ରାଜ୍ୟରେ ଭୁଶୁଡୁଛି ଲାଲଗଡ଼, ହେଲେ ପଡ଼ୋଶୀ ରାଜ୍ୟର ମାଓବାଦୀମାନଙ୍କ ନଜର ଏବେ ଓଡିଶା ଉପରେ

Odisha Police manages to reduce Maoist menace, says DGP Abhay | ୨୦୧୬ରୁ ୨୦୨୧ ସେପ୍ଟେମ୍ବର ମଧ୍ୟରେ ୨୮୦ ଥର ମାଓବାଦୀଙ୍କ ସହିତ ଓଡ଼ିଶା ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ମୁହାଁମୁହିଁ ହୋଇଛନ୍ତି । ଫଳରେ ମାଓବାଦୀଙ୍କ ସଂଖ୍ୟା କମିଛି । ୨୦୧୮ରୁ ୨୦୨୦ ମଧ୍ୟରେ ୭୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ନିକଟରେ ମାଲକାନଗିରି ଜିଲ୍ଲା ପରିଦର୍ଶନ କରିଥିଲେ ଡିଜିପି ଅଭୟ ।

ନିକଟରେ ମାଲକାନଗିରି ଜିଲ୍ଲା ପରିଦର୍ଶନ କରିଥିଲେ ଡିଜିପି ଅଭୟ ।

  • Share this:
News18 Odia Digital

ଭୁବନେଶ୍ୱର: ମାଓବାଦୀଙ୍କ ପାଇଁ ରାଜ୍ୟ ସରକାର ଆପଣାଇଥିବା ଥଇଥାନ ନୀତି ଫଳରେ ହିଂସା ଛାଡି଼ ମୁଖ୍ୟ ସ୍ରୋତକୁ ଫେରିବାରେ ଲାଗିଛନ୍ତି ମାଓବାଦୀମାନେ । ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ ଦୁର୍ବଳ ହେଉଥିବାର ଆଭାସ ମିଳୁଛି । ଏବେ ରାଜ୍ୟରେ ଓଡି଼ଶା କ୍ୟାଡରର ମାତ୍ର ୨୦ ଜଣ ମାଓବାଦୀ ସକ୍ରିୟ ଥିବା ଜଣାପଡ଼ିଛି । କିନ୍ତୁ ପଡ଼ୋଶୀ ରାଜ୍ୟର ମାଓବାଦୀଙ୍କର ଓଡ଼ିଶା ଭିତରେ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ପଡ଼ୋଶୀ ରାଜ୍ୟର ପୋଲିସ ସହ ସମନ୍ୱୟ ରକ୍ଷା କରି କମ୍ବିଂ ଅପରେସନ ଜୋରଦାର କରିବାକୁ ଯୋଜନା କରିଛି ଓଡିଶା ପୋଲିସ ।

‘‘ଧୀରେ ଧୀରେ ରାଜ୍ୟରେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଉଛି । ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ ଓଡିଶା କ୍ୟାଡରର ମାତ୍ର ୨୦ ଜଣ ମାଓବାଦୀ ସକ୍ରିୟ ଅଛନ୍ତି । ଏହା ରାଜ୍ୟ ପାଇଁ ଏକ ଖୁସି ଖବର । ଏଥି ପାଇଁ ମୁଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଉଛି । ରାଜ୍ୟ ସରକାରଙ୍କ ଥଇଥାନ ନୀତି ଏବେ ମାଓବାଦୀଙ୍କ ମନ କିଣୁଛି । ସେମାନେ ହିଂସାର ରାସ୍ତା ଛାଡି଼ ମୁଖ୍ୟ ସ୍ରୋତକୁ ଫେରୁଛନ୍ତି,’’ କହିଛନ୍ତି ପୋଲିସ ଡି.ଜି. ଅଭୟ ।

ଏହା ବି ପଢ଼ନ୍ତୁ | Mumbai Drugs Case: ଶାହରୁଖ ଖାନଙ୍କ ପୁଅକୁ ତାରିଖ ଯାଏଁ NCB କଷ୍ଟଡିକୁ ପଠାଗଲା

ରାଜ୍ୟରେ ୨୦୦୯-୧୦ରେ ମାଓବାଦୀମାନଙ୍କର ଦବଦବା ଥିଲା । ଦିନ ଦ୍ବିପହରରେ ହିଂସାକାଣ୍ଡ ଭିଆଉଥିଲା ଲାଲ ବାହିନୀ । ମାଲକାନଗିରିରୁ ଅନୁଗୁଳ, କୋରାପୁଟରୁ ଦେବଗଡ଼, ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ସକ୍ରିୟ ଥିଲେ ମାଓବାଦୀମାନେ । ଓଡି଼ଶା ପୋଲିସ ତଥ୍ୟ ଅନୁସାରେ ୨୦୦୯ ମସିହାରେ ରାଜ୍ୟରେ ପାଖାପାଖି ୨,୦୦୦ ମାଓବାଦୀ ସକ୍ରିୟ ଥିଲେ । ଏବେ ସେହି ସଂଖ୍ୟା ମାତ୍ର ୭୬ରେ ପହଞ୍ଚିଛି । ସେଥିରେ ଓଡ଼ିଶା କ୍ୟାଡର୍‌ ମାଓବାଦୀଙ୍କ ସଂଖ୍ୟା ମାତ୍ର ୨୦ ବୋଲି କହିଛନ୍ତି ଡି.ଜି.ପି.।

