News18 Odia Digital
କଟକ: କଟକରେ ଏସସିବି ମେଡ଼ିକାଲ (SCB Medical College and Hospital) ସହ ମହାନଦୀ ପଠାର ଉନ୍ନତିକରଣ କାର୍ଯ୍ୟର ଏକ ସାଇଡ଼ ଇଫେକ୍ଟ ଏବେ ସାମନାକୁ ଆସିଛି । ମହାନଦୀ ଓ ବିରୂପାକୁ ଖୋଳାଯିବା ପରେ ସେଠାରୁ ବାହାରୁଥିବା ବାଲି ଓ ମାଟିକୁ ଜଗତପୁରର ନଦୀ କୂଳରେ ପକାଯିବା ଓ ଏସସିବି ମେଡ଼ିକାଲ ଚାରି ପାଖରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଯୋଗୁଁ ବିସ୍ଥାପିତ ହେଉଥିବା ବସ୍ତି ବାସିନ୍ଦାଙ୍କୁ ସେଠାରେ ଥଇଥାନ କରିବା ପ୍ରସଙ୍ଗ ଏବେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ (National Green Tribunal, NGT) ପହଞ୍ଚିଛି ।
ଏସସିବି ମେଡ଼ିକାଲକୁ ଏକ ବିଶ୍ବସ୍ତରୀୟ ହସ୍ପିଟାଲରେ ପରିଣତ କରିବା ସହ ମହାନଦୀ ପଠାର ଉନ୍ନତୀକରଣ କରି ସେଠାରେ ଏକ ସ୍ପୋଟ୍ସ କମ୍ପ୍ଲେକ୍ସ ସହିତ ଅନେକ ପ୍ରକଳ୍ପ ତିଆରି ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ସେହି କ୍ରମରେ ମହାନଦୀ (Mahanadi River) ସହ ଏହାର ଶାଖା ବିରୂପା ନଦୀକୁ (Birupa River) ଡ୍ରେଜିଂ କରି ସେହି ବାଲି ଦ୍ବାରା ନଦୀ ପଠାକୁ ସମତଳ କରାଯାଉଛି । କିନ୍ତୁ ଏସସିବି ନିକଟବର୍ତ୍ତୀ ବସ୍ତି ଉଚ୍ଛେଦ ହେବା ପରେ ବସ୍ତି ବାସିନ୍ଦାଙ୍କୁ ଜଗତପୁର ନିକଟ ବିରୂପା ନଦୀ ପଠାରେ ଥଇଥାନ କାର୍ଯ୍ୟ ଏବେ ଏକ ନୂଆ ବିବାଦକୁ ଜନ୍ମ ଦେଇଛି ।
ଏହା ଦ୍ବାରା ଜଗତପୁର ଠାରେ ଥିବା ରୋଇଂ ପ୍ରଶିକ୍ଷଣ କେନ୍ଦ୍ର (Water Sports Centre, Jagatpur) ସିଧାସଳଖ ପ୍ରଭାବିତ ହୋଇଛି । ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଆବଶ୍ୟକ ଥିବା ଭିତ୍ତିଭୁମି ସହ ପ୍ରାକୃତିକ ପରିବେଶ ନଷ୍ଟ ହୋଇଥିବା ଅଭିଯୋଗ କରି ଏନ.ଜି.ଟି.ର ଦ୍ବାରସ୍ଥ ହୋଇଛି ରାଜ୍ୟ ରୋଇଂ ସଙ୍ଘ । ଆସନ୍ତା ବର୍ଷ ଜଗତପୁରରେ ଏସିଆନ୍ ରୋଇଂ ଚାମ୍ପିୟନସିପର ଆୟୋଜନ ହେବାକୁ ଥିବାରୁ ଏଠାରେ ଭିତ୍ତିଭୂମି ନ ଥିଲେ ତାହା ପ୍ରତ୍ୟାହାର ହୋଇଯିବା ନେଇ ଆଶଙ୍କା ପ୍ରକାଶ କରିଛି ରାଜ୍ୟ ରୋଇଂ ସଙ୍ଘ ।

ସରକାରୀ କମିଟି ଏହି ଜାଗାରେ ରୋଇଂ ସହିତ ପର୍ଯ୍ୟଟନର ବିକାଶ ପାଇଁ ନିଷ୍ପତ୍ତି ନେଇଥିଲା ।
