ରାଗିଂରେ ଓଡ଼ିଶା ଦେଶରେ ଚତୁର୍ଥ : ନ୍ୟାୟ ଅପେକ୍ଷାରେ ବହୁ ପରିବାର

ରାଗିଂ ପାଇଁ ଅନେକ ଛାତ୍ରଛାତ୍ରୀଙ୍କର ଜୀବନ ଯାଉଛି । ହେଲେ ନା ଏଥିପ୍ରତି ସଚେତନ ହେଉଛି ପୋଲିସ ନା କଲେଜ କର୍ତ୍ତୃପକ୍ଷ ।

ରାଗିଂରେ ଓଡ଼ିଶା ଦେଶରେ ଚତୁର୍ଥ ।

ରାଗିଂରେ ଓଡ଼ିଶା ଦେଶରେ ଚତୁର୍ଥ ।

  • Share this:
News 18 Odia Digital

ଭୁବନେଶ୍ୱର : ରାଗିଂରେ ଓଡ଼ିଶା ଦେଶରେ ଚତୁର୍ଥ । ୨୦୦୯ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୫୭୯ଟି ଅଭିଯୋଗ ହୋଇଛି । ରାଗିଂକୁ ନେଇ ସବୁ ମହଲରୁ ଏବେ ବିରୋଧ ତେଜିବାରେ ଲାଗିଛି । ରାଗିଂ ପାଇଁ ଅନେକ ଛାତ୍ରଛାତ୍ରୀଙ୍କର ଜୀବନ ଯାଉଛି । ହେଲେ ନା ଏଥିପ୍ରତି ସଚେତନ ହେଉଛି ପୋଲିସ ନା କଲେଜ କର୍ତ୍ତୃପକ୍ଷ । ଏବେ ବି ବିଭିନ୍ନ ଶିକ୍ଷାନୁଷ୍ଠାନ ହଷ୍ଟେଲ ଗୁଡ଼ିକରେ ଜୋରଦାର ରାଗିଂ ଚାଲିଛି ଆଉ ଜାହାର ପ୍ରମାଣ ହେଉଛି ରୁଚିକା ମହାନ୍ତି ଆତ୍ମହତ୍ୟା । ଏଭଳି ଘଟଣା ଯେତେବେଳେ ଘଟୁଛି ତାର ବିରୋଧ ବି ହେଉଛି କିନ୍ତୁ ତାହା ମାତ୍ର କିଛି ଦିନ ପାଇଁ । ତାର ମୁଖ୍ୟ କାରଣ ହେଉଛି ଆମ ଆଇନ ବ୍ୟବସ୍ଥାକୁ ପୋଲିସର ଆଖିଠାର। ଏଥିପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ପୋଲିସ ଗ୍ରହଣ କରୁନି ଯେଉଁଥିପାଇଁ ଆଜି ରାଗିଂ ବଢ଼ିଚାଲିଛି । ରାଜ୍ୟରେ ଆଇନ ବ୍ୟବସ୍ଥା ଯେ ଦୁର୍ବଳ ହୋଇପଡିଲାଣି ତାହା ସମସ୍ତେ ଭଲଭାବେ ଜାଣିସାରିଲେଣି । ପୋଲିସ ତଦନ୍ତ ଆଳରେ ଦିନ ଦିନ ଧରି ଗଡାଇବା ପରେ ଘଟଣା ଚାପି ଦେବ । ଆଉ ତାପରେ ଅସହାୟ ବାପା ମା ଆଖିରୁ ଲୁହ ଗଡାଇ ନ୍ୟୟ ଅପେକ୍ଷାରେ ଦିନ ଗଣିବେ ସିନା ହେଲେ ନ୍ୟାୟ ମିଳିବ ନାହିଁ ।

ରୁଚିକା ମହାନ୍ତି ଆତ୍ମହତ୍ୟାକୁ ୨ ଦିନ ବିତିଯାଇଛି ମାତ୍ର ପୋଲିସର ହାତ ବର୍ତମାନ ସୁଦ୍ଧା ଖାଲି । ରାଗିଂ କରିଥିବା ୩ଜଣ ଛାତ୍ରୀଙ୍କ ନା ନଥିଲେ ବି ସଠିକ ଭାବରେ ତଦନ୍ତ କଲେ ପୋଲିସ ଦୋଷୀଙ୍କ ପାଖରେ ପହଞ୍ଚି ପାରନ୍ତା । କିନ୍ତୁ ପୋଲିସ ତାହା କରୁନାହିଁ । ଏବେ ରୁଚିକାଙ୍କୁ ନ୍ୟୟ ମିଳିବତ ସେ ପ୍ରଶ୍ନ ସମସ୍ତଙ୍କ ମନରେ । କାହିଁକି ନା ରାଜ୍ୟରେ ଏବେବି ଅନେକ ଛାତ୍ରଛାତ୍ରୀ ରାଗିଂର ଶିକାର ହୋଇ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନେ ନ୍ୟାୟ ପାଇପାରିନାହାଁନ୍ତି ।