ଦୁଇ ଜଣ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସହ ଡିଜିପି ଅଭୟ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ଅବନୀତ କୌର୍ ଲେହେଙ୍ଗା ପିନ୍ଧି ଫଟୋସୁଟ୍ କରାଇଲେ; ଇଣ୍ଟରନେଟରେ ହଇଚଇ

‘‘ଓଡି଼ଶା ପୋଲିସ ଏବେ ବୋର୍ଡ଼ର ଜିଲ୍ଲାଗୁଡିକ ଉପରେ କଡ଼ା ନଜର ରଖିଛି । ପଡ଼ୋଶୀ ରାଜ୍ୟମାନଙ୍କରେ ଥିବା ମାଓବାଦୀମାନଙ୍କର ଆମ ରାଜ୍ୟ ଉପରେ ନଜର ରହିଛି । ତେଣୁ ତାକୁ ମୁକାବିଲା କରିବାକୁ ଓଡି଼ଶା ପୋଲିସ ସଜାଗ ଅଛି । ବିଶେଷ କରି ବିଭିନ୍ନ କେନ୍ଦ୍ରୀୟ ଫୋର୍ସ ସହ ଆମେ ଯୋଗାଯୋଗରେ ରହିଛୁ । ହିଂସା ଛାଡି଼ ମାଓବାଦୀମାନେ ମୂଖ୍ୟ ସ୍ରୋତକୁ ଫେରି ଆସନ୍ତୁ ବୋଲି ମୁଁ ପୁଣି ଥରେ ନିବେଦନ କରୁଛି,’’ କହିଛନ୍ତି ଡି.ଜି.ପି. ଅଭୟ ।

ଏହା ବି ପଢ଼ନ୍ତୁ | UPରେ ଆନ୍ଦୋଳନରତ କୃଷକଙ୍କ ଉପରେ ‘‘କେନ୍ଦ୍ର ମନ୍ତ୍ରୀଙ୍କ ପୁଅ କାର୍ ଚଢ଼ାଇଦେଲେ’’; ଜଣଙ୍କ ମୃତ୍ୟୁ

ଓଡ଼ିଶା ପୋଲିସର ତଥ୍ୟ ଅନୁସାରେ ୨୦୦୯ ମସିହାରେ ରାଜ୍ୟରେ ମାଓବାଦୀମାନେ ୬୧ ଜଣଙ୍କୁ ହତ୍ୟା କରିଥିଲେ । ସେଥିରେ ଥିଲେ ୨୮ ଜଣ ସାଧାରଣ ଲୋକ । ୨୦୧୦ ମସିହାରେ ଏହି ସଂଖ୍ୟା ବଢି଼ଥିଲା – ରାଜ୍ୟରେ ୨୨ ଜଣ ପୋଲିସ କର୍ମୀଙ୍କ ସମେତ ୭୫ ଜଣଙ୍କୁ ହତ୍ୟା କରିଥିଲେ ମାଓବାଦୀମାନେ । ଏଥିରେ ୫୩ ଜଣ ଥିଲେ ସାଧାରଣ ନାଗରିକ । ରାଜ୍ୟ ସରକାର କେନ୍ଦ୍ରକୁ ଦେଇଥିବା ତଥ୍ୟ ଆଧାରରେ ୨୦୧୬ରୁ ୨୦୨୧ ସେପ୍ଟେମ୍ବର ୨୪ ତାରିଖ ମଧ୍ୟରେ ୨୮୦ ଥର ମାଓବାଦୀଙ୍କ ସହିତ ଓଡ଼ିଶା ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ମୁହାଁମୁହିଁ ହୋଇଛନ୍ତି । ଫଳରେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଇଛି । ୨୦୧୮ରୁ ୨୦୨୦ ମଧ୍ୟରେ ୭୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ଏହା ବି ପଢ଼ନ୍ତୁ | ପୁରୁଷମାନଙ୍କର ଏହି ସମସ୍ୟା ଯୋଗୁଁ ମହିଳାମାନଙ୍କର ବାରମ୍ବାର ଗର୍ଭପାତ ହୁଏ: ଗବେଷଣାରୁ ଜଣାପଡ଼ିଲା

ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି, ‘‘ବାହାର କ୍ୟାଡର ମାଓବାଦୀଙ୍କୁ ମୁକାବିଲା କରିବାକୁ ହେଲେ ମାଓ ଅଧ୍ୟୁସିତ ପଡ଼ୋଶୀ ରାଜ୍ୟମାନଙ୍କ ସହ ସମନ୍ୱୟ ରକ୍ଷା କରିବା ଦରକାର । ବିଶେଷ କରି ଗୁଇନ୍ଦା ବିଭାଗକୁ ଅଧିକ ଶକ୍ତିଶାଳୀ କଲେ ରାଜ୍ୟ ମାଓମୁକ୍ତ ହୋଇପାରିବ ।’’
Published by:Anand S.T. Das
First published:
)}