ବଦଳିଲା ଯୁକ୍ତ୨ ପ୍ରଶ୍ନ ପତ୍ର ଢାଞ୍ଚା; ୫୦% ପ୍ରଶ୍ନ ହେବ ମଲ୍ଟିପୁଲ୍ ଚଏସ୍, ଯାହାର ମୂଲ୍ୟ ୧ ମାର୍କ ରହିବ
ଏ ବର୍ଷ ଯୁକ୍ତ୨ ପରୀକ୍ଷାରେ ସଂକ୍ଷିପ୍ତ ଉତ୍ତର-ଆଶାୟୀ ପ୍ରଶ୍ନ ଅଧିକ ରହିବ । ପିଲାମାନଙ୍କ ପଢ଼ାରେ କରୋନା ସଂକ୍ରମଣ ଜନିତ ବ୍ୟାଘାତକୁ ଆଖିରେ ରଖି କମାଯାଇଥିବା ସିଲାବସରୁ ହିଁ ପ୍ରଶ୍ନ ପତ୍ର ତିଆରି ହେବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ।

ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ; (ଡାହାଣ) ପରୀକ୍ଷାର ଏକ ଫାଇଲ୍ ଫଟୋ
- News18 Odia
- Last Updated: January 25, 2021, 6:41 PM IST
ଭୁବନେଶ୍ୱର: ରାଜ୍ୟର ଯୁକ୍ତ୨ ପରୀକ୍ଷାର୍ଥୀମାନଙ୍କ ଦ୍ଵନ୍ଦ୍ୱ ଦୂର ହୋଇଛି । ଦଶମ ଶ୍ରେଣୀ ପରେ ଯୁକ୍ତ୨ ପ୍ରଶ୍ନ ପତ୍ରର ଢାଞ୍ଚାରେ ହୋଇଛି ପରିବର୍ତ୍ତନ । ଚଳିତ ବର୍ଷ ଦୀର୍ଘ ଉତ୍ତରଆଶାୟୀ ପ୍ରଶ୍ନ କମ୍ ଓ ସଂକ୍ଷିପ୍ତ ଉତ୍ତରଆଶାୟୀ ପ୍ରଶ୍ନ ଅଧିକ ରହିବ। ତାହା ପୁଣି ମଲ୍ଟିପୁଲ ଚଏସ୍ ବା ଅପ୍ସନ୍ ସହ । ଏହି ନୂଆ ବ୍ୟବସ୍ଥାର ଗୋଷଣା କରିଛନ୍ତି ବିଦ୍ଯାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଯୁକ୍ତ୨ ପରୀକ୍ଷାର ପ୍ରଶ୍ନ ପତ୍ରରେ ୫୦% ମଲ୍ଟିପୁଲ୍ ଚଏସ ପ୍ରଶ୍ନ ରହିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ମାର୍କ ରହିବ। ସେହି ଭଳି ୩୦% ସଂକ୍ଷିପ୍ତ ପ୍ରଶ୍ନ ପାଇଁ ୨ ଓ ୩ ମାର୍କ ବିଶିଷ୍ଟ ହେବ। ୨୦% ଦୀର୍ଘ ଉତ୍ତରଆଶାୟୀ ପ୍ରଶ୍ନ ବା ଲଙ୍ଗ କୋଷ୍ଚେନ ରହିବ, ଯାହାର ମୂଲ୍ୟ ପ୍ରତି ପ୍ରଶ୍ନ ୫ ମାର୍କ ରହିବ । ଛାତ୍ରଛାତ୍ରୀଙ୍କ ପାଖରେ ଅଧିକ ପ୍ରଶ୍ନର ବିକଳ୍ପ ମଧ୍ୟ ରହିବ । ଚଳିତ ବର୍ଷ କରୋନା ସ୍ଥିତିକୁ ଦେଖି ପିଲାଙ୍କ ସୁବିଧା ପାଇ ଏଭଳି ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମନ୍ତ୍ରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୋଦି ଓ ମମତାଙ୍କ ମଧ୍ୟରେ ତିକ୍ତତା ବଢ଼ିଲା; ନେତାଜୀ ଜୟନ୍ତୀ ‘ପରାକ୍ରମ ଦିବସ’ ନା ‘ଦେଶ ନାୟକ ଦିବସ’?
