ପ୍ରକାଶ ପାଇଲା ଯୁକ୍ତ ୨ ଦ୍ଵିତୀୟ ପର୍ଯ୍ୟାୟ କଟ୍-ଅଫ୍ ତାଲିକା; କଳାରେ BJB ଅଛି ସବୁ ଠୁ ଉପରେ

୧୫ ତାରିଖ ସନ୍ଧ୍ୟାରେ ସ୍ପଟ୍ ନାମଲେଖା ଲାଗି ଚୂଡ଼ାନ୍ତ ଛାତ୍ରଛାତ୍ରୀଙ୍କ ତାଲିକା ବାହାରିବ । ୧୬ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସ୍ପଟ୍ ନାମଲେଖା ହେବ। ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ୧୭ ତାରିଖ ସନ୍ଧ୍ୟାରେ ଉପଲବ୍ଧ ହେବ ।

ପ୍ରକାଶ ପାଇଲା ଯୁକ୍ତ ୨ ଦ୍ଵିତୀୟ ପର୍ଯ୍ୟାୟ କଟ୍-ଅଫ୍ ତାଲିକା; କଳାରେ BJB ଅଛି ସବୁ ଠୁ ଉପରେ
ଆଡମିଶନ ପାଇଁ ଭୁବନେଶ୍ୱରର ଏକ କଲେଜରେ କାଉନସେଲିଂ ଚାଲିଛି ।
  • News18 Odia
  • Last Updated: October 5, 2020, 9:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରକାଶ ପାଇଛି ଯୁକ୍ତ ୨ ଦ୍ଵିତୀୟ କଟଅଫ ତାଲିକା। ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୩୫,୫୯୧ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କଳାରେ ୨୮,୧୮୧ ଜଣ, ବାଣିଜ୍ୟରେ ୨୦୬୧ ଓ ବିଜ୍ଞାନରେ ୪୬୦୬ଜଣ ମନୋନୀତ ହୋଇଛନ୍ତି।

କଳାରେ ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲ ୭୦% ପ୍ରତିଶତ ସହ ପ୍ରଥମରେ ରହିଥିବା ବେଳେ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ୬୮.୪% ସହ ଦ୍ୱିତୀୟରେ ଓ ୬୭.୧୭%ସହ ଶୈଳବାଳା ମହିଳା କଲେଜ ତୃତୀୟରେ ରହିଛି ।

ବିଜ୍ଞାନରେ ୮୬.୩୩% ସହ ରେଭେନ୍ସା ପ୍ରଥମ, ୮୬%ସହ ବିଜେବି ଦ୍ବିତୀୟ ଓ ୮୪.୮୩% ସହ ନିଳକଣ୍ଠେଶ୍ୱର ସରସ୍ବତୀ ଶିଶୁ ମନ୍ଦିର ତୃତୀୟରେ ରହିଛି ।

ବାଣିଜ୍ୟରେ ୭୯.୬୭% ସହ ଯାଜପୁର ରୋଡ଼ ବ୍ୟାସ ନଗର ହାଇଅର ସେକେଣ୍ଡାରୀ ସ୍କୁଲ ପ୍ରଥମ, ୭୩.୩୩% ସହ ରେଭେନ୍ସା ଦ୍ଵିତୀୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲା ୭୨.୩୩% ସହ ତୃତୀୟ ରେ ରହିଛି।

ଅକ୍ଟୋବର ୬ ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ଅକ୍ଟୋବର ୮ ପର୍ଯ୍ୟନ୍ତ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇବେ । ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍ ସିଲେକ୍ସନ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବ। ଏହି ଦିନ ପୂର୍ବାହ୍ନ ୧୧ଟା ୩୦ରୁ ୧୫ ତାରିଖ ଅପରାହ୍ଣ ୨ଟା ମଧ୍ୟରେ ଛାତ୍ରଛାତ୍ରୀ ନିଜ ନାମ ପଞ୍ଜୀକରଣ କରିପାରିବେ ।

୧୫ ତାରିଖ ସନ୍ଧ୍ୟାରେ ସ୍ପଟ୍ ନାମଲେଖା ଲାଗି ଚୂଡ଼ାନ୍ତ ଛାତ୍ରଛାତ୍ରୀଙ୍କ ତାଲିକା ବାହାରିବ। ୧୬ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ। ଯେଉଁ ଛାତ୍ରଛାତ୍ରୀ ନାମ ଲେଖାଇଲେ ସେମାନଙ୍କ ତଥ୍ୟ ୧୭ ତାରିଖ ସନ୍ଧ୍ୟା ୬ଟାରେ ଇ-ସ୍ପେସରେ ଉପଲବ୍ଧ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ବି ପଢ଼ନ୍ତୁ ପଶ୍ଚିମ ବଙ୍ଗରେ BJP ନେତାଙ୍କୁ ଗୁଳି କରି ହତ୍ୟା କରାଗଲା; ରାଜ୍ୟପାଳ ମମତା ଓ DGPଙ୍କୁ ଡକାଇଲେ

ଏହା ବି ପଢ଼ନ୍ତୁ ୨୭ ବର୍ଷୀୟା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ମୃତ୍ୟୁ ହେଲା; ଡାଏଟିଂ କରୁଥିଲେ, କିଡନୀ ଫେଲ୍ ହେଲା

‘‘ପ୍ରଥମ ପର୍ଯ୍ୟାୟରେ ଯେମିତି ଗାଇଡ଼ଲାଇନ ରହିଥିଲା ସେହି ନିୟମ ଅନୁଯାୟୀ ନାମଲେଖା ଚାଲିବ। ପ୍ରତି ଘଣ୍ଟାରେ ମାତ୍ର ୧୫ ଜଣ ଆଡ଼ମିଶନ କରିପାରିବେ । ଏଥି ପାଇଁ କଲେଜ କର୍ତ୍ତୃପକ୍ଷ ଅଧିକ ଧ୍ୟାନ ଦେବା ଉଚିତ,’’ କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରା ।



ଏ ପର୍ଯ୍ୟନ୍ତ ରାଜ୍ୟର ୨,୦୨୮ଟି ଯୁକ୍ତ ୨ କଲେଜର ୪ ଲକ୍ଷ ୫୩ ହଜାର ୬୪୦ ସିଟ୍ ମଧ୍ୟରୁ ୨ ଲକ୍ଷ ୯୬ ହଜାର ୬୧ଟି ସିଟ୍ ପୂରଣ ହୋଇଛି । ଆହୁରି ୧ ଲକ୍ଷ ୫୭ ହଜାର ୫୭୯ ଖାଲି ପଡ଼ିଛି । ବିଜ୍ଞାନ ବିଭାଗରେ ସର୍ବାଧିକ ୭୪ ହଜାର ୪୮୧ ସିଟ୍ ଖାଲି ରହିଛି । କଳା ବିଭାଗରେ ୪୯ ହଜାର ୮୮୭, ବାଣିଜ୍ୟରେ ୨୨ ହଜାର ୪୩୯, ସଂସ୍କୃତରେ ୪ ହଜାର ୬୪୦, ଧନ୍ଦାମୂଳକ ଶିକ୍ଷାରେ ୬ ହଜାର ୧୩୨ ସିଟ୍ ଖାଲିପଡ଼ିଛି ।
Published by: Anand Shankar Thankur Das
First published: October 5, 2020, 9:53 PM IST
corona virus btn
corona virus btn
Loading