ଜିଲ୍ଲା ପରିଷଦ ନିର୍ବାଚନ: ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଲମ୍ବା ଥିବାରୁ ସବୁ ଦଳର ନେତାମାନେ ଚିନ୍ତାରେ

Odisha parties see long lists of ticket hopefuls for district parishad polls | ଶାସକ ବିଜେଡି ଟିକେଟ୍ ପାଇବା ପାଇଁ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ବିଜେପିର ବି ରହିଛି ଲମ୍ବା ତାଲିକା । ସବୁ ଦଳ ଆଶାୟୀଙ୍କ ବିଜୟ ସମ୍ଭାବନାକୁ ଗୁରୁତ୍ୱ ଦେଉଥିବା କଥା କହୁଛନ୍ତି, ହେଲେ ଚୟନର ଆଧାର ଭିନ୍ନ ଭିନ୍ନ ରହିଛି ।

ଉଭୟ ବିଜେଡି ଓ ବିଜେପିରେ ଆଶାୟୀଙ୍କ ସଂଖ୍ୟା ଅଧିକ ଅଛି ।

ଉଭୟ ବିଜେଡି ଓ ବିଜେପିରେ ଆଶାୟୀଙ୍କ ସଂଖ୍ୟା ଅଧିକ ଅଛି ।

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନକୁ ନେଇ କସରତ ଆରମ୍ଭ ହୋଇଯାଇଛି । ସବୁ ଦଳରେ ଏକାଧିକ ଯୋଗ୍ୟ ଆଶାୟୀ ପ୍ରାର୍ଥୀ ଥିବାରୁ ଚିନ୍ତାରେ ପଡ଼ିଛନ୍ତି ଦଳଗୁଡ଼ିକର ନେତୄବୃନ୍ଦ । ପ୍ରାର୍ଥୀ ଚୟନକୁ ନେଇ କିଛି ଦଳରେ ମନୋମାଳିନ୍ୟ ବି ଦେଖାଦେଲାଣି ।

ଆଗକୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ଏକ ଏସିଡ୍‌ ଟେଷ୍ଟ ସଦୄଶ ଥିବାରୁ ସବୁ ଦିଗକୁ ବିଚାର କରି ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନ କରୁଛନ୍ତି । ହେଲେ ଆଶାୟୀମାନଙ୍କ ତାଲିକା ଲମ୍ବୁଥିବାରୁ ଚୟନ ପାଇଁ ନେତାମାନଙ୍କ ଟେନସନ୍‌ ବଢୁଛି । ଶାସକ ବିଜେଡି ଟିକେଟ୍‌ ପାଇବା ପାଇଁ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ବିଜେପିର ବି ରହିଛି ଲମ୍ବା ତାଲିକା । କଂଗ୍ରେସରେ ଟିକେ ଆଶାୟୀଙ୍କ ସଂଖ୍ୟା କମ୍‌ । ସବୁ ଦଳ ପ୍ରାର୍ଥୀତ୍ବ ମାପଦଣ୍ଡରେ ବିଜୟ ସମ୍ଭାବନାକୁ ଗୁରୁତ୍ୱ ଦେଉଥିବା କଥା କହୁଛନ୍ତି, ହେଲେ ଚୟନର ଆଧାର ଭିନ୍ନ ଭିନ୍ନ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିକାନୀର୍ ଏକ୍ସପ୍ରେସ୍ଟ୍ରେନ୍ଦୁର୍ଘଟଣାଗ୍ରସ୍ତ ହେଲା; ଜଣ ଯାତ୍ରୀଙ୍କର ମୃତ୍ୟୁ; ୬୦ରୁ ଅଧିକ ଆହତ

ବିଜେଡି କହିଛି ତୄଣମୂଳ ସ୍ତରର ମତାମତ ଆଧାରରେ ପ୍ରାର୍ଥୀ ଚୟନ ହେବ । ବିଜେପି କହିଛି ଜିଲ୍ଲା ପ୍ରଭାରୀଙ୍କ ତାଲିକା ଆଧାରରେ ରାଜ୍ୟସ୍ତରୀୟ କମିଟି ପ୍ରାର୍ଥୀ ଚୟନ କରିବ । କଂଗ୍ରେସ କହିଛି ଯୋଗ୍ୟ ଓ ଶିକ୍ଷିତ ବ୍ୟକ୍ତିଙ୍କୁ ଦଳ ପ୍ରାର୍ଥୀ କରିବ ।

