ଜାମିନରେ ଜେଲ୍‌ରୁ ବାହାରିଲେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର

ଜେଲ୍‌ରୁ ମୁକୁଳିବା ପରେ ପୁଞ୍ଜିଲାଲ ମେହେର ପାଟଣାଗଡ଼ ପହଞ୍ଚି ଶ୍ମଶାନରୁ ନିଜ ମାଆଙ୍କ ଅସ୍ଥି ସଂଗ୍ରହ କରିଛନ୍ତି । ତାଙ୍କ ଘର ଆଗରେ ସାଧା ପୋଷାକରେ ଚ଼ବିଶି-ଘଣ୍ଟିଆ ପୋଲିସ ପହରା ଅଛି । ମୃତ ସୌମ୍ୟ ଶେଖରଙ୍କ ବାପାମାଆ ଭୟଭୀତ ଅଛନ୍ତି ।

ଜାମିନରେ ଜେଲ୍‌ରୁ ବାହାରିଲେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର
ବଲାଙ୍ଗିର ଜେଲ୍‌ରୁ ବାହାରୁଛନ୍ତି ପୁଞ୍ଜିଲାଲ ମେହେର
  • News18 Odia
  • Last Updated: January 24, 2020, 9:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବଲାଙ୍ଗିର: ଅନ୍ତରୀଣ ଜାମିନ ପରେ ଜେଲ୍‌ରୁ ବାହାରି ମାଆଙ୍କ ଶୁଦ୍ଧି କ୍ରିୟାରେ ଲାଗିଛନ୍ତି ବହୁଚ଼ର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ତାଙ୍କୁ ଚ଼ାରି ଦିନ ପାଇଁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇ କୋର୍ଟ । ଜାନୁଆରୀ ୨୮ରେ କୋର୍ଟରେ ହାଜର ହୋଇ ପୁଣି ବଲାଙ୍ଗିର ଜେଲ୍‌କୁ ଫେରିବେ ସେ ।

ପାଟଣାଗଡ଼ରେ ପୁଞ୍ଜିଲାଲ୍‌ଙ୍କ ଉପସ୍ଥିତିକୁ ନେଇ ଭୟଭୀତ ହୋଇଛନ୍ତି ମୃତ ସୌମ୍ୟ ଶେଖରଙ୍କ ବାପାମାଆ । ତଥ୍ୟ ପ୍ରମାଣ ନଷ୍ଟ ହେବା ଆଶଙ୍କା କରି ପୋଲିସକୁ ସଜାଗ ରହିବାକୁ ସେମାନେ ଅନୁରୋଧ କରିଛନ୍ତି ।

ଶୁକ୍ରବାର (ଜାନୁଆରୀ ୨୪) ବଲାଙ୍ଗିର ଜେଲ୍‌ରୁ ମୁକୁଳିବା ପରେ ପୁଞ୍ଜିଲାଲ ମେହେର ପାଟଣାଗଡ଼ ପହଞ୍ଚି ଶ୍ମଶାନରୁ ନିଜ ମାଆଙ୍କ ଅସ୍ଥି ସଂଗ୍ରହ କରିଛନ୍ତି । ଚ଼ାରି ଦିନ ପାଇଁ ଜାମିନ ପାଇଥିବା ପୁଞ୍ଜିଲାଲଙ୍କ ପାଇଁ କେତେକ ସର୍ତ୍ତ ରଖିଛନ୍ତି ହାଇ କୋର୍ଟ । ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ । ତା’ ଛଡ଼ା ଅଭିଯୋଗକାରୀ, ମାମଲାରେ ସଂପୃକ୍ତ ଅନ୍ୟ ବ୍ୟକ୍ତି କିମ୍ବା ତଥ୍ୟ ପ୍ରମାଣକୁ ପ୍ରଭାବିତ କରିବେ ନାହିଁ । କୋର୍ଟଙ୍କ ବିନା ଅନୁମତିରେ ପାଟଣାଗଡ ସହର ବାହାରକୁ ମଧ୍ୟ ଯାଇପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି ।

