ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଜଗନ୍ନାଥ ମନ୍ଦିରରେ ୧୨ ବର୍ଷର ନାବାଳିକା ସହ ଅସଦାଚରଣ; ଗରିଫ ହୋଇଛି ଅଭିଯୁକ୍ତ

ଜଗନ୍ନାଥ ମନ୍ଦିରରେ ୧୨ ବର୍ଷର ନାବାଳିକା ସହ ଅସଦାଚରଣ; ଗରିଫ ହୋଇଛି ଅଭିଯୁକ୍ତ

ପୁରୀ ମନ୍ଦିର ପରିସରରେ ଜଣେ ୧୨ ବର୍ଷର ନାବାଳିକା ଅସଦାଚରଣ ଅଭିଯୋଗକୁ ନେଇ ସବୁ ମହଲରେ ସମାଲୋଚନା । ଏପରି କାଣ୍ଡ କରିଥିବା ପୁରୋହିତକୁ ଗିରଫ କରିଥିଲା ପୋଲିସ ।

ଜଗନ୍ନାଥ ମନ୍ଦିରରେ ୧୨ ବର୍ଷର ନାବାଳିକା ସହ ଅସଦାଚରଣ; ଗରିଫ ହୋଇଛି ଅଭିଯୁକ୍ତ
ଜଗନ୍ନାଥ ମନ୍ଦିରରେ ୧୨ ବର୍ଷର ନାବାଳିକା ସହ ଅସଦାଚରଣ (ଫାଇଲ୍ ଫଟୋ)
  • News18 Odia
  • Last Updated: October 11, 2021, 1:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ପୁରୀ: ସାରା ଦେଶରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧର କୌଣସି ଅନ୍ତ ନାହିଁ ବୋଲି ମନେହୁଏ, କାରଣ ସାମ୍ନାକୁ ଆସିଛି ପୁଣି ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ପୁରୀ ଜଗନ୍ନାଥ ମନ୍ଦିର ଭିତରେ ଥିବା ଏକ ମନ୍ଦିରର ଜଣେ ପୁରୋହିତ ଜଣେ ୧୨ ବର୍ଷର ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲେ।

ଏହି ଝିଅଟି ହାଇଦ୍ରାବାଦର ମୂଳ ବାସିନ୍ଦା। ୨୭ ବର୍ଷୀୟ ଅଭିଯୁକ୍ତ ପୁରୋହିତଙ୍କୁ ସଂଗ୍ରାମ ଦାଶ ବୋଲି ଜଣାପଡ଼ିଛି।

ପୁରୀର ଜଗନ୍ନାଥ ମନ୍ଦିର ଭିତରେ ଅତି କମରେ ୧୩୬ଟି ଛୋଟ ଓ ସହାୟକ ମନ୍ଦିର ଅଛି । ପୀଡିତା ଏକାକୀ ପ୍ରାର୍ଥନା କରୁଥିବାବେଳେ ବାମନା ମନ୍ଦିରରେ ତାଙ୍କ ସହ ଏହି ଅସଦାଚରଣ ହୋଇଥିଲା।

ଝିଅଟି ଚିତ୍କାର କରି କାନ୍ଦି କାନ୍ଦି ମନ୍ଦିରରୁ ଦୌଡ଼ି ପଳାଇ ଆସି ବାହାରେ ଅପେକ୍ଷା କରିଥିବା ନିଜ ବାପା-ମା'ଙ୍କୁ ଏହି ବିଷୟରେ ସବୁ କଥା କହିଥିଲେ ସେ ।

ଏହା ପରେ ଅଭିଭାବକମାନେ ଜଗନ୍ନାଥ ମନ୍ଦିର ବାହାରେ ଅବସ୍ଥିତ ସିଂହଦ୍ବାର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଶୁକ୍ରବାର ଅଭିଯୋଗ ପରେ ଅଭିଯୁକ୍ତ ଦାଶଙ୍କୁ ଶନିବାର ଗିରଫ କରାଯାଇଥିଲା। ପରେ ଶୁକ୍ରବାର ଦିନ ଝିଅଟି ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ନିକଟରେ ତାଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା ।
Published by: Lipina Das
First published: October 11, 2021, 1:44 PM IST