କଂଗ୍ରେସ ‘‘ସ୍ବଚ୍ଛ ଓ ଶିକ୍ଷିତ’’ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବ ବୋଲି କହିଛି ।


‘‘ପ୍ରାର୍ଥୀ ଚୟନ ନେଇ ବିଜେଡିରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁ ଅଞ୍ଚଳର ଲୋକଙ୍କୁ ନେଇ ଗୃପ୍‌ ହୋଇଛି । ଯାହାର ବିଜୟ ସମ୍ଭାବନା ରହିଛି ତା’ ନାମକୁ ସୁପାରିଶ କରାଯାଉଛି । ଗୃପ୍‌ ଯାହାକୁ ଚୟନ କରିବ ତାକୁ ଆମେ ପ୍ରାର୍ଥୀ ଭାବେ ଗ୍ରହଣ କରିବୁ ଓ ତାକୁ ବିଜୟୀ କରିବା ପାଇଁ ଉଦ୍ୟମ କରିବୁ । ବିଜେଡି ସପକ୍ଷରେ ଅଧିକ ଜନମତ ରହିଛି ଓ ଦଳରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ । ଶୀର୍ଷ ନେତୄତ୍ବ ଯାହା ନିଷ୍ପତ୍ତି ନେବ ତାକୁ ସମସ୍ତେ ଗ୍ରହଣ କରିବେ,’’ କହିଛନ୍ତି ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ।

ଏହା ବି ପଢ଼ନ୍ତୁ | ଏହି ପେନ୍ସନ୍ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍‌; ଜାଣନ୍ତୁ ସବୁ କିଛି

ସେ ମାନିଛନ୍ତି ଯେ ଦଳରେ କିଛି ମନୋମାଳିନ୍ୟ ରହିଛି । ‘‘ଗୋଟିଏ ପରିବାର ରେ ଅଧିକ ସଦସ୍ୟ ରହିଲେ ମନୋମାଳିନ୍ୟ ହୋଇଥାଏ । ତାକୁ ସମ୍ପୂର୍ଣ୍ଣ ଭାବେ ଦୂର କରି ଓଡ଼ିଶା ବାସୀଙ୍କୁ ସେବା ଯୋଗାଇବା ପାଇଁ ଫୁଲ୍‌ ଦମରେ ବିଜୁ ଜନତା ଦଳ ଲଢି଼ବ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | Omicron: ‘ଆସନ୍ତା ସପ୍ତାହରେ ଦେଶରେ ଭୟାବହ ସ୍ଥିତି ଆଣିପାରେ କରୋନା’, କହିଲେ ବିଶେଷଜ୍ଞ

‘‘ବିଜୁ ଜନତା ଦଳର ଏକ ସ୍ବତନ୍ତ୍ର ଷ୍ଟ୍ରାଟେଜି ରହିଛି । ଦଳର ଏକ ନୀତି, ଆଦର୍ଶ ଓ ବିଚାରଧାରା ରହିଛି। ବିକାଶ ଏଜେଣ୍ଡା ନେଇ କାମ କରୁଛି ଦଳ । ଦୁଇ ଜାତୀୟ ରାଜନୈତିକ ଦଳଙ୍କ ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଥିବା ଓଡ଼ିଶାବାସୀ ଜାଣୁଛନ୍ତି । ଜନମତ ତାଙ୍କ ସହିତ ନାହିଁ । ଲୋକେ ନିଷ୍ପତ୍ତି ନେଇ ସାରିଛନ୍ତି ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ସମର୍ଥନ ଦେବେ ବୋଲି,’’ କହିଛନ୍ତି ତ୍ରିପାଠୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ

ବିଜେପି ସାଧାରଣ ସମ୍ପାଦକ ପୄଥୀରାଜ ହରିଚନ୍ଦନ କହିଛନ୍ତି ଯେ ପଦ୍ମ ଦଳ ନିର୍ବାଚନ ମଣ୍ଡଳୀ ସ୍ତରରେ ଅବଜରଭର୍‌ ନିଯୁକ୍ତ କରିସାରିଛି । ‘‘ସେମାନେ ତାଙ୍କ କାମ ଆରମ୍ଭ କରିଛନ୍ତି । ପ୍ରତି ଜିଲ୍ଲା ପରିଷଦ ଜୋନରେ ବୈଠକ ହୋଇଛି । ଜିଲ୍ଲା ପ୍ରଭାରୀମାନେ ତାଲିକା ଦେବେ । ଆସନ୍ତା ୧୬ ତାରିଖ ସୁଦ୍ଧା ତାଲିକା ପ୍ରକାଶ ପାଇବ । ପ୍ରତି ଜୋନ୍‌ ଦୁଇରୁ ତିନି ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପଠାଇବ । ତା’ରି ଉପରେ ନିଷ୍ପତ୍ତି ହୋଇ ଅନ୍ତିମ ତାଲିକା ବାହାରିବ । ବିଜୟ ସମ୍ଭାବନାକୁ ପ୍ରାଥମିକତା ଦିଆଯିବ । ସଂପୃକ୍ତ ଜିଲ୍ଲା ପରିଷଦ ଜୋନର ପ୍ରମୁଖ ନେତାମାନଙ୍କ ସହ ଆଲୋଚନା ହେବ । ବିଭିନ୍ନ ଜାଗାରେ ବୈଠକ ଚାଲିଛି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

‘‘ସ୍ବଚ୍ଛ ଓ ଶିକ୍ଷିତ ପ୍ରାର୍ଥୀଙ୍କୁ କଂଗ୍ରେସ ଗୁରୁତ୍ୱ ଦେବ । ଆମର ପ୍ରାର୍ଥୀ ଚୟନ ଚୁଡ଼ାନ୍ତ ପ୍ରକ୍ରିୟାରେ ପହଞ୍ଚି ଗଲାଣି । ଅନେକ ନିର୍ବାଚନ ମଣ୍ଡଳୀରେ ସରିଗଲାଣି । ସଂରକ୍ଷଣରେ ହୋଇଥିବା ଟାଳଟୁଳ ନୀତି ଶାସକ ଦଳକୁ ସୁହାଉଛି । ହେଲେ ସାମାଜିକ ସ୍ଥିତି ଆଧାରରେ କଂଗ୍ରେସ ବହୁତ ଭଲ ପ୍ରାର୍ଥୀ ଦେଉଛି । ଯେଉଁମାନେ ନିଷ୍ଠାବାନ, ଦକ୍ଷ, ଶିକ୍ଷିତ ଓ ସମାଜର ସେବା କରିବେ ସେମାନଙ୍କୁ କଂଗ୍ରେସ ପ୍ରାର୍ଥୀ କରୁଛି । ଏହି ପ୍ରାର୍ଥୀମାନେ ଭବିଷ୍ୟତରେ ଓଡି଼ଶା ବିକାଶରେ ସହାୟକ ହେବେ,’’ କହିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

ଦଳ ଡେଉଁଥିବା ନେତାମାନଙ୍କ ଭାଗ୍ୟ ପରୀକ୍ଷା ବି ଏହି ନିର୍ବାଚନର ପ୍ରାର୍ଥୀ ଚୟନରେ ହେବ । ସେମାନେ ନିଜ ନୂଆ ଦଳକୁ କେତେ ଫାଇଦା ଦେଉଛନ୍ତି ଓ ସେମାନଙ୍କ ସମର୍ଥକମାନେ ସେମାନଙ୍କ ସହିତ ନୂଆ ଦଳକୁ ଆସିଛନ୍ତି ନା ନାହିଁ ତାକୁ ନୂଆ ଦଳର ଶୀର୍ଷ ନେତୄତ୍ୟ ଅନୁଧ୍ୟାନ କରୁଛି । ଏହି ନିର୍ବାଚନର ଫଳାଫଳ ଉପରେ ଦଳ-ଡିଆଁ ନେତାମାନଙ୍କ ଭବିଷ୍ୟତ ନିର୍ଭର କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
Published by:Anand S.T. Das
First published: