ଜୀବନ୍ତ ହାତୀ ଚାଲାଣ ରାକେଟକୁ ନେଇ ସବୁ ରାଜ୍ୟର ପିସିସିଏପଙ୍କୁ ଚିଠି ଲେଖିଲେ ଓଡ଼ିଶା PCCF

ପିସିସିଏଫ୍ କହିଛନ୍ତି ଯେ ବନ ବିଭାଗ ନାଁରେ ଫେକ୍ ଏନଓସି ପ୍ରସ୍ତୁତ କରି ଅନ୍ୟ ରାଜ୍ୟରୁ ହାତୀ ଚାଲାଣ ପାଇଁ ଯୋଜନା କରୁଛନ୍ତି ବନ ମାଫିଆଙ୍କ ରାକେଟ୍।

ଜୀବନ୍ତ ହାତୀ ଚାଲାଣ ରାକେଟକୁ ନେଇ ସବୁ ରାଜ୍ୟର ପିସିସିଏପଙ୍କୁ ଚିଠି ଲେଖିଲେ ଓଡ଼ିଶା PCCF

ଜୀବନ୍ତ ହାତୀ ଚାଲାଣ ରାକେଟକୁ ନେଇ ସବୁ ରାଜ୍ୟର ପିସିସିଏପଙ୍କୁ ଚିଠି ଲେଖିଲେ ଓଡ଼ିଶା PCCF

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଛି ଅବାଧ ହାତୀ ଶିକାର। ସବୁଠାରୁ ସାଙ୍ଘାତିକ ତଥ୍ୟ ହେଲା, ହାତୀ ହେଉଛନ୍ତି ଚୋରା ଚାଲାଣର ଶିକାର। ମାନେ ବାହାର ରାଜ୍ୟରୁ ବେଆଇନ ଭାବେ ହାତୀ ଆଣିବା ପାଇଁ ଯୋଜନା କରାଯାଉଛି। ଏହା ପଛରେ କାମ କରୁଛି ଏକ ବଡ଼ ରାକେଟ୍।

ଏକଥା ଆମେ କହୁନାହୁଁ, ଏହା ସ୍ବୀକାର କରିଛନ୍ତି ଖୋଦ୍ ବନ ବିଭାଗର ମୁଖ୍ୟ ତଥା ପିସିସିଏଫ୍ ଶଶୀ ପଲ୍। ପିସିସିଏଫ୍ କହିଛନ୍ତି ଯେ ବନ ବିଭାଗ ନାଁରେ ଫେକ୍ ଏନଓସି ପ୍ରସ୍ତୁତ କରି ଅନ୍ୟ ରାଜ୍ୟରୁ ହାତୀ ଚାଲାଣ ପାଇଁ ଯୋଜନା କରୁଛନ୍ତି ବନ ମାଫିଆଙ୍କ ରାକେଟ୍।

କୋରାପୁଟର ଜଣେ ବ୍ୟକ୍ତି ପୋଷା ହାତୀ ରଖିବା ପିସିସିଏଫଙ୍କୁ ଚିଠି ଲେଖିବା ପରେ ବନ୍ ବିଭାଗର ଏକ ଟିମ୍ ସେହି ସ୍ଥାନ ଯାଇ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା କି କୋରାପୁଟ ହାତୀ ପାଇଁ ଅନୁକୂଳ ନୁହେଁ। ଏହାପରେ ବନ୍ ବିଭାଗ ବିରୋଧରେ କୋରାପୁଟରୁ ଆରମ୍ଭ ହୋଇଥିଲା ଷଡ଼ଯନ୍ତ୍ର। ଆସାମରୁ ଗୋଟିଏ ଓ ଗୁଜରାଟରୁ ୬ଟି ହାତୀ କୋରାପୁଟ ଆଣିବା ପାଇଁ ଯୋଜନା କରାଯାଇଥିବା ଜଣାପଡ଼ିଛି। ଏଥିପାଇଁ ଆସାମ ବନ ବିଭାଗକୁ ଦିଆଯାଇଥିଲା ଫେକ୍ ଏନଓସି।

ଏହି ସାଙ୍ଘାତିକ କାରବାର ଜଣାପଡ଼ିବା ପରେ ୱାଇଲଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ସହ ସବୁ ରାଜ୍ୟର ପିସିସିଏଫଙ୍କୁ ଆଲର୍ଟ କରାଯାଇଥିବା କହିଛନ୍ତି ପିସିସିଏଫ୍ ଶଶୀ ପଲ୍। କିଛି ଦିନ ତଳେ କଟକ ଜିଲ୍ଲା ବଡ଼ମ୍ବାରୁ ହାତୀ କଙ୍କାଳ ମିଳିଥିଲା। ଏହି ଘଟଣାରେ ଅସାଧୁ ବନ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ଗଠିତ ଏସଆଇଟି ଏହାର ଛାନଭିନ୍ କରୁଛି। ଫେରାର ହୋଇଯାଇଥିବା ଜଣେ ଫରେଷ୍ଟରଙ୍କୁ ଗିରଫ କରାଯାଇଛି।

