ଉପନିର୍ବାଚନ: ତିର୍ତ୍ତୋଲରେ ସରଗରମ ହେଲା ପ୍ରଚାର; ଜୋରଦାର୍ ହେବ EVMରେ ଟକ୍କର

ସବୁ ଦଳ ପକ୍ଷରୁ ତିର୍ତ୍ତୋଲରେ ଲଗାତର ଆୟୋଜିତ ହେଉଛି ରୋଡ଼ ସୋ, ଜନ ସଭା, ଶୋଭାଯାତ୍ରା, ବାଇକ୍ ରାଲି ଓ କର୍ମୀ ସମିଳନୀ । ଭୁବନେଶ୍ୱରରୁ ନେତାଙ୍କ ସୁଅ ଛୁଟୁଛି । ପତଳା ଶୀତ ଭିତରେ ନିର୍ବାଚନୀ ପରିବେଶ ଭରିଛି ଉଷ୍ମତା ।

ଉପନିର୍ବାଚନ: ତିର୍ତ୍ତୋଲରେ ସରଗରମ ହେଲା ପ୍ରଚାର; ଜୋରଦାର୍ ହେବ EVMରେ ଟକ୍କର
ତିର୍ତ୍ତୋଲରେ ଏକ ବିଜେଡି ଜନ ସଭାରେ ଉପସ୍ଥିତ ଭୋଟର୍
  • News18 Odia
  • Last Updated: October 30, 2020, 8:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ତିର୍ତ୍ତୋଲ: ବିଧାନ ସଭା ଉପନିର୍ବାଚନ ଚାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର ପ୍ରଚାର ସେତିକି ଜୋରଦାର ହେଉଛି ‌। ପତଳା ଶୀତ ଭିତରେ ତିର୍ତ୍ତୋଲର ରାଜନୈତିକ ପରିବେଶ ତାତି ଉଠିଛି । ଉପନିର୍ବାଚନ ପାଇଁ ତିର୍ତ୍ତୋଲ ବନିଛି ମିନି କ୍ୟାପିଟାଲ୍‌ ।

ତିର୍ତ୍ତୋଲରେ କଂଗ୍ରେସ ଦଳ ଏଥର ଭଲ ପ୍ରାର୍ଥୀ ଦେଇ ପ୍ରଚାର କାର୍ଯ୍ୟରେ ଆଗରେ ରହିଛି ବୋଲି କହିଛନ୍ତି ଦଳର ନେତାମାନେ । ବିଜେପିର ନେତାମାନେ କହୁଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣ ଯୋଜନା ଯୋଗୁଁ ନରେନ୍ଦ୍ର ମୋଦିଙ୍କ ପ୍ରତି ତଥା ବିଜେପି ପ୍ରତି ଲୋକେ ଅଧିକ ଆକୃଷ୍ଟ ହେଉଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳ ବିଜେଡିର ପ୍ରାକ୍ଥୀମାନଙ୍କ ପାଇଁ ଭର୍ଚ୍ଚୁଆଲ ରାଲି କରିବା ପରେ ବିଜେଡି କର୍ମୀଙ୍କ ଜୋଶ୍‌ ଅନେକ ଗୁଣ ବଢ଼ିଛି ।

କଂଗ୍ରେସ ନେତା ସୁରେଶ ରାଉତରାୟ ପ୍ରଚାର କରୁଛନ୍ତି ।


ତିର୍ତ୍ତୋଲରେ ଚାଲିଛି ରୋଡ଼ ସୋ, ସଭା ଓ ଶୋଭାଯାତ୍ରା । ତା’ ସହ ବାଇକ ରାଲି ଓ କର୍ମୀ ସମିଳନୀ ବି ସବୁ ଦଳ ପକ୍ଷରୁ ଆୟୋଜିତ ହେଉଛି । ଭୁବନେଶ୍ୱରରୁ ନେତାଙ୍କ ସୁଅ ଛୁଟୁଛି । ବିଜେଡି, ବିଜେପି ଓ କଂଗ୍ରେସ ଭିତରେ ଚାଲିଛି ବଡ଼ କସରତ । ମୁଖ୍ୟ ମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ରାଲି କରିବା ପରେ ସରକାରୀ ଯୋଜନାର ସଫଳ ରୂପାୟନ ଓ ବିକାଶ ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯାଉଛି ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ | ନିଜ ପିଠିକୁ JCB ମାଟି ଖୋଳା ମେସିନରେ କୁଣ୍ଡାଇଲେ ଏହି ବ୍ୟକ୍ତି; VIDEO ଆପଣଙ୍କୁ ଚକିତ କରିବ!