‘‘ଗଛ ଲତା ଭର୍ତ୍ତି ହୋଇଥିବାରୁ ସେହି ସରକାରୀ ଜମି କାହାରି ବ୍ୟବହାରରେ ଆସୁ ନ ଥିଲା । ପିଲାମାନେ ଭଲ କରି ଅଭ୍ୟାସ କରିବେ ବୋଲି ଆଶା କରି ସେହି ଜାଗାର ବିକାଶ ପାଇଁ ଆମେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଫଳରେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ଗୋଟିଏ ହାଇ ପାୱାର କମିଟି ଗଠିତ ହେଲା। କମିଟି ଏହି ଜାଗାରେ ରୋଇଂ ସହିତ ପର୍ଯ୍ୟଟନର ବିକାଶ ପାଇଁ ନିଷ୍ପତ୍ତି ନେଲା। ଡ୍ରେଜିଂ ହେଲା, ପଠାରେ ବାଲି ବି ପକାଗଲା । କିନ୍ତୁ ରେଡିମେଡ ଜାଗା ପାଇ ଜିଲ୍ଳା ପ୍ରଶାସନ ସେଠି ବସ୍ତି ବସିନ୍ଦାଙ୍କୁ ଥଇଥାନ କରିଛି । ଏହା ଦ୍ବାରା ପ୍ରାକୃତିକ ପରିବେଶ ଖରାପ ହେଉଥିବାରୁ ଆମେ ଏନ.ଜି.ଟି.ରେ ଗୋଟିଏ ପିଟିସନ ଦାୟର କରିଛୁ,’’ କହିଛନ୍ତି ରାଜ୍ୟ ରୋଇଂ ସଙ୍ଘର ସମ୍ପାଦକ ବିନୋଦ ଦାସ ।
କେନ୍ଦ୍ର କ୍ରୀଡ଼ା ପ୍ରାଧିକରଣ (Sports Authority of India, SAI) ଅଧୀନରେ ଥିବା ଜଗତପୁରର ଏହି ରୋଇଂ ପ୍ରଶିକ୍ଷଣ କେନ୍ଦ୍ରରେ ଏବେ ଦେଶର ବିଭିନ୍ନ ରାଜ୍ୟର ୫୦ ଜଣ ପ୍ରଶିକ୍ଷାର୍ଥୀ ତାଲିମ ନେଉଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ୯ ଜଣ ଅନ୍ତର୍ଜାତୀୟ ଖେଳାଳି । ବିଗତ ୧୦ ବର୍ଷ ମଧ୍ୟରେ ଏହି ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷାର୍ଥୀମାନେ ଦେଶ ଭିତରେ ଆୟୋଜିତ ପ୍ରତିଯୋଗିତାରେ ୧୩୦ଟି ସ୍ବର୍ଣ୍ଣ ଓ ବିଦେଶ ମାଟିରେ ୧୫ଟି ସ୍ବର୍ଣ୍ଣ ପଦକ ହାସଲ କରିବାର ଗୌରବ ଲାଭ କରିଛନ୍ତି ।

ଜଗତପୁର ରୋଇଂ ପ୍ରଶିକ୍ଷଣ କେନ୍ଦ୍ରର ମୁଖ୍ୟ କୋଚ୍ ପୋଲସ୍ ପି.ଟି
‘‘ଅଢ଼େଇ କିଲୋମିଟର ଲମ୍ବା ସ୍ଥିର ଜଳରାଶି ଥିବା ଏ ଭଳି ସ୍ଥାନ ଦେଶରେ ଆଉ କେଉଁଠି ନାହିଁ । ଡ୍ରେଜିଂ ଆରମ୍ଭ ହେବା ପରେ ମୁଁ ବହୁତ ସ୍ବପ୍ନ ଦେଖିଥିଲି । ପୋତା ଯାଇଥିବା ଏହି ଜାଗାରେ ଆମେ ଅସ୍ଥାୟୀ ସେଡ଼୍ କରିଥାନ୍ତୁ । ସେଠି ବିଦେଶରୁ ଆସୁଥିବା ଖେଳାଳି ନିଜ ସାଥିରେ ଆଣିଥିବା ନୌକା ରଖିଥାନ୍ତେ । ସେମାନଙ୍କ ରହିବା ପାଇଁ ଆମେ ସେଠି ଟେଣ୍ଟ୍ ପକାଇଥାନ୍ତୁ । ବିଦେଶର ପ୍ରଶିକ୍ଷଣ କେନ୍ଦ୍ର ଭଳି ନଦୀର ଦୁଇ ସାଇଡ଼ରେ ରାସ୍ତା ତିଆରି ହୋଇଥାନ୍ତା । ହେଲେ ସବୁ ବରବାଦ୍ ହୋଇଗଲା । ଏଠି ରହୁଥିବା ଲୋକ ନଦୀ କୂଳକୁ ଗାଧୁଆ ତୁଠ କରି ପକାଇଛନ୍ତି,’’ କହିଛନ୍ତି ଜଗତପୁର ରୋଇଂ ପ୍ରଶିକ୍ଷଣ କେନ୍ଦ୍ରର ମୁଖ୍ୟ କୋଚ୍ ପୋଲସ୍ ପି.ଟି ।
ଜଗତପୁରରେ ବିରୂପା ନଦୀ ପଠାକୁ ପୋତାଯିବା ନେଇ ସ୍ଥାନୀୟ ବାସିନ୍ଦାମାନେ ପୂର୍ବରୁ ଏନ.ଜି.ଟି.ରେ ଦୁଇଟି ମାମଲା ଦାୟର କରି ସାରିଛନ୍ତି । ଆଉ ରାଜ୍ୟ ରୋଇଂ ସଙ୍ଘର ମାମଲାକୁ ମିଶାଇ ଏନ.ଜି.ଟି.ରେ ଦାୟର ହୋଇଥିବା ମାମଲା ସଂଖ୍ୟା ୩ରେ ପହଞ୍ଚିଛି ।
ଏହା ବି ପଢ଼ନ୍ତୁ: ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେକାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।