ସଂସଦର ବଜେଟ ଅଧିବେଶନରେ ଚାଷୀ ଓ ମହିଳାଙ୍କ ସମସ୍ୟାକୁ ମୁଖ୍ୟ ଅସ୍ତ୍ର କରିବେ ଓଡ଼ିଶାର ୩ ଦଳ

ମହିଳାଙ୍କ ପାଇଁ ସଂରକ୍ଷଣକୁ ନେଇ ଜାତୀୟ ସ୍ତରରେ ଲଢ଼େଇ ଜାରି ରଖିବାକୁ BJDର ପ୍ରତିଷ୍ଠା ଦିବସରେ ଦଳର ନେତାଙ୍କୁ ଆହ୍ବାନ କରିଥିଲେ ନବୀନ । ଏବେ ସଂସଦୀୟ ଦଳ ବୈଠକରେ ସାଂସଦମାନଙ୍କୁ ସ୍ବର ଶାଣିତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସଂସଦର ବଜେଟ ଅଧିବେଶନରେ ଚାଷୀ ଓ ମହିଳାଙ୍କ ସମସ୍ୟାକୁ ମୁଖ୍ୟ ଅସ୍ତ୍ର କରିବେ ଓଡ଼ିଶାର ୩ ଦଳ
ନବୀନ ପଟ୍ଟନାୟକ; (ଡାହାଣ) ସଂସଦ ଭବନ
  • News18 Odia
  • Last Updated: January 27, 2021, 8:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସଂସଦର ବଜେଟ ଅଧିବେଶନରେ ଏଥର ଚାଷୀ ଓ ମହିଳା ପ୍ରସଙ୍ଗ ଜୋରଦାର୍‌ କରି ଉଠାଇବେ ବିଜେଡ଼ି ଓ କଂଗ୍ରେସ । ଏହି ଦୁଇ ପ୍ରସଙ୍ଗ ଉପରେ ପ୍ରାୟ ୧୫ଟି ପ୍ରଶ୍ନର ତାଲିକା ଦଳ ପ୍ରସ୍ତୁତ କରିଛି । କୃଷକ ଓ ମହିଳାଙ୍କ ସମସ୍ୟାକୁ ଉଭୟ ସଦନରେ ଉଠାଇବାକୁ ସଂସଦୀୟ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ବିଜେଡି ।

କଂଗ୍ରେସ ବି ଚାଷୀ ପ୍ରସଙ୍ଗରେ ସମାନ ଆଭିମୁଖ୍ୟ ରଖୁଥିବା ବେଳେ ରାଜ୍ୟରେ ମହିଳା ନିର୍ଯ୍ୟାତନାକୁ ପ୍ରସଙ୍ଗ କରିବ । ବିଜେପି ବି ରାଜ୍ୟର ମଣ୍ଡି ସମସ୍ୟାକୁ ମୁଖ୍ୟ ଅସ୍ତ୍ର କରିବ । ଲୋକ ସଭା ଓ ରାଜ୍ୟ ସଭା ସଦସ୍ୟଙ୍କୁ ବିଜେଡ଼ି ସୁପ୍ରିମୋ ଅଲଗା ମନ୍ତ୍ର ଦେଇଥିବାରୁ ଲୋକ ସଭା ଅପେକ୍ଷା ରାଜ୍ୟ ସଭାରେ ସ୍ବରକୁ ଦଳ ଶାଣିତ କରିପାରେ ବୋଲି କହିଛନ୍ତି ବିଶେଷଜ୍ଞମାନେ ।

ଏହା ବି ପଢ଼ନ୍ତୁ | BJP ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ମୁଁ ନିଜ ଗଳା କାଟିବାକୁ ପସନ୍ଦ କରିବି: ମମତା ବାନାର୍ଜୀ

ବଜେଟ ଅଧିବେଶନରେ ଏମ୍‌.ଏସ୍‌.ପି. ଦୁଇ ଗୁଣା ବୃଦ୍ଧି ପାଇଁ ସଂସଦର ଉଭୟ ସଦନରେ ଦଳ ସ୍ବର ଉଠାଇବ । ମହିଳା ସଶକ୍ତିକରଣ, ସଂସଦ ଓ ବିଧାନ ସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବି ଦିଲ୍ଲୀ ଦରବାରରରେ ସ୍ବର ଶାଣିତ କରିବ ବିଜେଡ଼ି । ମହିଳାଙ୍କ ପାଇଁ ସଂରକ୍ଷଣକୁ ନେଇ ଜାତୀୟ ସ୍ତରରେ ଲଢ଼େଇ ଜାରି ରଖିବାକୁ ବିଜେଡିର ପ୍ରତିଷ୍ଠା ଦିବସରେ ଦଳୀୟ ନେତାଙ୍କୁ ଆହ୍ବାନ କରିଥିଲେ ନବୀନ । ସୋମବାର ଆୟୋଜିତ ସଂସଦୀୟ ଦଳ ବୈଠକରେ ଦଳୀୟ ସାଂସଦଙ୍କୁ ସ୍ବର ଶାଣିତ କରିବାକୁ ପରାମର୍ଶ ଦେଇଥିଲେ ସେ ।

କଂଗ୍ରେସ ସାଂସଦ ସପ୍ତଗିରି ଉଲାକା


ଏହି ଦୁଇ ପ୍ରସଙ୍ଗ ସହ ସ୍ପତନ୍ତ୍ର ପାହ୍ୟା, ରେଳବାଇ, ବିଧାନ ପରିଷଦ, ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ଓ କେନ୍ଦୁ ପତ୍ର ଉପରେ ଜି.ଏସ୍‌.ଟି. ହ୍ରାସ ଭଳି ପ୍ରାୟ ୧୫ ଟି ପ୍ରସଙ୍ଗକୁ ବିଜେଡି ଅସ୍ତ୍ର କରିବାକୁ ତାଲିକା ପ୍ରସ୍ତୁତ କରିଛି । ଦଳୀୟ ସୁପ୍ରିମୋ ଲୋକ ସଭା ଓ ରାଜ୍ୟ ସଭା ସଦସ୍ୟଙ୍କ ଅଲଗା ଅଲଗା ବୈଠକ କରି ଚିଠା ଧରାଇଥିବା ବେଳେ କୃଷକଙ୍କ ସମସ୍ୟାକୁ ଉଭୟ ଗୃହରେ ଦଳ ଅସ୍ତ୍ର କରିବାକୁ ରଣନୀତି କରିଛି ।

ଏହା ବି ପଢ଼ନ୍ତୁ | ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁ

‘‘ଆଗାମୀ ଅଧିବେଶନରେ ଦଳର ଆଭିମୁଖ୍ୟ କ’ଣ ରହିବ ସେ ନେଇ ଦଳର ନେତା ସଂସଦୀୟ ଦଳ ବୈଠକରେ ଚିଠା ଦେଇଛନ୍ତି । ବିଶେଷ କରି ମାଗଣାରେ ଜମି ଦେବା ସହ ଅଧା ସହାୟତା ଦେବା ପରେ ବି ବିଭିନ୍ନ ରେଳବାଇ ପ୍ରକଳ୍ପ ଅଧାପନ୍ତରିଆ ହୋଇ ରହିଛି । ଏହି ପ୍ରସଙ୍ଗ ଦଳ ଉଠାଇବ । ଏହା ସହ ବିଧାନ ପରିଷଦ ଗଠନ ନେଇ ବି ଦାବି ସହ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗକୁ ଗୃହରେ ଉତ୍ଥାପନ କରିବୁ,’’ କହିଛନ୍ତି ବିଜେଡିର ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର ।

ବିଜେପି ସାଂସଦ ସୁରେଶ ପୂଜାରୀ


କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ଦିଲ୍ଲୀ ସୀମାରେ ଥଣ୍ଡା କାକରରେ ଚାଷୀମାନେ ରାସ୍ତାରେ ବସିଥିଲେ ବି ସରକାର ଶୁଣୁନାହାନ୍ତି । ‘‘ଚାଷୀଙ୍କ ପ୍ରସଙ୍ଗକୁ ସଂସଦରେ ଉଠାଇବା ସହ ତିନୋଟି ନୂଆ କୃଷି ଆଇନ୍‌ ପ୍ରତ୍ୟାହାର ପାଇଁ ଆମେ ଦାବି କରିବୁ । ଏହା ସହ ଏମ୍‌.ଏସ୍‌.ପି. ବୃଦ୍ଧି ଓ ରାଜ୍ୟରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ଗୃହରେ ଉତ୍ଥାପନ କରିବୁ । ଆଉ କ’ଣ କ’ଣ ପ୍ରସଙ୍ଗ ରହିବ କଂଗ୍ରେସ ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହେବ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଜୋ ଜିଲ୍ବାଇଡେନଙ୍କ Love Story: ଜୋ ଥର ପ୍ରପୋଜ୍ କଲା ପରେ ବିବାହ ପାଇଁ ରାଜି ହୋଇଥିଲେ ଜିଲ୍

ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି, ‘‘ବିଜେପି ବି ଚାଷୀଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେବା ସହ ରାଜ୍ୟର ମଣ୍ଡି ଅବ୍ୟବସ୍ଥାକୁ ସଂସଦରେ ଉତ୍ଥାପନ କରିବ । ଯେଉଁ ସମୟରେ ଚାଷୀ କ୍ଷେତରେ ରହିବା କଥା ଏବେ ସେ ମଣ୍ଡିରେ ପଡି ରହୁଛି । ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏ ପ୍ରସଙ୍ଗ ଉଠାଇବା ସହ ଆଇନ ଶୃଙ୍ଖଳା ଓ ରାଜ୍ୟର ଅନ୍ୟ ସ୍ବାର୍ଥସମ୍ବଳିତ ପ୍ରସଙ୍ଗକୁ ନେଇ ଶାସକ ଦଳର ଜବାବ ଲୋଡ଼ିବୁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମାସ, ଦେଶ, ସହର ପରେ ଘରକୁ ଫେରି ନିଜ କୁନି ଝିଅ ସହ ଖେଳୁଛନ୍ତି ଅଜିଙ୍କ୍ୟ ରହାଣେ

‘‘କୃଷି ଓ କୃଷକଙ୍କ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ତିନି ଦଳ ଏହାକୁ ପ୍ରମୁଖ ଅସ୍ତ୍ର କରିବା ସ୍ବାଭାବିକ । କିନ୍ତୁ ବଡ଼ କଥା ହେଉଛି ଉଭୟ ସଦନରେ ଅଲଗା ଅଲଗା ପ୍ରସଙ୍ଗକୁ ନେଇ ସ୍ବର ଉଠାଇବାକୁ ଦଳୀୟ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ଲୋକ ସଭାରେ ବିଜେଡ଼ିର ଏତେ ଗୁରୁତ୍ବ ରହୁ ନ ଥିଲେ ବି ସଂଖ୍ୟା ଦୃଷ୍ଟିରୁ ରାଜ୍ୟ ସଭାରେ ରହିଛି ଅନେକ ଗୁରୁତ୍ବ । ତେଣୁ ଉଭୟ ଗୃହରେ ଦଳ ଅଲଗା ଅଲଗା ଆଭିମୁଖ୍ୟ ଗ୍ରହଣ କରିବା ସହ ଚାଷୀ ଓ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇ ଦୃଷ୍ଟି ଆକର୍ଷଣ କରିବ,’’ କହିଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ ।



ଆସନ୍ତା ୨୯ ତାରିଖରୁ ପାର୍ଲିଆମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଦୁଇଟି ପର୍ଯ୍ୟାୟରେ ଚାଲିବ ଗୃହ । ଚାଷୀ ସମସ୍ୟାକୁ ନେଇ ସବୁ ଦଳ ପଲ୍ଲୀରୁ ଦିଲ୍ଲୀ ଯାଏ ସ୍ବର ଉଠାଉଥିବା ବେଳେ ଗୃହରେ ବି ଏହାକୁ ନେଇ ସରଗରମ ହେବ ଆଲୋଚନା ।
Published by: Anand Shankar Thankur Das
First published: January 27, 2021, 8:16 PM IST