୨୦୨୨-୨୩ ଆର୍ଥିକ ବର୍ଷର ରାଜ୍ୟ ବଜେଟ ଉପସ୍ଥାପିତ
News 18 Odia Digital
ଭୁବନେଶ୍ବର : ବିଧାନସଭାରେ କାଲି ଥିଲା ମୌସୁମୀ ଅଧିବେଶନର ପ୍ରଥମ ଦିନ । ଅଧିବେଶନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ବର୍ଷ ୨୨-୨୩ ପାଇଁ ୨ଲକ୍ଷ କୋଟିର ବଡ଼ ବଜେଟ୍ ବିଧାନସଭାରେ ଉପସ୍ଥାପିତ କରିଛନ୍ତି । ପିଛିଲା ଆର୍ଥିକ ବର୍ଷ ତୁଳନାରେ ଏହା ୧୭.୬ ପ୍ରତିଶତ ଅଧିକ ହୋଇଥିବା ଜଣାପଡ଼ିଛି ।
ଏଥର ବଜେଟ୍ରେ ଖର୍ଚ୍ଚକୁ ୩୩ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ୧ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି । ଯାହା ସର୍ବମୋଟ ବଜେଟ୍ ଅଟକଳର ୫୦ ପ୍ରତିଶତ । ପୁଞ୍ଜି ଖର୍ଚ୍ଚ ୫୬% ବୃଦ୍ଧି କରାଯାଇ ୩୮,୭୩୨ କୋଟି ଟଙ୍କା ରଖାଯାଇଛି । ବ୍ୟୟ ବରାଦର ୩୪ ପ୍ରତିଶତ ପୁଞ୍ଜି ସାମାଜିକ କ୍ଷେତ୍ରରେ ଖର୍ଚ୍ଚ କରିବାକୁ ସରକାର ଟାର୍ଗେଟ ରଖିଥିବା ବେଳେ ୩୨% ଆର୍ଥିକ କ୍ଷେତ୍ରରେ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ୬୬ ପ୍ରତିଶତ ଅର୍ଥ ବିକାଶ ଦିଗରେ ଖର୍ଚ୍ଚ ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ଏଥିସହ ମିଶନ ଶକ୍ତିରେ ୨,୦୦୦ କୋଟି , ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ରରେ ୧୨,୬୨୪ କୋଟି, ଅନୁସୂଚିତ ଜନଜାତି କ୍ଷେତ୍ରରେ ୩୨,୫୯୬ କୋଟି, ପାନୀୟ ଜଳ କ୍ଷେତ୍ରରେ ୮୩୮୯ କୋଟି ଓ ମନରେଗା କର୍ପସ ଫଣ୍ଡ ବିଭାଗରେ ହଜାରେ କୋଟି ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।
କେନ୍ଦ୍ର ସହାୟତାର ପ୍ରଶ୍ନ ଉଠାଇ ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟର ନିର୍ଭରଶୀଳତା କେନ୍ଦ୍ର ଉପରେ ହ୍ରାସ ପାଇଛି । ଏହାସହ କେନ୍ଦ୍ରୀୟ ସହାୟତା ଉପରେ ଓଡ଼ିଶାର ନିର୍ଭରଶୀଳତା କମିଛି । ଭାରତର ପ୍ରଥମ ହିସାବରେ ଆମ ରାଜ୍ୟ ସରକାର ଗୋଟିଏ ବଜେଟ୍ ଷ୍ଟାବିଲାଇଜେସନ୍ ଫଣ୍ଡ ପାଣ୍ଠି ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚଳିତ ବଜେଟ ଉପରେ ମତ ଦେଇଛନ୍ତି । ସେ କହିଛନ୍ତି ଉପସ୍ଥାପିତ ବଜେଟ୍ ରାଜ୍ୟକୁ ପ୍ରଗତିଶୀଳ କରିବାରେ ସକ୍ଷମ ହେବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।