ପୂର୍ବ ବର୍ଷଗୁଡି଼କରେ ମଧ୍ୟ ସଂକ୍ଷିପ୍ତ ଉତ୍ତରଆଶାୟୀ ପ୍ରଶ୍ନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିଲା । ପ୍ରାୟ ୭୦% ସର୍ଟ୍ କୋଷ୍ଚେନ ଓ ୩୦% ଲଙ୍ଗ୍ କୋଷ୍ଚେନ ରହୁଥିଲା । ଏ ବର୍ଷ ମଲ୍ଟିପୁଲ ଚଏସ ସହ ୧ ମାର୍କର ପ୍ରଶ୍ନ ଅଧିକ ରହିବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ପିତାମାତା ହେବା ପରେ ବିରାଟ ଓ ଅନୁଷ୍କା ପ୍ରଥମ ଥର ପାଇଁ ବାହାରକୁ ଆସିଲେ; ଭାଇରାଲ୍ ହେଉଛି ଫଟୋ
ବର୍ତ୍ତମାନ ସ୍ଥିତିରେ ପିଲାଙ୍କ ସୁବିଧା ପାଇଁ ସରକାରଙ୍ ନେଇଥିବା ପଦକ୍ଷେପକୁ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ । ଏହା ଦ୍ୱାରା ପିଲାମାନେ ବୋଝମୁକ୍ତ ହୋଇ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହୋଇପାରିବେ ବୋଲି କହିଛନ୍ତି ଶିକ୍ଷାବିତମାନେ । ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଛାତ୍ରଛାତ୍ରୀମାନଙ୍କର ଦ୍ବନ୍ଦ୍ୱ ମଧ୍ୟ ଦୂର ହୋଇଛି ।
ଏହା ବି ପଢ଼ନ୍ତୁ | ମୁମ୍ବାଇରେ ନାମୀ-ଦାମୀ ଦେହ ବ୍ୟବସାୟ ଧରା ପଡ଼ିଲା; ୮ ଜଣ ମଡେଲଙ୍କୁ ଉଦ୍ଧାର କଲା ପୋଲିସ
‘‘କରୋନା ସଂକ୍ରମଣ ସୃଷ୍ଟି କରିଥିବା ବ୍ୟାଘାତ ସତ୍ତ୍ୱେ ସବୁ ପିଲା ପରୀକ୍ଷା ଦେବା ଓ କାହାରି କରିଅର ନଷ୍ଟ ନ ହେବା ଆବଶ୍ୟକ । ବିନା କ୍ଳାସ୍ ରୁମ୍ ପାଠପଢାରେ ପରୀକ୍ଷା ପଦ୍ଧତିର ସରଳିକାରଣ କରିବା ଏକ ଭଲ ପଦକ୍ଷେପ,’’ କହିଛନ୍ତି ହାଇଅର୍ ସେକେଣ୍ଡାରୀ ଏଜୁକେସନ୍ କାଉନସିଲର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ଛାଟୋଇ ।
ଆସନ୍ତା ମେ ୧୫ ତାରିଖରୁ ଯୁକ୍ତ୨ ଥିଓରୀ ପରୀକ୍ଷା ଆରମ୍ଭ ହେବ। ଏପ୍ରିଲ ୨୯ରୁ ମେ ୧୪ ମଧ୍ୟରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ଆସନ୍ତା ଫେବୃଆରୀରୁ ଆରମ୍ଭ ହେବ ଫର୍ମ୍ ଫିଲ୍-ଅପ୍ ପ୍ରକ୍ରିୟା । ଏ ବିଷୟରେ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାଜାଇଛି ।