ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସ: ଚାରି ନଂରେ ରହିଛି ଓଡ଼ିଶା; ବିରୋଧୀ ଉଠାଇଲେ ପ୍ରଶ୍ନ

ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସ: ଚାରି ନଂରେ ରହିଛି ଓଡ଼ିଶା; ବିରୋଧୀ ଉଠାଇଲେ ପ୍ରଶ୍ନ

ଭାରତୀୟ ଖାଦ୍ୟ ସୁରକ୍ଷା ଓ ପ୍ରାଧୀକରଣ(ଏଫଏସଏସଆଇ) ଦ୍ୱାରା ୨୦୨୦-୨୧ ବର୍ଷ ପାଇଁ ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସ ଜାରି ହୋଇଛି । ଖାଦ୍ୟ ସୁରକ୍ଷା ଈଣ୍ଡେକ୍ସ ବୃହତ ରାଜ୍ୟ ବର୍ଗରେ ଓଡିଶା ଚାରି ନମ୍ବର ସ୍ଥାନରେ ରହିଛ ।

ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସ: ଚାରି ନଂରେ ରହିଛି ଓଡ଼ିଶା; ବିରୋଧୀ ଉଠାଇଲେ ପ୍ରଶ୍ନ
ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସ ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 22, 2021, 7:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭାରତୀୟ ଖାଦ୍ୟ ସୁରକ୍ଷା ଓ ପ୍ରାଧୀକରଣ(ଏଫଏସଏସଆଇ) ଦ୍ୱାରା ୨୦୨୦-୨୧ ବର୍ଷ ପାଇଁ ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସ ଜାରି ହୋଇଛି । ଖାଦ୍ୟ ସୁରକ୍ଷା ଈଣ୍ଡେକ୍ସ ବୃହତ ରାଜ୍ୟ ବର୍ଗରେ ଓଡିଶା ଚାରି ନମ୍ବର ସ୍ଥାନରେ ରହିଛ । ୨୦୨୦-୨୧ ବର୍ଷ ପାଇଁ ଜାରି ହୋଇଥିବା ତାଲିକାରେ ଓଡ଼ିଶା ୪ ନମ୍ବରରେ ଥିବାବେଳେ ଗୁଜୁରାଟ,କେରଳ ଓ ତାମିଲନାଡୁ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଓଙ୍କ ଜାରି କରିଥିବା ତାଲିକାରେ ଓଡ଼ିଶା ପୂର୍ବ ବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛି ।ପାଞ୍ଚଟି ମାନଦଣ୍ଡକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଉଥିବା ବେଳେ ଆଗାମୀ ଦିନରେ ଆହୁରି ସକ୍ରିୟ ଭାବରେ ଖାଦ୍ୟର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ରାଜ୍ୟ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ଡାକ୍ତର ପି.କେ ମହାପାତ୍ର ।

ରାଜ୍ୟର ଲୋକଙ୍କ ପାଖରେ ପହଞ୍ଚୁଥିବା ଖାଦ୍ୟର ମାନ ଓ ଗୁଣବତ୍ତା ବଜାୟ ରହିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏହାର ପ୍ରଭାବ ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସ ତାଲିକା ଉପରେ ଦେଖିବାକୁ ମିଳିଛି । ବିଗତ ବର୍ଷରେ ଓଡିଶା ୧୩ ନମ୍ବର ସ୍ଥାନରେ ଥିବା ବେଳେ ଏଥର ଚାରି ନମ୍ବର ସ୍ଥାନକୁ ଉଠିଛି । ରାଜ୍ୟ ସ୍ତରରେ ମିଳୁଥିବା ବିଭିନ୍ନ ପ୍ରକାର ଖାଦ୍ୟର ଗୁଣବତ୍ତା, ମାନ ସହ ଲୋକେ ଖାଉଥିବା ଖାଦ୍ୟ କେତେ ସ୍ୱାସ୍ଥ୍ୟପୋଯୋଗୀ ତାକୁ ଅନୁଧାନ କରି ଏଫଏସଏସଆଇଗତ ତିନିବର୍ଷ ଧରି ଫୁଟ ସେଫ୍ଟି ଇଣ୍ଡେକ୍ସ ପ୍ରସ୍ତୁତ କରୁଛି । ଖାଦ୍ୟ ସୁରକ୍ଷା,ମାନବ ସମ୍ବଳ ଓ ସଂସ୍ଥାଗତ ସଂଖ୍ୟା,ଖାଦ୍ୟ ପରୀକ୍ଷଣ ସୁବିଧା,ପ୍ରଶିକ୍ଷଣ ଓ ଉପଭୋକ୍ତା ସଶକ୍ତିକରଣକୁ ମାନଦଣ୍ଡ ଆଧାର କରି ଏଗି ଇଣ୍ଡେକ୍ସ ପ୍ରସ୍ତୁତ ହୋଇଥାଏ । କେବଳ ସେତିକି ନୁହେଁ ମନ୍ଦିରରୁ ବାହାରୁ ଥିବା ପ୍ରସାଦର ଗୁଣବର୍ତ୍ତା ବି ଯାଞ୍ଚ ହୋଇଥାଏ ।

