ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ବି ସ୍କୁଲ୍ ଖୋଲିବାକୁ ଦାବି କଲା ଘରୋଇ ସ୍କୁଲ ସଙ୍ଘ

ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ବି ସ୍କୁଲ୍ ଖୋଲିବାକୁ ଦାବି କଲା ଘରୋଇ ସ୍କୁଲ ସଙ୍ଘ

ସରକାରୀ ସ୍କୁଲଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କ୍ଳାସ ରୁମ ସାନିଟାଇଜେସନ ସହ ହଷ୍ଟେଲ ସଫେଇ ଚାଲିଛି । ସ୍କୁଲ ଖୋଲିବା ପୂର୍ବରୁ ମୁଖ୍ୟ ମନ୍ତ୍ରୀ ‘ମିଶନ ଜିରୋ କାଜୁଆଲଟି’ ଘୋଷଣା କରନ୍ତୁ ବୋଲି ଦାବି କରିଛି ଓଡ଼ିଶା ଅଭିଭାବକ ମହାସଙ୍ଘ ।

ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ବି ସ୍କୁଲ୍ ଖୋଲିବାକୁ ଦାବି କଲା ଘରୋଇ ସ୍କୁଲ ସଙ୍ଘ
ଭୁବନେଶ୍ୱରର ୟୁନିଟ ୧ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାନିଟାଇଜେସନ୍ ଚାଲିଛି ।
  • News18 Odia
  • Last Updated: January 4, 2021, 5:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି ପରେ ନିଜ ନିଜ ସ୍ତରରେ ପ୍ରସ୍ତୁତ ହେଉଛନ୍ତି ଉଭୟ ଘରୋଇ ଓ ସରକାରୀ ବିଦ୍ୟାଳୟ । ଆରମ୍ଭ ହୋଇଛି ପ୍ରାଥମିକ ସ୍ତରର ବୈଠକ ଓ ସାନିଟାଇଜେସନ କାର୍ଯ୍ୟକ୍ରମ । ଘରୋଇ ସ୍କୁଲ ସଙ୍ଘ ଦାବି କରିଛି ଯେ ଜାନୁୟାରୀ ୧୪ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ସହ ନବମ ଓ ଏକାଦଶ ଶ୍ରେଣୀର ପାଠ ପଢ଼ା ବି ଆରମ୍ଭ ହେଉ ।

ଅଭିଭାବକ ସଙ୍ଘ ‘ମିଶନ ଜିରୋ କାଜୁଆଲଟି’ ଘୋଷଣା କରିବାକୁ ଦାବି କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ଜାନୁୟାରୀ ୮ ତାରିଖରୁ ସ୍କୁଲ ଖୋଲିବ ଓ ସ୍ୱତନ୍ତ୍ର ଗାଇଡ଼ଲାଇନ ସହ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ସହ ହଷ୍ଟେଲ ଖୋଲିବ। ତେବେ ଘରୋଇ ସ୍କୁଲ ସଙ୍ଘ କେବଳ ଦଶମ ଓ ଦ୍ୱାଦଶ ନୁହେଁ ବରଂ ତା’ ସହ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦିଅନ୍ତୁ ବୋଲି କହିଛି ।

ଦେଖନ୍ତୁ ଫଟୋ | କରୀନା କପୁର୍ ତାଙ୍କର ଜଲଦି ଆସୁଥିବା ଦ୍ୱିତୀୟ ପିଲା ପାଇଁ ଘର ସଜେଇବାରେ ବ୍ୟସ୍ତ ଅଛନ୍ତି - PHOTOS

ଯଦି ସରକାର ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ନ ଦିଅନ୍ତି ତାହେଲେ ଜାନୁଆରୀ ୧୪ ତାରିଖରୁ ନିଜ ସ୍ତରରେ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ପାଠପଢ଼ା ଆରମ୍ଭ କରିବା ସହ ଫେବୃଆରୀ ମାସରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବୁ ବୋଲି କହିଛି ଘରୋଇ ସ୍କୁଲ ସଙ୍ଘ ।

ଏକ ସାମ୍ବାଦିକ ସମ୍ମିଳନୀରେ ଘରୋଇ ସ୍କୁଲ ସଙ୍ଘର କର୍ମକର୍ତ୍ତାମାନେ


‘‘ଅନେକ ଦିନ ଧରି ସ୍କୁଲ ବନ୍ଦ ରହିବା ଓ ଅନଲାଇନ ପାଠପଢ଼ା ଯୋଗୁଁ ପାଠପଢ଼ା ବ୍ୟାହତ ହେବା ସହ ସ୍କୁଲଗୁଡ଼ିକ ଅନେକ କ୍ଷତି ସହିଲେଣି । ତେଣୁ ସବୁ କ୍ଲାସ୍‌ ସହ ସ୍କୁଲ ଖୋଲିବାକୁ ଆମେ ଦାବି ଜଣେଇଛୁ । ପିଲାମାନେ ବଜାର, ମାର୍କେଟ, ମଲ୍‌ ଓ ଥିଏଟର ସବୁଠି ବୁଲୁଛନ୍ତି । ସ୍କୁଲ ଆସିଲେ ଅସୁସ୍ଥ ହେଇଯିବେ ବୋଲି ସରକାର କାହିଁକି ଭାବୁଛନ୍ତି? ତେଣୁ ସମସ୍ତଙ୍କ ପାଇଁ ଏବେ ସ୍କୁଲ ଖୋଲିବା ଉଚିତ,’’ କହିଛନ୍ତି ଘରୋଲ ସ୍କୁଲ ସଙ୍ଘ ସଭାପତି ବଦ୍ରୀ ପଟ୍ଟନାୟକ ।

ଦେଖନ୍ତୁ ଫଟୋ | ପୂରା ବଚ୍ଚନ ପରିବାର ଏମିତି ସ୍ାଗତ କଲେ ନୂଆ ବର୍ଷ ୨୦୨୧କୁ; ବାହାରକୁ ଆସିଲା ଫଟୋ ସବୁ

ସରକାରୀ ସ୍କୁଲଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କ୍ଳାସ ରୁମ ସାନିଟାଇଜେସନ ସହ ହଷ୍ଟେଲ ସଫେଇ ଚାଲିଛି । ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ସ୍କୁଲ ସାନିଟାଇଜେସନ୍‌ ପାଇଁ ବି.ଏମ୍‌.ସି.କୁ ଚିଠି ମଧ୍ୟ ଲେଖିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ହେଲେ ସ୍କୁଲ ଖୋଲିବା ପୂର୍ବରୁ ‘ମିଶନ ଜିରୋ କାଜୁଆଲଟି’ ଘୋଷଣା କରିବାକୁ ଦାବି କରିଛନ୍ତି ଅଭିଭାବକମାନେ । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଦାୟିତ୍ୱ ନେଇ ପଦକ୍ଷପ ନେବାକୁ ଦାବି କରିଛି ଓଡ଼ିଶା ଅଭିଭାବକ ମହାସଙ୍ଘ ।



‘‘ଆମର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସବୁ କ୍ଳାସ ରୁମଗୁଡ଼ିକୁ ଧରେ ଧୀରେ ସାନିଟାଇଜେସନ କରୁଛୁ । ସମ୍ପୂର୍ଣ୍ଣ ସ୍କୁଲ ସାନିଟାଇଜେସନ୍‌ ପାଇଁ ବି.ଏମ୍‌.ସି. ତରଫରୁ ଆମକୁ ଚିଠି ହୋଇଛି,’’ କହିଛନ୍ତି ୟୁନିଟ ୧ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସଙ୍ଗୀତା ପଣ୍ଡା ।
Published by: Anand Shankar Thankur Das
First published: January 4, 2021, 5:59 PM IST