ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ ଅସ୍ତ୍ର ଟ୍ରେନିଂ ବେଳେ ଗ୍ରେନେଡ଼ ବିସ୍ଫୋରଣରେ ପୋଲିସ ହାବିଲଦାରଙ୍କ ମୃତ୍ୟୁ ହେଲା

ଭୁବନେଶ୍ୱରରେ ଅସ୍ତ୍ର ଟ୍ରେନିଂ ବେଳେ ଗ୍ରେନେଡ଼ ବିସ୍ଫୋରଣରେ ପୋଲିସ ହାବିଲଦାରଙ୍କ ମୃତ୍ୟୁ ହେଲା

ବିସ୍ଫୋରଣ ଯୋଗୁଁ ଜଣେ ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ପ୍ରକାଶ ସାହୁ ଗୁରୁତର ଆହତ ହୋଇଥିଲେ । ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣ ତ୍ୟାଗ କରିଥିଲେ । ଆଉ ଦୁଇ ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।

ଭୁବନେଶ୍ୱରରେ ଅସ୍ତ୍ର ଟ୍ରେନିଂ ବେଳେ ଗ୍ରେନେଡ଼ ବିସ୍ଫୋରଣରେ ପୋଲିସ ହାବିଲଦାରଙ୍କ ମୃତ୍ୟୁ ହେଲା
ମୃତ ହାବିଲଦାର ପ୍ରକାଶ ସାହୁ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ରାଜଧାନୀର ଏକ ପୋଲିସ ଟ୍ରେନିଂ କେନ୍ଦ୍ରରେ ତାଲିମ ନେଉଥିବା ବେଳେ ଗ୍ରେନେଡ଼ ବିସ୍ଫୋରଣରେ ଶହୀଦ ହୋଇଛନ୍ତି ଜଣେ ହାବିଲଦାର । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ଦୁଇ ଜଣ ଯବାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟlପନ୍ନ ରହିଛି l

ମୃତ ହାବିଲଦାରଙ୍କ ନାଁ ପ୍ରକାଶ ସାହୁ l ତାଙ୍କ ଘର ବରଗଡ଼ ଜିଲ୍ଲାର କଟାପାଲ୍ଲିରେ l ସେ ଚନ୍ଦକା ଏସ୍‌.ଓ.ଜି.ରେ ଜଣେ ୱ୍ୱିପନ ଟ୍ରେନର ହାବିଲଦାର ରୂପେ କାର୍ଯ୍ୟରତ ଥିଲେ l ରାଜଧାନୀ ଉପକଣ୍ଠରେ ଥିବା ଚନ୍ଦକାରେ ରାଜ୍ୟରେ ମାଓବାଦୀଙ୍କ ମୁକାବିଲା କରିବା ପାଇଁ ଗଠିତ ହୋଇଥିବା ଏସ୍‌.ଓ.ଜି. ସ୍ପେଶାଲ ଅପରେସନ ଗୃପର ଟ୍ରେନିଂ ସେଣ୍ଟରରେ ମଙ୍ଗଳବାର ଅପରlହ୍ଣରେ ୱ୍ୱିପନ ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ଘଟିଥିଲା  l

ତାଲିମ ବେଳେ ଗୋଟିଏ ଗ୍ରେନେଡ଼ରେ ହଠାତ ବିସ୍ଫୋରଣ ହୋଇଥିଲା ବୋଲି କହିଛନ୍ତି ପୋଲିସ ଅଧିକାରୀମାନେ l ବିସ୍ଫୋରଣ ଯୋଗୁଁ ଜଣେ ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ପ୍ରକାଶ ସାହୁ ଗୁରୁତର ଆହତ ହୋଇଥିଲେ । ତାଙ୍କୁ  ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା l ହେଲେ ସେଠାରେ  ତାଙ୍କର ମୃତ୍ୟୁ ହୋଇଥିଲା l ଅନ୍ୟ ଜଣେ ଯବାନ ସାମାନ୍ୟ ଆହତ ହୋଇଛନ୍ତି l ବାରର୍ଶା ହାଁସଦା ନାମକ ଜଣେ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।

ମଙ୍ଗଳବାର ଶତ୍ରୁ ପକ୍ଷ ଉପରେ କିଭଳି ଗ୍ରେନେଡ ଆକ୍ରମଣ କରାଯାଏ ସେହି କୌଶଳ ଶିକ୍ଷା ଦେଉଥିଲେ ପ୍ରକାଶ ସାହୁ l ହେଲେ ହଠାତ ଗ୍ରେନେଡଟି ଜଣେ ଯବାନଙ୍କ ହାତରୁ ଖସି ପଡ଼ିଥିଲା ଓ ବିସ୍ଫୋରଣ ହୋଇଥିଲା ବୋଲି ଜଣା ପଡ଼ିଛି ।

ଡିଜିପି ଅଭୟ (ଫାଇଲ୍‌ ଫଟୋ)


ବିସ୍ଫୋରଣ ପରେ ତାଲିମକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା l ଟ୍ରେନିଂ ସେଣ୍ଟରରେ ଶୋକର ଛାୟା ଖେଳି ଯାଇଛି l

ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ l  ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସେ l କେମିତି ଏ ଅଘଟଣ ଘଟିଲା ଓ କେଉଁଠି ଭୁଲ ରହିଗଲା ତା’ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସେ l ଟ୍ରେନିଂ ସେଣ୍ଟରର ଦାୟିତ୍ୱରେ ଅଛନ୍ତି ଆଇପିଏସ ଅନିରୁଦ୍ଧ ସିଂ l

ୱିପନ୍‌ ଟ୍ରେନିଂ ପ୍ରତ୍ୟେକ ଏସ୍‌.ଓ.ଜି. ଯବାନଙ୍କ ଟ୍ରେନିଂର ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ l ଆଜିର ଟ୍ରେନିଂରେ ନକ୍ସଲମାନେ ପୋଲିସକୁ ଟାର୍ଗେଟ କରି ଜଙ୍ଗଲ ଭିତରେ ଲଗାଇଥିବା ଲ୍ୟାଣ୍ଡମାଇନ ଓ ଟିଫିନ ବୋମାକୁ କିଭଳି ନିଷ୍କ୍ରିୟ କରିବାକୁ ହୁଏ ତାହାର ତାଲିମ ଦିଆଯାଉଥିଲା l ପ୍ରାୟ ୪୦ ଜଣ ଯବାନ ଏହି ତାଲିମ ନେଉଥିଲେ l

ପ୍ରକାଶ ସାହୁ ଜଣେ ସାହାସୀ ଓ ଭଲ ଟ୍ରେନର ଭାବେ ଜଣାଶୁଣା ଥିଲେ l ମାଓ ଦମନ ପାଇଁ ଆବଶ୍ୟକ ଗରିଲା ଯୁଦ୍ଧରେ ସେ ପାରଙ୍ଗମ ଥିଲେ l ୱ୍ଵିପନ ଟ୍ରେନିଂରେ ବି ସେ ସିଦ୍ଧହସ୍ତ ଥିଲେ l
First published: April 7, 2020, 8:07 PM IST