ଏଭଳି ସ୍ଥିତିରେ ଫରେନ୍ସିକ ଟେଷ୍ଟ ଲାଗି ଓୟୁଏଟି ୱାଇଲଡ଼ ଲାଇଫ ସେଣ୍ଟରକୁ ଆସିଛି ୩ ହାତୀ କଙ୍କାଳର ନମୁନା। ନମୁନା ଭିତରେ କାହାର କେବଳ ହାଡ଼ ଆସିଛି ତ ଆଉ କାହାର ହାଡ଼ ସହ ପଚା ମାଂସ ଅଥବା ଚମଡା କି ବୋନମ୍ୟାରୋ ଆସିଛି। ଏସବୁ ନମୁନାରୁ ହାତୀର ଲିଙ୍ଗ ନିରୂପଣ ସହ ମୃତ୍ୟୁର କାରଣ, କେବେ ମୃତ୍ୟୁ ହୋଇଛି ଏ ସମ୍ପର୍କରେ ଜାଣିବାକୁ ପରୀକ୍ଷା କରାଯିବ। ତେବେ ନମୁନାର ଅବସ୍ଥା ଉପରେ ସବୁକିଛି ନିର୍ଭର କରୁଛି।

ନମୁନା ଆସିବା ପରେ ପରୀକ୍ଷଣ ଆରମ୍ଭ ହୋଇଛି। ରିପୋର୍ଟ ଆସିବାକୁ ପ୍ରାୟ ଦୁଇ ସପ୍ତାହ ଲାଗିବ। ରିପୋର୍ଟ ଆସିବା ମାତ୍ରେ ତୁରନ୍ତ ଏହାକୁ ପିସିସିଏପଙ୍କୁ ଅବଗତ କରାଯିବ। ସେହିପରି ନରସିଂହପୁର ଜଙ୍ଗଲରେ ଗୁଳି କରି ହାତୀର ମୃତ୍ୟୁ ଘଟଣାରେ ୩ ଶିକାରୀଙ୍କୁ ଗିରଫ କରାଯାଇଛି।

କାଜୁ ବଗିଚାକୁ ହାତୀ ଆସିବାରୁ ହାତୀକୁ ଗୁଳି କରିଥିଲେ ଶିକାରୀ। ଖୁବ୍ ଶୀଘ୍ର ଆଉ ଜଣଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପିସିସିଏଫ୍ କହିଛନ୍ତି। ହେଲେ ରାଜ୍ୟରେ ହାତୀ ଶିକାର ଓ ଷଡ଼ଯନ୍ତ୍ରକୁ ସହଜରେ ହଜମ କରିପାରି ନାହାଁନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ପାଖା ପାଖି ୫ ବର୍ଷ ହେଲା ହାତୀ ଉପରେ କୌଣସି ଗଣନା ହୋଇ ନାହିଁ। ରାଜ୍ୟରେ ୧୮୦୦ ରୁ ୨୦୦୦ ଭିତରେ ହାତୀ ରହିଥିବା ସୂଚନା ରହିଛି।

ବର୍ତ୍ତମାନ ହାତୀ ମୃତ୍ୟୁ ବରଣ କରିବା ଘଟଣା ବହୁତ୍ ଦୁଃଖ ଦାୟକ। ଆଗରୁ ହାତୀ ମରୁଥିଲେ କିନ୍ତୁ ଏତେ ମାତ୍ରାରେ ନୁହେଁ। ସରକାର ଓ ପ୍ରଶାସନ ପକ୍ଷରୁ ଏବେ ତତତ୍ପରତା ଦେଖା ଦେଇଛି, ଏହା କେବଳ କାଗଜ କଲମରେ। ଯଦି ପ୍ରଶାସନ ଏ ଦିଗରେ ତପ୍ତରତା ଦେଖାଇ ହାତୀର ଗତି ବିଧି ଉପରେ ନଜର ଦେବ ତାହେଲେ ମୃତ୍ୟୁ ସଂଖ୍ୟା ନିହାତି କମିବେ। ଏବେ ଆଉ ବନ୍ ବିଭାଗ ଧ୍ୟାନ ଦେଉ ନାହିଁ ବନ୍ୟା ଜୀବଜନ୍ତୁମାନଙ୍କୁ ସୁରକ୍ଷା ଦେବାରେ। ଦିନକୁ ଦିନ ଗଜରାଜଙ୍କ ବଢୁଛି ସଙ୍କଟ। ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା ଓ ରୋଗ ଜନିତ ମୃତ୍ୟୁ ଠୁ ସବୁଠୁ ଭୟଙ୍କର ହୋଇଛି ଶିକାରୀଙ୍କ ଷଡ଼ଯନ୍ତ୍ର।
Published by:Lipina Das
First published: