ଭାରତର ସବୁ ଠୁ ଅଧିକ ଦୁଃଖୀ ଲୋକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଲୋକେ: ସର୍ଭେ ରିପୋର୍ଟ

ବିଶେଷଜ୍ଞଙ୍କ ମତରେ ଦାରିଦ୍ର୍ୟ ବା ପ୍ରାଚୁର୍ଯ୍ୟ ସହ ମାନସିକ ଶାନ୍ତିର କିଛି ସମ୍ପର୍କ ନାହିଁ । ଅନିଶ୍ଚିତତା ରହିଲେ ମାନସିକ ଅଶାନ୍ତି ବଢ଼େ । ଏକ ନୂଆ ଜାତୀୟ ସର୍ଭେରୁ ଅନେକ ତଥ୍ୟ ଲୋକଲୋଚନକୁ ଆସିଛି ।

ଭାରତର ସବୁ ଠୁ ଅଧିକ ଦୁଃଖୀ ଲୋକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଲୋକେ: ସର୍ଭେ ରିପୋର୍ଟ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 24, 2020, 11:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭାରତର ସବୁ ଠୁ ଅଧିକ ଦୁଃଖୀ ଲୋକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଲୋକେ। ଇଣ୍ଡିଆ ହାପିନେସ ରିପୋର୍ଟ ୨୦୨୦ରେ ଏହି ତଥ୍ୟ ପ୍ରକାଶ ପାଇଛି । ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ହୋଇଥିବା ଏଭି ସର୍ଭେରେ ମିଜୋରାମର ଅଧିବାସୀମାନେ ଭାରତର ସବୁ ଠୁ ଅଧିକ ଖୁସି ଥିବା ବେଳେ ଓଡ଼ିଶାର ସ୍ଥାନ ୩୬ରୁ ୩୪ ନମ୍ବରରେ ରହିଛି ।

ବିଶେଷଜ୍ଞଙ୍କ ମତରେ ଦାରିଦ୍ର୍ୟ ବା ପ୍ରାଚୁର୍ଯ୍ୟ ସହିତ ମାନସିକ ଶାନ୍ତିର କୌଣସି ସମ୍ପର୍କ ନାହିଁ । ଅନିଶ୍ଚିତତା ରହିଲେ ବଢ଼ିଥାଏ ମାନସିକ ଅଶାନ୍ତି । ପ୍ରଫେସର ରାଜେଶ କେ. ପିଲାନିଆଙ୍କ ଗବେଷଣାରୁ ଏହି ତଥ୍ୟ ଲୋକଲୋଚନକୁ ଆସିଛି । ସେ ଓ ତାଙ୍କ ସହଯୋଗୀ ଭାରତର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେଉଁ ରାଜ୍ୟର ଲୋକ କେତେ ଖୁସି ତା’ ଉପରେ ଏକ ସର୍ଭେ କରିଥିଲେ ।

ମାର୍ଚ୍ଚ ମାସରୁ ଜୁଲାଇ ମଧ୍ୟରେ ହୋଇଥିବା ଏହି ସର୍ଭେରେ ୧୬,୯୫୦ ଲୋକ ସାମିଲ ହୋଇଥିଲେ । ରାଙ୍କିଙ୍ଗରେ ଖୁସି ଥିବା ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ମିଜୋରାମ, ପଞ୍ଚାବ, ଆଣ୍ଡାମାନ ନିକୋବର, ପୁଡୁଚେରୀ ଓ ସିକ୍କିମ ଅଛନ୍ତି । ଓଡିଶା ୩୪ ନମ୍ବରରେ ଥିବା ବେଳେ ଉତ୍ତରାଖଣ୍ଡ ୩୫ ଓ ଛତିଶଗଡ ୩୬ ନମ୍ବରରେ ରହିଛି ।

ସର୍ଭେ ରିପୋର୍ଟର ରାଙ୍କିଙ୍ଗ୍


‘‘ପ୍ରାଚୁର୍ଯ୍ୟ ଯେତେ ବଢ଼ିଲେ ବି ମାନସିକ ଶାନ୍ତି ବଢ଼ିବ ନାହିଁ । ମାନସିକ ଶାନ୍ତି ହ୍ରାସ ପାଇବାର କାରଣ ହେଉଛି ନିଯୁକ୍ତି, ଦରଦାମ ଓ ସାମାଜିକ କ୍ଷେତ୍ରରେ ଅନିଶ୍ଚିତତା ଦେଖାଦେବା । ଓଡ଼ିଶାର ଲୋକେ କର୍ମସଂସ୍ଥାନ ପାଇଁ ବାହାର ରାଜ୍ୟରେ କାମ କରିବା ଦ୍ବାରା ପାରିବାରିକ ଅଶାନ୍ତି ଦେଖାଦେଇଥାଏ । ଠିକ୍‌ ସେମିତି ଅପରାଧ ମଧ୍ୟ ଆଉ ଏକ କାରଣ । ମିଜୋରାମରେ ପରିବେଶ ଭିତରେ ଯେତିକି ଆବଶ୍ୟକ ସେତିକି ମିଳିଲେ ଲୋକେ ଖୁସିରେ ଥାଆନ୍ତି । ଅନ୍ୟ ପକ୍ଷରେ ଲକଡାଉନ ଆଉ ଏକ କାରଣ,’’ କହିଛନ୍ତି ଜେଏନୟୁର ଅବସରପ୍ରାପ୍ତ ପ୍ରଫେସର ଅଜିତ ମହାନ୍ତି ।

