ଆସିବେ ଓଡ଼ିଶା ପ୍ରିୟଙ୍କା; ହାଥ ସେ ସାଥ କାର୍ଯ୍ୟକ୍ରମରେ ଦେବେ ଯୋଗ

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି। ହାତକୁ ହାତ ଯୋଡ କାର୍ଯ୍ୟକ୍ରମରେ ଯୋଗ ଦେବେ କଂଗ୍ରେସର ଏହି ଭେଟେରାନ।

ପ୍ରିୟଙ୍କା ଆସିବେ ଓଡ଼ିଶା

ପ୍ରିୟଙ୍କା ଆସିବେ ଓଡ଼ିଶା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି। ଯଦିଓ ସ୍ଥାନ ଓ ତାରିଖ ଧାର୍ଯ୍ୟ ହୋଇନି କିନ୍ତୁ ଜାତୀୟ ସିଡ୍ୟୁଲ ଅନୁସାରେ ୨୦୨୩ ଫେବୃଆରୀରେ ପ୍ରିୟଙ୍କା ଓଡ଼ିଶା ଆଗମନ ରହିଛି। ମହିଳା କଂଗ୍ରେସ ଦ୍ଵାରା ଆହୁତ ସଭା ସହିତ ହାତକୁ ହାତ ଯୋଡ କାର୍ଯ୍ୟକ୍ରମରେ ଯୋଗ ଦେବେ କଂଗ୍ରେସର ଏହି ଭେଟେରାନ। ସାର ଭାରତବର୍ଷାରେ ହାଥ ସେ ହାଥ ଯୋଡ କାର୍ଯ୍ୟକ୍ରମ କରିବାକୁ ଏଆଇସିସିର ନିର୍ଦ୍ଦେଶ ରହିଛି। କଂଗ୍ରେସକୁ ସୃଦୃଢ କରିବା ପାଇଁ ଜାନୁଆରୀ ୨୬ରୁ ଆରମ୍ବ ହେବ କଂଗ୍ରେସର ହାଥ ସେ ହାଥ ଜୋଡ ଯାତ୍ରା।

ଦୁଇ ମାସ ଧରି ରାଜ୍ୟରେ ଚାଲିବ କ୍ୟାମ୍ପେନ। ଏହି ଯାତ୍ରା ମାଧ୍ୟମରେ  ବିଜେଡି ଓ ବିଜେପି ଉଭୟ ସରକାରଙ୍କ ବିଫଳତାକୁ ଲୋକମାନଙ୍କୁ ପାଖକୁ ନେବ କଂଗ୍ରେସ । ଏହା ସହିତ ପ୍ରତି ଗାଁରେ ଘରକୁ ଘର ବୁଲି କଂଗ୍ରେସର ଆଇଡିଓ ଲୋଜି ସମ୍ପର୍କରେ ଲୋକଙ୍କୁ ଅବଗତ କରେଇବେ କଂଗ୍ରେସ ନେତା। ପ୍ରତେକ ଗାଁରେ ସାଧାରଣ ସଭା ସହ ଜାତୀୟ ପତାକା ଉତ୍ତାଳନ କରାଯିବ। କଂଗ୍ରେସର ବରିଷ୍ଠ ନେତା ଏହି କାଯ୍ୟକ୍ରମରେ ସାମିଲ ହେବେ। ପ୍ରିୟଙ୍କା ଗାନ୍ଧି ଓଡିଶା ଆସି ଏକ ବିରାଟ ସଭାରେ ଉଧବୋଧନ ଦେବେ ବୋଲି ଆଜି କଂଗ୍ରେସ ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି l ବୈଠକରେ ପ୍ରଭାରୀ ଛେଲ୍ଲା କୁମାରଙ୍କ ସମେତ ବହୁ ବରିଷ୍ଠ ନେତା ଏବଂ ଜିଲ୍ଲା କଂଗ୍ରେସ ସଭାପତି, ବିଧାୟକମାନେ ଉପସ୍ଥିତ ରହିଥିଲେ। ସେପଟେ ପଦ୍ମପୁର ଓ ଧାମନଗର ନିର୍ବାଚନରେ ଦଳର ବିପର୍ଯ୍ୟୟ ନେଇ ବୈଠକରେ ଆଲୋଚନା ହୋଇଛି। ପରାଜୟର କାରଣ ନେଇ ଏକ କମିଟି ଗଠନ କରାଯାଇଛି। ଦଳ ଦିନକୁ ଦିନ ଦୁର୍ବଳ ହେଉଥିବାରୁ , ହାତ ମୁଠାକୁ ସଶକ୍ତ କରିବା ନେତା ମାନେ ଏକାଠି କାମ କରିବାକୁ କହିଛନ୍ତି ପ୍ରଭାରୀ।