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । କଲେଜରେ ନାଁ ଲେଖାଇବାର କିଛି ଦିନ ମଧ୍ୟରେ ପ୍ରଥମ ବର୍ଷର ଏହି ଡାକ୍ତରୀ ଛାତ୍ର ନିଜ ହଷ୍ଟେଲ ଛାତ ଉପରୁ ତଳକୁ ଡେଇଁ ଜୀବନ ହାରିଥିଲେ । ନିକଟରେ ଏନ୍ଏଚଆରସିର ତିନି ଜଣିଆ ଟିମ୍ ବଲାଙ୍ଗିର ଆସି ତଦନ୍ତ କରି ଫେରିଥିଲେ । ଘଟଣାକୁ ୭୩ ଦିନ ବିତିଥିଲେବି ଏଯାଏଁ ଆତ୍ମହତ୍ୟାର କାରଣ ଖୋଜି ପାଇପାରିଲା ନାହିଁ ପୋଲିସ । ସେହିପରି ଯାଜପୁର ଜିଲ୍ଲା କାଳିଆପାଣି ଥାନା ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ସ୍ମୃତିଶ୍ରୀ ଦାସଙ୍କ ଝୁଲନ୍ତା ମୃତ ଦେହ ଚଣ୍ଡିଖୋଲ ସୁଙ୍ଗୁଡାସ୍ଥିତ ଜିଆଇଟି କଲେଜ ହଷ୍ଟେଲରୁ ଉଦ୍ଧାର ହୋଇଥିଲା । ମୃତ୍ୟୁକୁ ୭ ମାସ ପୁରୁଥିଲେ ମଧ୍ୟ ସ୍ମୃତିଙ୍କ ପରିବାର ଏବେବି ନ୍ୟୟ ଅପେକ୍ଷାରେ ଚାହିଁ ରହିଛନ୍ତି । କାର୍ଯ୍ୟାନୁଷ୍ଠାନ ଓ ସଚେତନତା ଅଭାବରୁ ବାଲେଶ୍ୱରରେ ମଧ୍ୟ ବିଭିନ୍ନ ସମୟରେ ରାଗିଂର ଶୀକାର ହୋଇ ନିରିହ ଛାତ୍ରଛାତ୍ରୀ ଆତ୍ମହତ୍ୟା ଭଳି ରାସ୍ତା ବାଛୁଛନ୍ତି । ଚଳିତବର୍ଷ ମେ ୧୮ ବିଳମ୍ବିତ ରାତିରେ ବାଲେଶ୍ୱରର ଏକ ଯୁକ୍ତ ୨ ବିଜ୍ଞାନ ଆବାସିକ କଲେଜରେ ପଢ଼ୁଥିବା ଶେଷ ବର୍ଷର ଛାତ୍ରୀ ସାବିତ୍ରୀ ନିଜ ସହପାଠୀ ଓ ହଷ୍ଟେଲ ଓ୍ୱାର୍ଡେନଙ୍କ ଦ୍ୱାରା ରାଗିଂର ଶିକାର ହୋଇ ହଷ୍ଟେଲର ୪ ମହଲା ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏକ ମିଛ ଚୋରି ଘଟଣାରେ ଯୋଡି ସହପାଠୀ ଓ ଓ୍ୱାର୍ଡେନ ମାଡ ମାରିବା ସହ ଛାତ ଉପରକୁ ନେଇ ଠେଲି ଦେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ପୋଲିସ ବି ଘଟଣାକୁ ସେହି ସମୟରେ ଗୁରୁତର ସହ ନେଇ ତଦନ୍ତ କରିଥିଲା, କିନ୍ତୁ ଘଟଣାକୁ ୨ମାସ ବିତିଯାଇଥିଲେବି ଏବେବି ପୋଲିସ ପ୍ରମାଣ ଯୋଗାଡ କରିବାରେ ବିଫଳ ରହିଛି ।

ଅନ୍ୟପକ୍ଷରେ ରାଗିଂ ଯୋଗୁ ବାଲେଶ୍ୱର ଜିଲ୍ଲାରେ ଏହିପରି ୧୦ରୁ ଅଧିକ ଘଟଣା ଘଟିଥିଲେ ହେଁ ପୋଲିସ କେବଳ ମାମଲା ରୁଜ କରି ଚୁପ ହୋଇ ବସିଛି ।
Published by:Soubhagya Mishra
First published: