'ଗୋଟିଏ ରାଜ୍ୟ ଓ ଗୋଟିଏ ବଜାର' ଅଧ୍ୟାଦେଶକୁ ନେଇ ତେଜିଲା ରାଜ୍ୟ ରାଜନୀତି

ବିଜେପି କହିଛି କେନ୍ଦ୍ର ସରକାରଙ୍କ କୄଷି ବିଲ ଢ଼ଞ୍ଚାରେ ରାଜ୍ୟସରକାର ଏହାକୁ ନିଜ ରାଜ୍ୟରେ ଲାଗୁକରିଛନ୍ତି । କେବଳ ରାଜନୈତିକ ଉଦ୍ଦେଶ୍ୟରେ ବିଜେଡି ରାଜ୍ୟସଭାରେ ବିରୋଧ କରିଥିଲା । ବିଜେଡି ମତରେ ବିରୋଧ କରୁଥିବା ଲୋକ ଏହାକୁ ଠିକରେ ବୁଝି ନାହାନ୍ତି ।

'ଗୋଟିଏ ରାଜ୍ୟ ଓ ଗୋଟିଏ ବଜାର' ଅଧ୍ୟାଦେଶକୁ ନେଇ ତେଜିଲା ରାଜ୍ୟ ରାଜନୀତି
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ ।
  • News18 Odia
  • Last Updated: November 16, 2020, 3:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia DigitalAll Posts

ଭୁବନେଶ୍ୱର: ରାଜ୍ୟରେ କୄଷିଜାତ ଦ୍ରବ୍ୟ ବିକ୍ରୟ ପାଇଁ ଗୋଟିଏ ବଜାର ରହିବ ଅର୍ଥାତ 'ଗୋଟିଏ ରାଜ୍ୟ ଗୋଟିଏ ବଜାର'। କ୍ୟାବିନେଟ ବୈଠକରେ ଏଭଳି ଅଧ୍ୟାଦେଶ ଆଣିଛନ୍ତି ରାଜ୍ୟ ସରକାର । ଏଥିରେ କୄଷି ଜାତ ଦ୍ରବ୍ୟ ବିକ୍ରୟ ଉପରୁ ଭୌଗଳିକ ପ୍ରତିବନ୍ଧକ ହଟାଇବା ସହ ଉତ୍ପାଦକ ମାନେ ସେମାନଙ୍କ ଉତ୍ପାଦକକୁ ରାଜ୍ୟର ଯେକୌଣସି ଯାଗାରେ ବିକ୍ରି କରିପାରିବା ବ୍ୟବସ୍ଥା ରହିଛି । ଏଭଳି ଅଧ୍ୟାଦେଶକୁ କଂଗ୍ରେସ ସମେତ କୄଷକ ନେତା ମାନେ ଚାଷୀ ବିରୋଧୀ ବୋଲି କହିଛନ୍ତି । ବିଜେପି କହିଛି କେନ୍ଦ୍ର ସରକାରଙ୍କ କୄଷି ବିଲ ଢ଼ଞ୍ଚାରେ ରାଜ୍ୟସରକାର ଏହାକୁ ନିଜ ରାଜ୍ୟରେ ଲାଗୁକରିଛନ୍ତି । କେବଳ ରାଜନୈତିକ ଉଦ୍ଦେଶ୍ୟରେ ବିଜେଡି ରାଜ୍ୟସଭାରେ ବିରୋଧ କରିଥିଲା । ବିଜେଡି କହିଛି ବିରୋଧ କରୁଥିବା ଲୋକ ଏହାକୁ ଠିକରେ ବୁଝି ନାହାନ୍ତି । କେନ୍ଦ୍ର କୄଷି ବିଲରେ କ୍ଷୁଦ୍ର ଚାଷୀଙ୍କ ସ୍ୱର୍ଥକୁ ଅଣଦେଖା କରାଯାଇଛି । ରାଜ୍ୟ ସରକାର ଆଣିଥୀବା ଅଧ୍ୟାଦେଶରେ ବଜାର ପ୍ରତିଯୋଗିତା ରହିବ ଚାଷୀଙ୍କୁ ନିଜ ହକ ମିଳିବ ।

ଗୋଟାଏ ରାଜ୍ୟ ଗୋଟିଏ ବଜାର । ଏହିପରି ଅଧ୍ୟାଦେଶ ଆଣିଛନ୍ତି ରାଜ୍ୟ ସରକାର । କୄଷିଜାତ ଦ୍ରବ୍ୟର କିଣାବିକା ଉପରୁ ସମସ୍ତ ଭୌଗଳିକ ପ୍ରତିବନ୍ଧକ ହଟିବ । ରାଜ୍ୟର ଯେକୌଣସି ଜାଗାରେ ଚାଷୀ ତାର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିପାରିବେ। ରାଜ୍ୟରେ କୄଷି ମାର୍କେଟିଂ ଓ ରାଜ୍ୟ ବଜାର କମିଟିର ଉନ୍ନତ ପରିଚାଳନା ପାଇଁ କୄଷି ମାର୍କେଟିଂ ସେବା ଗଠନ କରିବାକୁ ଅଧ୍ୟାଦେଶରେ ବ୍ୟବସ୍ଥା ରହିଛି । ତେବେ ଏଭଳି ଅଧ୍ୟାଦେଶକୁ ନେଇ ବିରୋଧ ଦେଖାଦେଲାଣି । କୄଷକ ସଙ୍ଗଠନ ସମେତ କଂଗ୍ରେସ ଏହାକୁ ବିରୋଧ କରିଛନ୍ତି ।

"ଛଳନା ଓ ପ୍ରତାରଣାର ଅନନ୍ୟ ଉଦାହରଣ ନବୀନ ସରକାର । ମୋଦୀଙ୍କର କୃଷି ଆଇନକୁ ବିଜେଡି ପୂର୍ଣ୍ଣ ସମର୍ଥନ କରି ଏହି ଅଧ୍ୟାଦେଶ/ବିଲ /ଆଇନ ପ୍ରଣୟନ କରିବାକୁ ନିଷ୍ପତ୍ତି କରିଛନ୍ତି । କେବଳ ଭାଷାର ବାକ ଚାତୁରୀ ବା ଚଞ୍ଚକତା ରହିଛି l ଏକା ନୀତି ଓ ପ୍ରକ୍ରିୟା ଏକ," କହିଛନ୍ତି ଅଖିଳ ଭାରତୀୟ କୄଷକ ସଙ୍ଗଠନ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ।

"ବିଜେଡି ସବୁବେଳେ ପ୍ରଥମେ ବିରୋଧ କରେ ପରେ ସମର୍ଥନ କରେ । ଏ କ୍ଷେତ୍ରରେ ମଧ୍ୟ ସେମିତି କରିଛି । ତେବେ ଗୋଟିଏ ରାଜ୍ୟ ଗୋଟିଏ ବଜାର ଦ୍ୱାରା ମଣ୍ଡି ପ୍ରଭାବିତ ହେବ ଚାଷୀ କ୍ଷତି ସହିବ, " କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା l

ବିଜେପି ସାଧାରଣ ସମ୍ପାଦକ ପୄଥରାଜ ହରିଚନ୍ଦନ କହିଛନ୍ତି, "କେନ୍ଦ୍ର ସରକାରଙ୍କ କୄଷି ବିଲକୁ ନିଜ ରାଜ୍ୟରେ ଲାଗୁକରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଚାଷୀ ଲାଭ ପାଇବ ବୋଲି ରାଜ୍ୟ ସରକାର ଜାଣିଛନ୍ତି । କିନ୍ତୁ ନିଜର ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟସଭାରେ ଏହାକୁ ବିରୋଧ କରିଥିଲେ । ରାଜ୍ୟସରକାର ନିଜର ଦୋହରା ଛଦ୍ମରୁପ ଛାଡି ଚାଷୀଙ୍କ ସ୍ୱର୍ଥକୁ ଗୁରୁତ୍ୱ ଦିଅନ୍ତୁ ।

ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି "ବିରୋଧୀଙ୍କ ବିରୋଧର କୌଣସି କାରଣ ନାହିଁ । ବିରୋଧ କରିବା ହାସ୍ୟାସ୍ପଦ । ଏହାକୁ ନିର୍ବାଚନ ସହିତ ଦେଖାନଯାଉ । ଚାଷୀ ଏହା ଦ୍ୱାରା ଲମ୍ବା ସମୟ ପର୍ଯ୍ୟନ୍ତ ଲାଭ ପାଇବେ । ରାଜ୍ଯ ସରକାର ବହୁତ ତର୍ଜମା କରି ଏହାକୁ ଆଣିଛନ୍ତି । କେନ୍ଦ୍ର କୄଷି ବିଲ ସହିତ ଏହାର ସମ୍ପର୍କ ନାହିଁ । କେନ୍ଦ୍ର ବିଲରେ କୄଷି ବଜାର ଉତ୍ପାଦ ନିୟମାବଳୀ ନଥିବା ବେଳେ ରାଜ୍ୟ ସରକାର ଙ୍କ ଅଧ୍ୟାଦେଶ ରେ ଏହି ନିୟମ ରହିଛି ।

କେନ୍ଦ୍ର କୄଷି ଆଇନକୁ ନେଇ ଏବେବି ବିରୋଧ ଜାରି ରହିଛି । ରାଜ୍ୟ ସରକାର ଗତ ମେ' ମାସରେ ଆଣିଥିବା ଅଧ୍ୟାଦେଶ ବିରୋଧକୁ ଦେଖି ବିଧାନସଭାରେ ଆଗତ କରିନଥିଲେ। । ଏବେ ପୁଣି ଆଉ ଏକ ଅଧ୍ୟାଦେଶ ଆଣିଛନ୍ତି ।
Published by: Jagdish Barik
First published: November 16, 2020, 3:01 PM IST
corona virus btn
corona virus btn
Loading