ଦାମ୍ପତ୍ୟ ସୁଖ ହେଲା ପାଣି ଫୋଟକା: ମୃତ ସୌମ୍ୟ ଶେଖର ଓ ତାଙ୍କ ସ୍ତ୍ରୀ ରୀମା


ପୁଞ୍ଜିଲାଲଙ୍କ ଘର ଆଗରେ ସାଧା ପୋଷାକରେ ୨୪ଘଣ୍ଟିଆ ପୋଲିସ ପହରା ଦେଉଥିବା ଦେଖିବାକୁ ମିଳିଛି । ଶୁଦ୍ଧି କ୍ରିୟା ସାରି ଆସନ୍ତା ୨୮ରେ ସେ ପୁଣି ଥରେ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହେବେ ବୋଲି ତାଙ୍କ ଓକିଲ କହିଛନ୍ତି ।

‘‘ମୋ’ ମହକିଲ ପୁଞ୍ଜିଲାଲଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତେଣୁ ସେ ନିର୍ଦ୍ଦୋଷ ଖଲାସ ହେବେ,’’ କହିଛନ୍ତି ହାଇ କୋର୍ଟରେ ପୁଞ୍ଜିଲାଲ୍‌ଙ୍କ ଓକିଲ ମାନସ ରଞ୍ଜନ ପାତ୍ର ।

ଆଉ ମାସକ ପରେ ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାକୁ ଦୁଇ ବର୍ଷ ପୂରିବ, କିନ୍ତୁ ମାମଲାର ଶୁଣାଣି ଏ ଯାଏ ଆଗେଇନି । ଏଭଳି ସ୍ଥିତିରେ ଏହି ହାଇପ୍ରୋଫାଇଲ ମର୍ଡର କେସ୍‌ର ମୁଖ୍ୟ ଅଭିଯୁକ୍ତକୁ ଦୁଇ ଦୁଇ ଥର ଅନ୍ତରୀଣ ଜାମିନ ମିଳିବାକୁ ନେଇ ଆପତ୍ତି ଉଠାଇଛନ୍ତି ମୃତ ସୌମ୍ୟ ଶେଖରଙ୍କ ବାପା ମାଆ ।

‘‘ତା’ ମାଆଙ୍କ ଶୁଦ୍ଧି କ୍ରିୟା ସରିଗଲାଣି, କିନ୍ତୁ ସେ ଶୁଦ୍ଧି କ୍ରିୟା ଆଳରେ ଜାମିନ ପାଇଛି । ପୁଞ୍ଜିଲାଲ ପାଟଣାଗଡ଼ରେ ଥିବାରୁ ଆମ ଜୀବନ ପ୍ରତି ବିପଦ ରହିଛି । ତେଣୁ ଭୟରେ ଆମେ ଦିନ ବେଳେ ମଧ୍ୟ ଗେଟ୍‌ରେ ତାଲା ପକାଇ ଘରେ ରହୁଛୁ । ଚ଼ାରି ଦିନର ରହଣି ମଧ୍ୟରେ ପୁଞ୍ଜିଲାଲ ମାମଲାକୁ ପ୍ରଭାବିତ କଲାଭଳି କିଛି ବି କରିପାରନ୍ତି । ତେଣୁ ଏଥି ପ୍ରତି ସୁରକ୍ଷା ବଳ ସଜାଗ ରହିବାକୁ ଆମେ ଅନୁରୋଧ କରିଛୁ,’’ କହିଛନ୍ତି ମୃତ ସୌମ୍ୟ ଶେଖର ଙ୍କ ମା’ ସଂଯୁକ୍ତା ସାହୁ ।

ପୁଞ୍ଜିଲାଲଙ୍କ ନିୟମିତ ଜାମିନର ଶୁଣାଣି ଆସନ୍ତା ୩୧ରେ ହାଇ କୋର୍ଟରେ ହେବ ।
First published: January 24, 2020, 9:32 PM IST
corona virus btn
corona virus btn
Loading