ଆଗକୁ ଆସୁଥିବା ୨୦୨୪ ନିର୍ବାଚନରେ ବିଜେଡି ପଦ୍ମପୁର ଫର୍ମୁଲା ବିଜେପି ଧାମନଗର ଫୁର୍ମୁଲା ଆପଣାଇବାକୁ ଦାବୀ କରୁଥିବା ବେଳେ କଂଗ୍ରେସ ଓଡିଶା ଫରମୁଲା ଆପଣାଇବାକୁ ନିଷ୍ପତ୍ତି ନେଇଛି । ରାଜ୍ୟରେ କଂଗ୍ରେସ ଶାସନରେ ଥିବା ବେଳେ ଯେଉଁ ସବୁ ଜନ କଲ୍ୟାଣ କାରୀ ଯୋଜନା ହୋଇଥିଲା ତାହା ଲୋକଙ୍କୁ ପାଖକୁ ନେବାକୁ ଦଳ ନିଶ୍ପତି ନେଇଛି । ସେପଟେ ଗୋଟିଏ ପରେ ଗୋଟିଏ ଉପନିର୍ବାଚନରେ କଂଗ୍ରେସରେ ଶୋଚନୀୟ ପରାଜୟ ଏବେ ଟିନ୍ତା ବଢେଇଛି । ସେପଟ କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି କାହିଁକି କଂଗ୍ରେସ ଠାରୁ  ଲୋକେ ଦୂରେଇ ଯାଉଛନ୍ତି ତାହାର କାରଣ ଖୋଜିବା ଦରକାର।

କଂଗ୍ରେସକୁ ସୁଦୃଢ଼ କରାଯିବ। ଗାଁକୁ ଗାଁ ବୁଲି ଲୋକଙ୍କୁ ଭେଟିବେ କର୍ମୀ। ରାହୁଲ ଗାନ୍ଧିଙ୍କ ବାର୍ତ୍ତା କିଭଳି ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବ ସେଥିପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । କୌଣସି ନା କୌଣସି କାରଣରୁ କଂଗ୍ରେସ ଉପରୁ ଲୋକଙ୍କ ଆସ୍ଥା ତୁଟି ଯାଉଛି । ଏହା ଦିବା ଲୋକରେ ସ୍ପଷ୍ଟ ଯେ ଲୋକ କଂଗ୍ରେସ ଠାରୁ ଦୂରେଇ ଯାଉଛି । ସେଥିପାଇଁ ଆଲୋଚନାର ଆବଶ୍ୟକତା ଅଛି ।

ସେପଟେ ଆଜି କଂଗ୍ରେସରେ ମିଶିଛନ୍ତି  ବିଶିଷ୍ଟ ଓଡ଼ିଆ ସଙ୍ଗୀତକାର ଗୁଡ଼ଲି ରଥ ଓ ଗାୟିକା ପମି ମିଶ୍ର ଓ ରଶ୍ମୀରେଖା ସାହୁ । ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇ ହାତ ମୁଠାକୁ ଟାଣ କରିବାକୁ ପଣ କରିଛନ୍ତି।
Published by:Soumya Das
First published: