ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାର୍ଥୀ ଖୋଜା କସରତ

ନଭେମ୍ବର ୨୯ ପୁର୍ବରୁ ଶେଷ ହେବ ଉପନିର୍ବାଚନ । ପୁର୍ବରୁ ପ୍ରାର୍ଥୀ ଖୋଜା ନେଇ ପାଦେ ଆଗୁଆ ଥିବା କଂଗ୍ରେସ ଟିକେ ଧିମେଇ ଯାଇଥିବା ପରି ଲାଗୁଛି । BJP ଓ BJD ଦୁଇଟି ଯାକ ସିଟ୍ ଜିତିବା ପାଇଁ ଲକ୍ଷ ରଖିଛନ୍ତି ।

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାର୍ଥୀ ଖୋଜା କସରତ
ସବୁ ଦଳ ପ୍ରାର୍ଥୀ ଖୋଜା ଆରମ୍ଭ କରିଛନ୍ତି ।
  • News18 Odia
  • Last Updated: September 10, 2020, 10:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଉପନିର୍ବାଚନକୁ ନେଇ ନିର୍ବାଚନ କମିଶନଙ୍କ ଠାରୁ ସଙ୍କେତ ମିଳିବା ପରେ ଆରମ୍ଭ ହୋଇଛି ପ୍ରାର୍ଥୀ ଖୋଜା କସରତ। କଂଗ୍ରେସର ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଚୁଡ଼ାନ୍ତ ପର୍ଯ୍ୟାୟରେ ଥିବା ବେଳେ ବାଲେଶ୍ବର ସଦର ପାଇଁ ଚର୍ଚ୍ଚାରେ ଥିବା ନବଜ୍ୟୋତି ପଟ୍ଟନାୟକ ଆଗ୍ରହୀ ନ ଥିବା କହିଛନ୍ତି । ବିଜେପି ଓ ବିଜେଡି ଦୁଇଟି ଯାକ ଆସନ ହାତେଇବା ଲକ୍ଷରେ ଆରମ୍ଭ କରିଛନ୍ତି ପ୍ରସ୍ତୁତି ।

ନଭେମ୍ବର ୨୯ ପୁର୍ବରୁ ଶେଷ ହେବ ଉପନିର୍ବାଚନ । ନିର୍ବାଚନ କମିଶନଙ୍କ ଗ୍ରୀନ୍‌ ସିଗନାଲ ମିଳିବା ପରେ ଜୋରଦାର ହୋଇଛି ପ୍ରାର୍ଥୀ ଖୋଜା କସରତ । ପୁର୍ବରୁ ପ୍ରାର୍ଥୀ ଖୋଜା ନେଇ ପାଦେ ଆଗୁଆ ଥିବା କଂଗ୍ରେସ ଟିକେ ଧିମେଇ ଯାଇଛି । ବାଲେଶ୍ଵର ସଦର ପାଇଁ ଦାୟିତ୍ୱରେ ଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବୟାନରୁ ଏଭଳି କିଛି ଆଭାସ ମିଳିଛି । କଂଗ୍ରେସରୁ ମାନବ ଦାସ ପଟ୍ଟନାୟକ ଓ ସଞ୍ଜୀବ ଗିରି ଆଶାୟୀ ଅଛନ୍ତି ।

ବିଜେପି ପକ୍ଷରୁ ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ ଲଢିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସ୍ୱର୍ଗତ ବିଧାୟକଙ୍କ ପୁଅ ମାନସ ଦତ୍ତଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।

ବିଜେଡି ପକ୍ଷରୁ ପ୍ରାର୍ଥୀତ୍ବ ନେଇ ସ୍ପଷ୍ଟ କରାଯାଇ ନ ଥିବା ବେଳେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଓ ଜୀବନ ପ୍ରଦୀପ ଦାସଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି ।

ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଚୁଡ଼ାନ୍ତ ହୋଇଥିବା ତାରା ପ୍ରସାଦ କହିଛନ୍ତି। ବିଜେପିରୁ ପ୍ରାର୍ଥୀତ୍ବ ପାଇଁ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇଙ୍କ ନାମ ଚର୍ଚ୍ଚାରେ ରହିଛି । ବିଜେଡି ପ୍ରାର୍ଥୀ ପାଇଁ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଦାସଙ୍କ ନାମ ଆଗରେ ରହିଛି । ବିଭୁ ତରାଇ ବିଜେପି ପକ୍ଷରୁ ଜଗତସିଂହପୁର ଲୋକସଭା କ୍ଷେତ୍ରରୁ ଲଢି ପରାସ୍ତ ହୋଇଥିବା ବେଳେ ତିର୍ତୋଲ ବିଧାନ ସଭା କ୍ଷେତ୍ରରୁ ପ୍ରାର୍ଥୀ ଭାବେ ତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି ।

ବିଜେଡି କହିଛି ଯେ ଅତୀତର ସବୁ ନିର୍ବାଚନରେ ପ୍ରମାଣିତ ହୋଇସାରିଛି ଯେ ପ୍ରତି ମୁହୂର୍ତ୍ତରେ ଯଦି ପରିବେଶ ଠିକ ଥାଏ ତେବେ ବିଜୁ ଜନତା ଦଳ ନିର୍ବାଚନ ସାମ୍ନା କରିବା ପାଇଁ ପ୍ରସ୍ତୁତ । ‘‘ଏହାର ଏକ ମାତ୍ର କାରଣ ବିଜୁ ଜନତା ଦଳ ଜନ ସାଧାରଣ ସହ ଅଛି । ଅତୀତରେ ଯେଉଁ ନିର୍ବାଚନ ମଣ୍ଡଳୀରେ ଯିଏ ଥିଲେ ପରବର୍ତ୍ତୀ ସମୟରେ ସିଏ ଅଛନ୍ତି କି? ଆଶା କରୁଛୁ ଦୁଇଟି ଯାକ ନିର୍ବାଚନ ମଣ୍ଡଳୀକୁ ବିଜୁ ଜନତା ଦଳ ହାତେଇବ,’’ କହିଛନ୍ତି ବିଜେଡି ସାଧାରଣ ସମ୍ପାଦକ ଶଶୀ ଭୂଷଣ ବେହେରା ।

ଏହା ବି ପଢ଼ନ୍ତୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ଏହା ବି ପଢ଼ନ୍ତୁଆଜି ବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟ

ବିଜେପି ଦୁଇଟି ଯାକ ଆସନ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ ଆରମ୍ଭ କରିସାରିଛି । ଖୁବ ଶୀଘ୍ର ଦଳ ପ୍ରାଥୀ ଘୋଷଣା କରିବ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।



ନଭେମ୍ବର ୨୯ ପୂର୍ବରୁ ହେବ ଦେଶରେ ଖାଲି ପଡ଼ିଥିବା ଗୋଟିଏ ଲୋକସଭା ଓ ୬୪ଟି ବିଧାନ ସଭାରେ ଉପନିର୍ବାଚନ । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡ଼ାଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ସବିଶେଷ ତାରିଖ ଓ ସୂଚୀ ଆସନ୍ତା କିଛି ଦିନରେ ଘୋଷଣା କରାଯାଇପାରେ ।
Published by: Anand Shankar Thankur Das
First published: September 10, 2020, 10:39 PM IST
corona virus btn
corona virus btn
Loading