ଖାଦ୍ଯ ସୁରକ୍ଷା ଇଣ୍ଡେକ୍ସ ତାଲିକା


"ଭୁବନେଶ୍ୱର ସାଇ ମନ୍ଦିର,ଶନି ମନ୍ଦିର, କାଳି ମନ୍ଦିର ପ୍ରସାଦର ଯାଞ୍ଚ କରି ଏଫଏସଏସଆଇ ସାର୍ଟିଫିକେଟ ଦିଆଯାଇଛି । ଭୋଗ ବା ପ୍ରସାଦ କେମିତି  ହାଇ ଜେନିକ ହେବ ସେନେଇ ବି କାର୍ଯ୍ୟ ହେଉଛି । ଆଗାମୀ ଦିନରେ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟ ସହ ତେଲ ଛଣା ଜିନିଷର ଗୁଣବର୍ତ୍ତା ଉପରେ ଚେକିଂ ହେବ ,"କହିଛନ୍ତି ରାଜ୍ୟ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ଡାକ୍ତର ପି.କେ ମହାପାତ୍ର।

ଏହି ତାଲିକାକୁ ଆଖି ଆଗରେ ରଖି ବରିଷ୍ଠ ବିଜେପି ନେତା ପ୍ରଦୀର ପୁରୋହିତ କହିଛନ୍ତି," ରାଜ୍ୟ ସରକାର ଭଲ ପ୍ରଦର୍ଶନ କରିଛନ୍ତି । ୧୩ତମ ସ୍ଥାନରୁ ଯାଇ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ଏହା ସ୍ୱାଗତଯୋଗ୍ୟ। କିନ୍ତୁ ଗତ ୨୧ ବର୍ଷ ଶାସନ କାଳରେ କାହିଁକି ୧ ନମ୍ବର ହୋଇପାରିଲେ ନାହିଁ, କାହିଁକି ସ୍ୱଚ୍ଛତା ପ୍ରତିପାଦନ କରିପାରୁ ନାହଁନ୍ତି"।

ବିଜେଡି ସାଂସଦ ସୁବାସ ସିଂ କହିଛନ୍ତି, "ଖାଦ୍ୟ ସୁରକ୍ଷା ହେଉ ଅବା ନିରାପତ୍ତା ସବୁ ପାଇଁ ସରକାର ଆପ୍ରାଣ ଉଦ୍ୟମ କରୁଛନ୍ତି। ଯାହର ଫଳ ସ୍ୱରୁପ ୪ ନମ୍ବର ସ୍ଥାନରେ ରାଜ୍ୟ ପହଞ୍ଚି ପାରିଛି" ।

ଗତ ଦେଢବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରି ନକଲି କାରଖାନା ଠାବ କରିବା ସହ ନକଲି ଖାଦ୍ୟ ପଦାର୍ଥ ଜବତ କରିଥିଲା । ୮୭୭ଟି ସ୍ଥାନରେ ନୀରିକ୍ଷଣ କରି ୪୨୨୯ ନମୁନା ସଂଗ୍ରହ ହୋଇଥିଲା।
Published by: Soumya Das
First published: September 22, 2021, 6:53 PM IST