ ଶ୍ରେଣୀ ଗୃହ ପାଠପଢ଼ା ବନ୍ଦ ରହିଥିଲା । ‘‘ଷଷ୍ଠ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ସ୍କୁଲ୍ ଖୋଲିବା ପରେ ଲକ୍ଷ୍ୟ କରାଯାଉଛି ଯେ ସ୍କୁଲରେ ଉପସ୍ଥାନ ବଢୁଛି । ପିଲାମାନଙ୍କ ଭିତରେ କ୍ଲାସକୁ ଆସି ପାଠ ପଢ଼ିବାର ଆଗ୍ରହ ରହିଥିବା ଦେଖାଯାଇଛି । ତାକୁ ନଜରରେ ରଖି ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ୍ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏଥି ପାଇଁ ଅଭିଭାବକମାନଙ୍କ ଅନୁମତିକୁ ବାଧ୍ୟତାମୂଳକ କରାଯାଇଛି,’’ କହିଛନ୍ତି ମନ୍ତ୍ରୀ ।
ଏହା ବି ପଢ଼ନ୍ତୁ | Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନଶିକ୍ଷାବିତମାନେ ମଧ୍ୟ ସକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ‘‘ଏହା ଦ୍ୱାରା ରାଜ୍ୟରେ ପିଲାମାନଙ୍କ ପାଠ ପଢ଼ା ଆଗେଇବ । ସାନ ପିଲାମାନେ ତ ଅନଲାଇନ୍ କ୍ଲାସ୍ କରିପାରୁ ନ ଥିଲେ । ରାଜ୍ୟରେ ଅନେକ ପିଲା ଅନଲାଇନ୍ କ୍ଲାସରୁ ବଞ୍ଚିତ ବି ହେଉଥିଲେ । ସ୍କୁଲ୍ ଖୋଲିଲେ ପିଲାମାନଙ୍କ ପାଠ ପଢ଼ା ଟ୍ରାକକୁ ଆସିବ,’’ କହିଛନ୍ତି ଶିକ୍ଷାବିତ୍ ପ୍ରୀତୀଶ ଆଚାର୍ଯ୍ୟ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।