ଓଡ଼ିଶା ମାଟିର ଆଦିବାସୀ ସଂସ୍କୃତିକୁ ପୁନର୍ଜୀବିତ କଲା କଳିଙ୍ଗ ଉତ୍ସଵ ୨୦୨୨

ଦୁଲୁକୁଚି କଳିଙ୍ଗ ଉତ୍ସବ ୨୦୨୨ । ଭୁବନେଶ୍ୱର ରେଳ ଅଡିଟୋରିୟମରେ ଦୁଇ ଦିନିଆ କଳିଙ୍ଗ ଉତ୍ସବରେ ଆଦିବାସୀ ଗୀତ ଏବଂ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦୁଇ ବ୍ୟକ୍ତିଙ୍କ ଆଲୋଚନା ଅଧିବେଶନ କରାଯାଇଛି ।

କଳିଙ୍ଗ ଉତ୍ସଵ ୨୦୨୨

କଳିଙ୍ଗ ଉତ୍ସଵ ୨୦୨୨

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଭୁବନେଶ୍ୱର: ଦୁଲୁକୁଚି କଳିଙ୍ଗ ଉତ୍ସବ ୨୦୨୨ । ଭୁବନେଶ୍ୱର ରେଳ ଅଡିଟୋରିୟମରେ ଦୁଇ ଦିନିଆ କଳିଙ୍ଗ ଉତ୍ସବରେ ଆଦିବାସୀ ଗୀତ ଏବଂ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦୁଇ ବ୍ୟକ୍ତିଙ୍କ ଆଲୋଚନା ଅଧିବେଶନ କରାଯାଇଛି । ଗଡବା, ଓରାମ, ସାନ୍ତାଳି, ଏବଂ ଭୁମିଜ ଭଳି ଆଦିବାସୀ ଗୋଷ୍ଠୀମାନଙ୍କ ନୃତ୍ୟ ପରିବେଷଣ ହୋଇଥିଲା। ଆଦିବାସୀ କଳା, ହସ୍ତଶିଳ୍ପ ଏବଂ ସ୍ୱଦେଶୀ ଉତ୍ପାଦନ ର ୧୨ ଟି ଷ୍ଟଲ୍ ଏହି ଉତ୍ସବ ରେ ରହିଛି | ଭାରତ ସରକାରଙ୍କ "ଆଜାଦି କା ଅମୃତ ମହୋତ୍ସବ" କାର୍ଯ୍ୟକ୍ରମ ଅଧୀନରେ ଏହି ଉତ୍ସବରେ ପ୍ରାୟ ୩୦୦ ବିଦ୍ୟାଳୟ ଏବଂ ଭୁବନେଶ୍ୱରର ୨୦ ରୁ ଅଧିକ ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ମାଟିର ଆଦିବାସୀ ସଂସ୍କୃତିକୁ ପୁନର୍ଜୀବିତ କରିବା ଏବଂ ଏହାକୁ ରାଜ୍ୟର ପରିଚୟର କେନ୍ଦ୍ରବିନ୍ଦୁ ଭାବରେ ସ୍ଥାନିତ କରିବା, ଅନୁସୂଚିତ ଜାତି ସମ୍ପ୍ରଦାୟକୁ ସମର୍ଥନ କରିବା ତଥା ଆଦିବାସୀ କଳା କୁ ଲୋକଲୋଚନକୁ ଆଣିବା କଳିଙ୍ଗ ଉତ୍ସବ ର ଲକ୍ଷ୍ୟ ।

କଳିଙ୍ଗ ଉତ୍ସବରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା ଓ ନିର୍ଦ୍ଦେଶକ, କେନ୍ଦ୍ରୀୟ ଡ୍ରାମା ଓ ସଂସ୍କୃତି ବିଭାଗର ଏଚ୍ ଓ ଡି ପ୍ରଫେସର୍ ରମେଶ ଚନ୍ଦ୍ର ଗୌର , ସଂସ୍କୃତି ବିଭାଗର ଯୁଗ୍ମ ସଚିବ ସଂଯୁକ୍ତ ମୁଦ୍ଗଲ , ଆଇ ଏମ୍ ଏସ୍ ର ନିର୍ଦ୍ଦେଶକ ଉପେନ୍ଦ୍ର ପାଢ଼ୀ ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଏସ ସି ବର୍ମା ସମେତ ମିନିଷ୍ଟ୍ର ଅଫ କଲଚର ଜୁଗ୍ମ ସଚିବ ଶ୍ରୀମତୀ ଉମାନନ୍ଦୁରି ପ୍ରମୁଖ ଯୋଗ ଦେଇଥିଲେ ।

ଶ୍ରୀମତୀ ଉମାନନ୍ଦୁରୀ ଙ୍କ ପରିକଳ୍ପନା ଓ ତତ୍ତ୍ବବଧାନ ରେ କଳିଙ୍ଗ ମହୋତ୍ସବ ଅନୁଷ୍ଟିତ ହୋଇଥିଲା।
ଏହି ଅବସରରେ ଓଡିଶା ଆଦିବାସୀ ସଂସ୍କୃତି ଓ ପରମ୍ପରା ନୃତ୍ୟକଳା ସଂପର୍କରେ ଆଧାରିତ ପ୍ରଫେସର ଉପେନ୍ଦ୍ର ପାଢୀଙ୍କ ରଚିତ "ଭରତ ପଙ୍କଜ" ପୁସ୍ତକ ନିମନ୍ତ୍ରିତ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।
Published by:Soumyashree Mishra
First published: