News18 Odia Digital
ଭୁବନେଶ୍ୱର: ସମଗ୍ର ଓଡ଼ିଶା ଏବେ ପ୍ରଚଣ୍ଡ ଗ୍ରୀଷ୍ମରେ ଜଳୁଛି । ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଗାମୀ ତିନି ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିପାରେ । ଏଥି ପାଇଁ ୨୧ଟି ଜିଲ୍ଲାକୁ ଜାରି କରାଯାଇଛି ଅରେଞ୍ଜ୍ ଆଲର୍ଟ୍ । ସାରା ରାଜ୍ୟରେ ଜଙ୍ଗଲରେ ନିଆଁ ଲାଗିବା ଓ କରୋନା ସଂକ୍ରମଣ ବଢ଼ିଚାଲିଥିବା ସମୟରେ ଗ୍ରୀଷ୍ମ ପ୍ରବାହ ଓଡ଼ିଶା ପାଇଁ ଏକ ନୂଆ ସମସ୍ୟା ଭାବେ ଉଭାହୋଇଛି ।
ଯେଉଁ ୨୧ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି ସେଗୁଡ଼ିକ ହେଉଛନ୍ତି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ବର । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ୍ ଆଲର୍ଟ୍ ଜାରି ହୋଇଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍. ଆର୍. ବିଶ୍ବାସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ବିକିନି ପିନ୍ଧି ହୋଲି ଖେଳୁଥିବା ଫଟୋ ଶେୟାର୍ କଲେ ସୋଫିଆ ହୟାତ୍; ଭାଇରାଲ୍ ହେଲାସୋମବାର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଟିଟିଲାଗଡ଼ । ସେଠାରେ ପାରଦ ଡେଇଁ ଯାଇଥିଲା ୪୨ ଡିଗ୍ରୀ । ବଲାଙ୍ଗିରରେ ବି ତାପମାତ୍ରା ରେକର୍ଡ ହୋଇଥିଲା ୪୧ ଡିଗ୍ରୀ । ସପ୍ତାହେ ହେଲାଣି ଅସହ୍ୟ ତାତିରେ ରାଜ୍ୟର ଅନେକ ସ୍ଥାନରେ ଜବୀନଯାତ୍ରା ପ୍ରଭାବିତ ହୋଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍. ଆର୍. ବିଶ୍ବାସ
ଅନୁଗୁଳ ବି ପାଲଟିଛି ତତଲା କଡ଼େଇ । ପାଞ୍ଚ ଦିନ ହେଲାଣି ସହରରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସୁନି । ସକାଳ ୧୦ ପରେ ପଦାକୁ ବାହାରିବାକୁ ଲାଗୁଛି ଡର । ଜିଲ୍ଲାକୁ ଚାରି ଆଡୁ ଜଙ୍ଗଲ ଓ ପାହାଡ଼ ଘେରି ରହିଥିବାରୁ ତାପମାତ୍ରା ବଢୁଛି ବୋଲି କହୁଛନ୍ତି ଲୋକେ । ତା’ଛଡ଼ା ବ୍ୟାପକ କଳ କାରଖାନା ଓ ଖଣି ଖାଦାନର ପ୍ରଭାବ ମଧ୍ୟ ଉତ୍ତାପ ବୃଦ୍ଧିର ଅନ୍ୟତମ କାରଣ ପାଲଟିଛି । ଗ୍ରୀଷ୍ମ ସ୍ଥିତିର ମୁକାବିଲା ପାଇଁ ସଜାଗ ହୋଇଛି ପ୍ରଶାସନ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ ମିଶାଇ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଓ ଶାଳୀଙ୍କ ପ୍ରାଣ ଗଲା‘‘ଜିଲ୍ଲା ପ୍ରଶାସନ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ସହ ଲୋକଙ୍କ ସୁବିଧା ପାଇଁ ବ୍ୟବସ୍ଥା ତୁରନ୍ତ କରିବା ଉଚିତ । ସ୍ଥାନେ ସ୍ଥାନେ ଜଳଛତ୍ର ଖୋଲିବା ଓ ଲୋକଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା କରିବା ଉଚିତ । ନହେଲେ ଏ ଗ୍ରୀଷ୍ମ ଲୋକଙ୍କ ଜୀବନ ନେବ,’’ କହିଛନ୍ତି ବଲାଙ୍ଗିର ବାସିନ୍ଦା ଆନନ୍ଦ ଚନ୍ଦ୍ର ସାହୁ ।
ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମରେ ଜିତିବା ପାଇଁ BJP ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ ମମତା? BJP କଲ୍ ରେକର୍ଡ଼ିଂ ଶୁଣାଇଲାପରିବେଶ କର୍ମୀ ମନୋଜ ମହାପାତ୍ର କହିଛନ୍ତି, ‘‘ଗଲା ମାସେ ହେଲା ରାଜ୍ୟରେ ଜଙ୍ଗଲ ପୋଡ଼ି ବହୁତ ହୋଇଛି । ଅଯଥାରେ ଲୋକେ ଜଙ୍ଗଲ ପୋଡ଼ିଛନ୍ତି । ସେଇଥି ପାଇଁ ବି ଗରମ ଏବେ ଅଧିକ ହେଉଛି । ଏହାର ମୁକାବିଲା ପାଇଁ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବା ଉଚିତ ।’’
ଏହା ବି ପଢ଼ନ୍ତୁ | ଫିଲ୍ମ ‘ସ୍ଲମ୍ଡଗ୍ ମିଲିଅନେୟାର୍'ର ଏହି ଅଭିନେତାଙ୍କୁ Sex ଆକ୍ରମଣ ମାମଲାରେ ଜାମିନ ମିଳିଲା‘‘ଆମେ ପାନୀୟ ଜଳ ଯୋଗାଣ ଉପରେ ପ୍ରାଥମିକତା ଦେଉଛୁଁ । ବିଭିନ୍ନ ସ୍ଥାନରେ କେମିତି ନିୟମିତ ଜଳ ମିଳିବ ସେଥି ପ୍ରତି ନଜର ଦିଆଯାଉଛି । ତା’ ଛଡ଼ା ସ୍କୁଲ୍ ସମୟ, ବାହାରେ କାମ କରୁଥିବା ଶ୍ରମିକ ଓ ବସ୍ ଏବଂ ଟ୍ରେନରେ ଯାଉଥିବା ଯାତ୍ରୀଙ୍କ ସୁବିଧା ପାଇଁ ବି ଆମେ ଧ୍ୟାନ ଦେଉଛୁ,’’ କହିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ ।
ଏହା ବି ପଢ଼ନ୍ତୁ | EY Awards: ମୁକେଶ ଅମ୍ବାନୀ କହିଲେ ଭାରତୀୟ ଶିଳ୍ପଦ୍ୟୋଗୀଙ୍କ ପାଇଁ ସୁଯୋଗର ସୁନାମି ଆସୁଛିବାଲେଶ୍ବରରେ ଗ୍ରୀଷ୍ଣରେ ଲୋକେ ଛଟପଟ ହେଉଛନ୍ତି । ବିଗତ ଦୁଇ ଦିନ ହେବ ପାରଦ ୪୦ ଡିଗ୍ରୀ ଡେଇଁଛି । ଗତ ବର୍ଷ ମାର୍ଚ୍ଚ ଶେଷରେ ସର୍ବାଧିକ ତାପମାତ୍ରା ଥିଲା ୩୬ ଡିଗ୍ରୀ । ଏବେ ତା’ଠାରୁ ୫ ଡିଗ୍ରୀ ଅଧିକ ରହିଛି । ଗଲା ବର୍ଷ ଏପ୍ରିଲ ୧୫ରେ ବି ତାପମାତ୍ରା ଥିଲା ୩୮ ଡିଗ୍ରୀ । ଏବେର ଖରାକୁ ଦେଖି ଆଗାମୀ ଦୁଇ ମାସରେ କଣ ସ୍ଥିତି ହେବ ତାହା ଚିନ୍ତା କରି ଲୋକେ ଭୟଭୀତ ହେଉଛନ୍ତି । ପଥଚାରୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତଙ୍କୁ ଖରା କରୁଛି କଲବଲ ।
ଏହା ବି ପଢ଼ନ୍ତୁ | ଶାହାରୁଖ୍ ଖାନ୍ ଏବେ ଦେଶର ସବୁଠୁ ମହଙ୍ଗା ଅଭିନେତା; ଫିଲ୍ମ ‘ପଠାନ’ ପାଇଁ କେତେ ନେଉଛନ୍ତି ଜାଣନ୍ତି?‘‘ଏବେ ତ ଚୈତ୍ର ମାସ ଚାଲିଛି । ଏବେ ଠାରୁ ଯଦି ଏମିତି ଖରା ହେବ, ତାହେଲେ ଆଗକୁ ଘରୁ ବାହାରିବା ଲୋକଙ୍କ ପାଇଁ କଠିନ ହୋଇପଡ଼ିବ,’’ କହିଛନ୍ତି ବାଲେଶ୍ବର ବାସିନ୍ଦା ମିନେନ୍ଦ୍ର ଦାସ ।
ପାଣିପାଗ ବିଭାଗର ଅନୁମାନ ଯେ ଏପ୍ରିଲ୍ ୩ ତାରିଖ ପରେ ପାଣିପାଗରେ ଘଟିପାରେ ସାମାନ୍ୟ ପରିବର୍ତ୍ତନ । ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କୋରାପୁଟରେ ହୋଇପାରେ କାଳବୈଶାଖୀ ବର୍ଷା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।