Plus 2 Science ଫଳ: ରାଜ୍ୟର ଏହି ୧୫ଟି ହାଇ ସ୍କୁଲରେ ଶୂନ୍ୟ ରେଜଲ୍ଟ ଆସିଛି; ଗତ ବର୍ଷ ଥିଲେ ୯ ସ୍କୁଲ୍

ଚୂଡ଼ାପଲ୍ଲୀର ସରକାରୀ ହାଇ ସ୍କୁଲରୁ ୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ; ହେଲେ ସେମାନଙ୍କ ମଧ୍ୟରୁ ଜଣେ ବି ପାସ୍ କରି ନାହାନ୍ତି । ଗତ ବର୍ଷ ୨୯ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଏ ବର୍ଷ ତାହା କମି ୨୦ ହୋଇଛି ।

Plus 2 Science ଫଳ: ରାଜ୍ୟର ଏହି ୧୫ଟି ହାଇ ସ୍କୁଲରେ ଶୂନ୍ୟ ରେଜଲ୍ଟ ଆସିଛି; ଗତ ବର୍ଷ ଥିଲେ ୯ ସ୍କୁଲ୍
ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ; (ଡାହାଣ) ଖାତା ଦେଖାର ଫାଇଲ୍ ଫଟୋ
  • News18 Odia
  • Last Updated: August 12, 2020, 7:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟରୁ ଜଣା ପଡ଼ିଛି ଯେ ରାଜ୍ୟର ୧୫ଟି ସ୍କୁଲରେ ପାସ୍‌ ହାର ଶୂନ୍ୟ ଅଛି । ଅର୍ଥାତ ଏହି ୧୫ଟି ସ୍କୁଲରେ କେହି ଜଣେ ହେଲେ ବି ଛାତ୍ର ବା ଛାତ୍ରୀ ପାସ କରିନାହାନ୍ତି । ବିଡ଼ମ୍ବନାର କଥା ହେଉଛି ଯେ ଗତ ବର୍ଷ ନଅଟି ସ୍କୁଲରେ ଶୁନ୍ୟ ରେଜଲ୍ଟ ହୋଇଥିବା ବେଳେ ଚଳିତ ବର୍ଷ ଏହା ବଢ଼ି ୧୫ ହୋଇଛି ।

ଗତ ବର୍ଷ ବିଭାଗୀୟ ମନ୍ତ୍ରୀ ଉକ୍ତ ନଅଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ତର୍ଜମା କରାଯିବ ବୋଲି କହିଥିଲେ । ଏହା ସହ ଆସନ୍ତା ବର୍ଷକୁ ଶୂନ୍ୟ ରେଜଲ୍ଟ ଥିବା ସ୍କୁଲର ସଂଖ୍ୟା କମ୍‌ କରିବା ନେଇ କହିଥିଲେ । ହେଲେ ଚଳିତ ବର୍ଷ ଏହା କମିବା ବଦଳରେ ବଢ଼ିଛି ।

ବର୍ଷ ଶୂନ୍ୟ ରେଜଲ୍ଟ ଥିବା ସ୍କୁଲଗୁଡ଼ିକର ତାଲିକା:

୧. ନୟନମଣି ମହିଳା ହାଇ ସ୍କୁଲ, ଶାରଦାପୁର

୨. ସୁଶ୍ରୀ ସାଇନ୍ସ ହାଇସ୍କୁଲ, ସଦାଇପାଲି

୩. ସରକାରୀ ହାଇ ସ୍କୁଲ, ଚୂଡ଼ାପଲ୍ଲୀ

୪. ପଦ୍ମିନୀ ଦେବୀ ହାଇ ସ୍କୁଲ, ସୋନପୁର

୫. କୃଷ୍ଣ ଇଣ୍ଟରନ୍ୟାସନାଲ ହାଇ ସ୍କୁଲ,

୬. ବୃନ୍ଦାବନ ପଣ୍ଡି ମହିଳା ହାଇ ସ୍କୁଲ

୭. ଏସ୍‌.ଆର୍‌.ବି.ଡି.ଏସ୍‌.ସି. ରେସ୍‌-କ୍ୟୁ ଡେ ସ୍କଲାର ହାଇ ସ୍କୁଲ

୮. ବିଜୁ ପଟ୍ଟନାୟକ ହାଇ ସ୍କୁଲ, ଗର୍ଜବ

୯. ଉପେନ୍ଦ୍ର ନାଥ ହାଇସ୍କୁଲ, ନଲଗଜା

୧୦. ବ୍ରିଲିଆନ୍ସ ସାଇନ୍ସ ହାଇସ୍କୁଲ, ଉଦଳା

୧୧. କେ.ବି. ହିଷ୍ଟ ହାଇସ୍କୁଲ, ଫୁଲବାଣୀ

୧୨. ସୁବାସ ସାଇନ୍ସ ହାଇସ୍କୁଲ, ପଟିଆ

୧୩. ଭିଜନ ରେସିଡେନ୍ସିଆଲ ହାଇସ୍କୁଲ, ପୁରୀ

୧୪. ପଞ୍ଚାୟତ ଆଞ୍ଚଳିକ ହାଇସ୍କୁଲ, କୁମାରବନ୍ଧସର

୧୫. ରାଉରକେଲା ଇନଷ୍ଟିଚ୍ୟୁଟ ଅଫ ଟେକ୍‌ ହାଇସ୍କୁଲ, ଗୋବରା

ଏହି ୧୫ଟି ହାଇ ସ୍କୁଲ ମଧ୍ୟରୁ ମାତ୍ର ଜଣେ ଛାତ୍ର / ଛାତ୍ରୀ ପରୀକ୍ଷା ଦେଇଥିବା ସ୍କୁଲ୍‌ ସଂଖ୍ୟା ହେଉଛି ଆଠ । ଚୂଡ଼ାପଲ୍ଲୀର ସରକାରୀ ହାଇ ସ୍କୁଲରୁ ସର୍ବାଧିକ ୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଜଣେ ବି ପାସ୍‌ କରି ନାହାନ୍ତି । ବାକି ଛଅଟି ସ୍କୁଲରୁ‌ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୮, ୧୧, ୯, ୭, ୪ ଓ ୩ ଥିଲା ।

