News18 Odia Digital
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ କେବେ ହେବ ସେ ନେଇ ସ୍ଥିତି ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ରାଜ୍ୟର ପ୍ରମୁଖ ତିନି ଦଳ ସଜବାଜ ଆରମ୍ଭ କରିଦେଇଛନ୍ତି । ଏଥିରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଆଗୁଆ ରହିଛି । ଦଳ ପକ୍ଷରୁ ଆରମ୍ଭ ହୋଇଛି ପଞ୍ଚାୟତ ସ୍ତରରେ ସମରସଜ୍ଜା । ପଞ୍ଚାୟତ ସ୍ତରରୁ କର୍ମୀ ଓ ନେତାମାନଙ୍କୁ ବୈଠକରେ ଏକତ୍ରିତ କରି ପଢ଼ାଯାଉଛି ସାଙ୍ଗଠନିକ ପାଠ । ଲୋକଙ୍କ ସହ ଯୋଡ଼ି ହେବା ପାଇଁ ଦଳ ଆଗୁଆ ପ୍ରୟାସ ଆରମ୍ଭ କରିଦେଇଛି ।
ଶାସକ ଦଳ ବିଜେଡି ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ତୃଣମୂଳ ସ୍ତରରୁ ଲୋକଙ୍କ ସହ ଯୋଡ଼ି ରହିଛି ଓ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି କହିଛି । ନୂଆ ସାଙ୍ଗଠନିକ କଳେବରରେ ସଜେଇ ହୋଇଥିବା କଂଗ୍ରେସ ବି ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇ କରିଦେଇଛି ଓ ଯେକୌଣସି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି ଦାବି କରିଛି ।
ଏହା ବି ପଢ଼ନ୍ତୁ | Olympics Gold: ନୀରଜ ଚୋପ୍ରାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି କହିଥିଲେ, ‘‘ଭାରତର ସମ୍ମାନ ରକ୍ଷା କରି ଦେ…’’ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ତୃଣମୂଳ ସ୍ତରରେ ନେତା ଓ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଘନ ଘନ ବୈଠକ ଆୟୋଜନ କରୁଛି । ବିଜେପିର ରାଜ୍ୟ ମୁଖ୍ୟାଳୟରେ ଶନିବାର ଦିନ ଆୟୋଜିତ ଏକ ପଞ୍ଚାୟତ ନିର୍ବାଚନୀ ପ୍ରସ୍ତୁତି ବୈଠକରେ ଦଳର ଶହ ଶହ ପୁରୁଷ ଓ ମହିଳା କର୍ମୀ ଭାଗ ନେଇଥିଲେ । ଦଳ ଗଠନ କରିଥିବା ରାଜ୍ୟ ପଞ୍ଚାୟତରାଜ ସମିତି ପକ୍ଷରୁ ଆୟୋଜିତ ଏହି ପଞ୍ଚାୟତରାଜ କର୍ମଶାଳାରେ ମୁଖ୍ୟତଃ ଜିଲ୍ଲା ପରିଷଦର ନେତା ଓ କର୍ମୀମାନେ ଭାଗ ନେଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ‘‘ବିଶ୍ୱାସ କର, ମୁଁ କିଛି ବି ପିନ୍ଧିନି’: ଇନଷ୍ଟା LIVEରେ ନଗ୍ନ ହୋଇ ଲୋକଙ୍କୁ କହିଲେ ଗେହନା ବଶିଷ୍ଟବିଜେପିର ଏହି ରୁଦ୍ଧଦ୍ୱାର ବୈଠକରେ ଦଳର ପଞ୍ଚାୟତ ସ୍ତରର ନେତା ଓ କର୍ମୀଙ୍କୁ ପଢାଯାଇଥିଲା ପ୍ରାକ୍-ପଞ୍ଚାୟତ ନିର୍ବାଚନ ପାଠ । ବିଶେଷ କରି କେଉଁ କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ ହେବ, କେଉଁ ପ୍ରସଙ୍ଗକୁ ଲୋକଙ୍କୁ ବୁଝାଇବାକୁ ପଡ଼ିବ ଓ ବୁଥ୍ ସ୍ତରରେ ଦଳ କେମିତି ସଶକ୍ତ ହୋଇପାରିବ ସେ ନେଇ ଆଲୋଚନା ମାଧ୍ୟମରେ ଟିପ୍ସ ଦିଆଇଥିଲା । ପୂର୍ବତନ ପଞ୍ଚାୟରାଜ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମିଲ ହୋଇଥିଲେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ, ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର ଓ ଦଳର ପଞ୍ଚାୟତରାଜ କମିଟିର ରାଜ୍ୟ ସଂଯୋଜକ ଶଙ୍କର ପରିଡ଼ା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପଛରେ ଥିଲା ଏକ ବାଳକର କାର୍ଯ୍ୟ ଓ କୋର୍ଟର ନିଷ୍ପତ୍ତି‘‘ଆନୁଷ୍ଠାନିକ ଭାବେ ଏ ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍ ବାଜି ନାହିଁ । କିନ୍ତୁ ଆମେ ପ୍ରସ୍ତୁତ ଅଛୁ । ପଞ୍ଚାୟତ ଆମ ସାମ୍ବିଧାନିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ଏଥିରେ ଲୋକଙ୍କର ସର୍ବାଧିକ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଆମେ ନେତା ଓ କର୍ମୀଙ୍କୁ ଟିପ୍ସ ଦେଉଛୁ,’’ କହିଛନ୍ତି ଶଙ୍କର ପରିଡ଼ା ।
ଏହା ବି ପଢ଼ନ୍ତୁ | ପତ୍ନୀଙ୍କ ବୟସ ଯଦି ୧୫ ବର୍ଷରୁ ଅଧିକ, ତାହେଲେ ତାଙ୍କ ସହ ଯୌନ ସମ୍ପର୍କ ବଳାତ୍କାର ନୁହେଁ: କହିଲେ ଆହ୍ଲାବାଦ ହାଇ କୋର୍ଟକଂଗ୍ରେସର ମିଡ଼ିଆ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି, ‘‘ରାଜ୍ୟ କଂଗ୍ରେସର ଏବେ ନୂଆ କଳେବର ହୋଇଛି । ଦଳକୁ ଅଧିକ ସକ୍ରିୟ ଓ ସମ୍ବେଦନଶୀଳ କରିବା ପାଇଁ ପ୍ରୟାସ କରାଯାଇଛି । ଏ ପର୍ଯ୍ୟନ୍ତ ଛଅଟି ସାଙ୍ଗଠନିକ ଜିଲ୍ଲାରେ ଦଳର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଶେଷ ହୋଇଛି ଓ ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ପ୍ରକ୍ରିୟା ଚାଲୁ ରହିଛି । ଯେକୌଣସି ସମୟରେ ପଞ୍ଚାୟତ ନିର୍ବାଚନ ହେଲେ ଦଳ ସେଥି ପାଇଁ ପ୍ରସ୍ତୁତ ଅଛି ।’’
ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ କମିଲା; ପୁଣି ଥରେ ଆସିଲା ସୁନା କିଣିବା ସୁଯୋଗ; ରୂପା ଦାମ୍ ବି କମିଛିବିଜେଡ଼ି ବି ସମାନ ଦାବି କରି କହିଛି ଯେ ଦଳ ଲୋକଙ୍କ ସହ ଯୋଡ଼ି ହୋଇ ରହିଛି ଓ ଉନ୍ନୟନମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଉଛି ।
‘‘ଲୋକଙ୍କ ସହ ଯୋଡ଼ି ହେବା ପାଇଁ ପଞ୍ଚାୟତ ନିର୍ବାଚନ ଭଳି ତୃଣମୂଳ ସ୍ତରର ନିର୍ବାଚନରେ ସବୁ ଦଳ ପ୍ରୟାସ କରିବା ସ୍ୱାଭାବିକ । ଏହି ନିର୍ବାଚନର ସାଙ୍ଗଠନିକ ଦକ୍ଷତାକୁ ବଢ଼ାଏ ଓ ପରବର୍ତ୍ତୀ ସମୟରେ ଏହା ସାଧାରଣ ନିର୍ବାଚନରେ ପ୍ରତିଫଳିତ ବି ହୁଏ । ସେ ଦୃଷ୍ଟିରୁ ପଞ୍ଚାୟତ ନିର୍ବାଚନ ହେଉ ଅଥବା ପୌର ନିର୍ବାଚନ, ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଯୋଜନାବଦ୍ଧ ଭାବେ ଏହା ଉପରେ ନଜର ରଖିଥାନ୍ତି,’’ କହିଛନ୍ତି ରାଜନୈତିକ ସମୀକ୍ଷକ ଅକ୍ଷୟ କୁମାର ସାହୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।