ଖୁସିର ଛଅଟି ମାପକାଠିକୁ ନେଇ ଏହି ସର୍ଭେ ହୋଇଥିଲା  । ଲୋକେ କରୁଥିବା କାମକୁ ନେଇ କେତେ ଖୁସି, ପରିବାର ଓ ବନ୍ଧୁବାନ୍ଧବଙ୍କ ସହିତ ସମ୍ପର୍କକୁ ନେଇ କେତ ଖୁସି, ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ନେଇ କେତେ ଖୁସି, ସାମାଜିକ ଦାୟିତ୍ୱବୋଧ, ଧର୍ମିୀୟ ଭାବନା ବା ଆଧ୍ୟାତ୍ମିକ ଦିଗ ଓ କୋଭିଡ ପ୍ରଭାବ ମଧ୍ୟରେ ସେମାନେ କେତେ ଖୁସି ତା’ର ଅଧ୍ୟୟନ ହୋଇଥିଲା ଏହି ସର୍ଭେରେ  ।

ଏହା ବି ପଢ଼ନ୍ତୁ କରୋନାରୁ ସୁସ୍ଥ ହେବା ପରେ କେମିତି ଅନୁଭବ ହୁଏ? ଅନେକ ଦିନ ଯାଏଁ ଅନବରତ ଥକାପଣ

ଏହା ବି ପଢ଼ନ୍ତୁ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ

‘‘ଖୁସି ହେଉଛି ବ୍ୟକ୍ତିର ସାମାଜିକ ସ୍ଥିତି, ମାନସିକ ସ୍ଥିତି, ବ୍ୟକ୍ତିତ୍ୱ ଓ ଶାସନର ପ୍ରଭାବର ଏକ ସାମଗ୍ରିକ ରୂପ । ସେଇଥି ପାଇଁ ଏହା ନିର୍ଦ୍ଦିଷ୍ଟ ସମୟରେ କାହାକୁ ଖସି କରିଥାଏ ତ କାହାକୁ ଦୁଃଖ ଆଣି ଦେଇଥାଏ  । ତେଣୁ ରାଜ୍ୟ ବା ଦେଶର ଖୁସିକୁ ଆକଳନ କରିବା ସବୁବେଳେ ସମାନ ସ୍ତରରେ ଯାଇ ନ ଥାଏ । ଏହି ରିପୋର୍ଟକୁ ଯଦି ଦେଖାଯାଏ, ଓଡ଼ିଶା ବହୁ ତଳେ ଥିବା ବେଳେ ଛୋଟ ଛୋଟ ରାଜ୍ୟ ବହୁ ଉପରେ ରହିଛନ୍ତି । ଆମକୁ ତର୍ଜମା କରିବାକୁ ପଡ଼ିବ ଅନ୍ୟ ରାଜ୍ୟ ତୁଳନାରେ ସରକାରୀ ସୁବିଧା ସୁଯୋଗ ଯାହା ମିଳୁଛି ତାହା ଅନ୍ୟ ରାଜ୍ୟମାନଙ୍କ ଠାରୁ ଭିନ୍ନ ବା ଉତ୍ତମ କି ନୁହେଁ,’’ କହିଛନ୍ତି ସାମାଜିକ କର୍ମୀ ଘାସିରାମ ପଣ୍ଡା ।



ବିଶ୍ୱର ୧୫୬ଟି ଦେଶର ନାଗରିକମାନଙ୍କ ସୁଖାନୁଭବକୁ ନେଇ ଜାତିସଙ୍ଘ ଦ୍ୱାରା ପ୍ରସ୍ତୁତ ୨୦୨୦ ମସିହାର ସୂଚକାଙ୍କରେ ଭାରତ ୧୪୪ ତମ ସ୍ଥାନରେ ରହିଛି । ଦେଶର ଜଣେ ପ୍ରମୁଖ ମ୍ୟାନେଜମେଣ୍ଟ ଷ୍ଟ୍ରାଟେଜୀ ଏକ୍ସପର୍ଟ ପ୍ରଫେସର ରାଜେଶ କେ. ପିଲାନିଆଙ୍କ ଏହା ପ୍ରଥମ ହାପିନେସ୍‌ ରିପୋର୍ଟ ।
Published by: Anand Shankar Thankur Das
First published: September 24, 2020, 11:00 PM IST
corona virus btn
corona virus btn
Loading