ଝଙ୍କଡ଼ ସାରଳାରେ ଅତନୁ ସବ୍ୟସାଚୀ, ବିରିଡିରେ ଅରୁଣ ଓ ରଘୁନାଥପୁରରେ ସଞ୍ଜୟ ଦାସ ବର୍ମା ଦଳର ଦାୟିତ୍ୱ ବହନ କରି ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ସଞ୍ଜୟଙ୍କ ସହ ସାଂସଦ ରାଜଶ୍ରୀ ମଲ୍ଲିକ ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ନେଇ ଜଇପୁରରେ ଏକ ବିରାଟ ରାଲି କରିବା ସହ ଭୋଟ ଭିକ୍ଷା କଟିଛନ୍ତି । ମନ୍ତ୍ରୀ ଅରୁଣ ସାହୁ ଓ ରଘୁନନ୍ଦନ ଦାସ ବିରିଡ଼ି ବ୍ଲକର ହାଜିପୁର, ମଙ୍ଗୁଲି ବାଇସିମୌଜାର ବିଭିନ୍ନ ପଞ୍ଚାୟତରେ କର୍ମୀ ସମାବେଶରେ ଯୋଗ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଜନ ସଭାକୁ ସମ୍ବୋଧିତ କରୁଛନ୍ତି ।


‘‘ମୁଖ୍ୟ ମନ୍ତ୍ରୀ ଭର୍ଚ୍ଚୁଆଲ ରାଲି କରି ସାଧାରଣ ଲୋକଙ୍କ ପାଇଁ ଉଦବୋଧନ ଦେବା ବିଜେଡି ପାଇଁ ଯଥେଷ୍ଟ। ଏଥିରେ ଲୋକେ ଅଧିକ ଉତ୍ସାହିତ ହୋଇଛନ୍ତି,’’ କହିଛନ୍ତି ବରିଷ୍ଠ ନେତା ଅରୁଣ ସାହୁ ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ାମୀ, ଉଦ୍ଧାର କରାଗଲା

କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରାଙ୍କ ସହିତ ନେତ୍ରୀ ବନ୍ଦିତା ପରିଡ଼ା ପ୍ରାର୍ଥୀ ହିମାଂଶୁ ଭୁଷଣ ମଲ୍ଲିକଙ୍କ ସହିତ ବିରିଡ଼ି ବ୍ଲକର ବାଲିଆ, ଗୋପିନାଥପୁର ଓ ତଳପାଟକ ଆଦି ଗାଁ ବୁଲି ଭୋଟରମାନଙ୍କୁ ଭେଟିଛନ୍ତି। ରଘୁନାଥପୁର ବ୍ଲକରେ ଗାଁଗାଁ ବୁଲି ଭୋଟରଙ୍କ ପାଖରେ ପହଞ୍ଚି ଭୋଟ ମାଗିଛନ୍ତି ସୁରେଶ ରାଉତରାୟ ଓ ସସ୍ମିତା ବେହେରା। ତିର୍ତ୍ତୋଲ ବ୍ଲକର ପଟିଲୋରେ କର୍ମୀ ସମିଳନୀ କରି କର୍ମୀଙ୍କ ମନୋବଳ ବଢ଼ାଇଥିଲେ ସାଂସଦ ସପ୍ତଗିରି ଉଲାକା, ଚିରଞ୍ଜୀବି ବିଶ୍ୱାଳ ଓ ସତ୍ୟ ନାୟକ ।

‘‘ବିଜେଡି ସରକାର କୋଡ଼ିଏ ବର୍ଷ ଭିତରେ ଲୋକମାନଙ୍କ ସହ ପ୍ରତାରଣା କରିଛନ୍ତି । ଏଥର କଂଗ୍ରେସ ଦଳ ପକ୍ଷରୁ ଜଣେ ଯୁବ ସମାଜସେବୀଙ୍କୁ ପ୍ରାର୍ଥୀ କରାଯାଇଛି । ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଛି,’’ କହିଛନ୍ତି କଂଗ୍ରେସ ନେତା ଗଣେଶ୍ୱର ବେହେରା ।



ବିଜେପି କେନ୍ଦ୍ରର ସଫଳତା କଥା ଦୋହରାଉଛି । ‘‘ସରକାର ସାଧାରଣ ଲୋକଙ୍କ ସହିତ ରହିଛି । ସ୍ବଚ୍ଛ ଭାରତରେ ପାଇଖାନା ଠାରୁ ଆରମ୍ଭ କରି ଉଜ୍ଜଳା ଯୋଜନା ମାଧ୍ୟମରେ ଅନେକ ଲୋକ ଉପକୃତ ହେଉଛନ୍ତି । ସାଧାରଣ ଭାବେ ବିଜେପି ତଥା ନରେନ୍ଦ୍ର ମୋଦିଙ୍କ ପ୍ରତି ଅମାପ ଜନ ସମର୍ଥନ ରହିଛି । ତେଣୁ ବିଜେପି ଏଥର ବିଜୟୀ ହେବ,’’ କହିଛନ୍ତି ଦଳର ନେତା ତଥା ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ । ସେ ରଘୁନାଥପୁର ବ୍ଲକର ତରିକୁନ୍ଦ ଠାରେ ଏକ ଦଳୀୟ ସମାବେଶରେ ଯୋଗ ଦେଇଥିଲେ ।
Published by: Anand Shankar Thankur Das
First published: October 30, 2020, 8:48 PM IST
corona virus btn
corona virus btn
Loading