‘‘କରୋନା ଭାଇରସ୍‌ ସଙ୍କଟ ସମୟରେ ଖାତା ମୂଲ୍ୟାୟନ ଓ ଫଳ ପ୍ରକାଶନ ଆମ ପାଇଁ ଏକ ବଡ଼ ଚାଲେଞ୍ଜ ଥିଲା । ଏହା ପୂର୍ବରୁ ସ୍ୱଚ୍ଛତାର ସହ ପରୀକ୍ଷା ସମ୍ପାଦନ କରିବା ପାଇଁ ଆମେ ସିସିଟିଭି ଲାଗେଇଥିଲୁ । ତେଣୁ ମେଧାବୀଙ୍କ ସଂଖ୍ୟା ବଢ଼ିଛି ଓ ପାସ୍‌ ହାର କମିଛି,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଗତ ବର୍ଷ ୨୯ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଏ ବର୍ଷ ତାହା କମି ୨୦ ହୋଇଛି । ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକୁ ପଛରେ ପକାଇ ଘରୋଇ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି । ବିଜେବି, ରମାଦେବୀ, ମହର୍ଷି ଓ ରାଜଧାନୀ ଭଳି ଆଗ ଧାଡ଼ିର କଲେଜଗୁଡ଼ିକର ଛାତ୍ରଛାତ୍ରୀଙ୍କ ନା ନାହିଁ ମେଧା ତାଲିକାରେ । ଜୁପିଟର ଓ ସରସ୍ବତୀ ବିଦ୍ୟାମନ୍ଦିର ରହିଛନ୍ତି ଆଗରେ । ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲର ହାତଗଣତି କିଛି ଛାତ୍ରଛାତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟ କୋଣସି ସ୍କୁଲର ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ନାହାନ୍ତି ।

ନାମଲେଖା ସମୟରେ ଏହି ଆଗ ଧାଡ଼ିର ହାଇଅର ସେକେଣ୍ଡାରୀ ସ୍କୁଲରେ ୯୧% ରୁ କଟ୍‌-ଅଫ୍‌ ମାର୍କ ଆରମ୍ଭ ହେଉଥିବା ବେଳେ ବୋର୍ଡ଼ ପରୀକ୍ଷାରେ ପିଲାଏ କାହିଁକି ଖରାପ କରୁଛନ୍ତି ତାହା ଚିନ୍ତାର ବିଷୟ ହୋଇଛି ।

ଏହା ବି ପଢ଼ନ୍ତୁ | Odisha Plus 2 Science Result: ପ୍ରକାଶ ପାଇଲା ଫଳ; ପାସ୍ ହାର ୭୦.୨୧%; ଛାତ୍ରମାନେ ଆଗୁଆ

ଏହା ବି ପଢ଼ନ୍ତୁ | ଆମେରିକାରେ ୪ କୋଟି ଟଙ୍କାର ବୃତ୍ତି ପାଇ ପଢ଼ୁଥିବା ଭାରତୀୟ ଛାତ୍ରୀ ସଡ଼କ ଦୁର୍ଘଟଣାରେ ମୃତ 

ଏହା ବି ପଢ଼ନ୍ତୁ | ଭାରତରେ ସାଧାରଣ ଲୋକଙ୍କ ପାଖରେ ପହଁଞ୍ଚିବ କରୋନା ଟିକା; NITI ଆୟୋଗ ଆରମ୍ଭ କଲା ମନ୍ଥନ

ରାଜ୍ୟରେ ପ୍ରତି ବର୍ଷ ଶିକ୍ଷାରେ ସଂସ୍କାର ଅଣାଯାଉଥିବା ବେଳେ ଓ ସିବିଏସଇ ଢାଞ୍ଚାରେ ପାଠପଢ଼ା ସାଙ୍ଗକୁ ପରୀକ୍ଷା କରିବା ଭଳି ପଦକ୍ଷେପ ନେବା ପରେ ବି କାହିଁକି ରେଜଲ୍ଟ କମିଛି ତାହା ବି ଉଭୟ ଶିକ୍ଷା ବିଭାଗ ଓ ଶିକ୍ଷାବିତମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ।



ପରୀକ୍ଷାର୍ଥୀମାନେ ଏହି ରେଜଲ୍ଟ CHSEର ୱେବସାଇଟ www.orissaresults.nic.in ରେ ନିଜ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ଦେଖିପାରିବେ । ରେଜଲ୍ଟ ଜାଣିବା ପାଇଁ କାଉନସିଲ (CHSE)ର ଟୋଲ ଫ୍ରି ନମ୍ବର ୨୪ ଘଣ୍ଟା ଖୋଲା ରହିବ । 0674-2300914 ରେ କଲ୍‌ କରି ନିଜ ରୋଲ ନମ୍ବର ଦେଇ ରେଜଲ୍ଟ ଜାଣି ପାରିବେ ପରୀକ୍ଷାର୍ଥୀ ।
Published by: Anand Shankar Thankur Das
First published: August 12, 2020, 7:45 PM IST
corona virus btn
corona virus btn
Loading