• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ପଞ୍ଚାୟତ ନିର୍ବାଚନ: ବିଜେଡି ଓ ବିଜେପି ମଧ୍ୟରେ ହେବ ଲଢ଼େଇ; ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବ କଂଗ୍ରେସ

ପଞ୍ଚାୟତ ନିର୍ବାଚନ: ବିଜେଡି ଓ ବିଜେପି ମଧ୍ୟରେ ହେବ ଲଢ଼େଇ; ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବ କଂଗ୍ରେସ

କଂଗ୍ରେସ ଭୋଟ ବିଜେପିରେ ଆଡ଼ଜେଷ୍ଟ ହୋଇଥିବାରୁ ବିଜେଡି ଆଉ ବିଜେପି ଭିତରେ ଲଢ଼େଇ ହେବ ଓ ବିଜେଡି ୮୦୦ରୁ ଅଧିକ ଜିଲ୍ଲା ପରିଷଦ ଜୋନରେ ବାଜିମାତ କରିବ। ପ୍ରାର୍ଥୀ ନଥିବା ୧୬ଟି ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବ କଂଗ୍ରେସ।

ପଞ୍ଚାୟତ ନିର୍ବାଚନରେ ପରସ୍ପରକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ବିଜେଡି ଓ ବିଜେପି

ପଞ୍ଚାୟତ ନିର୍ବାଚନରେ ପରସ୍ପରକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ବିଜେଡି ଓ ବିଜେପି

  • Share this:
News18 Odia Digital

ଭୁବନେଶ୍ବର: ଜିଲ୍ଲା ପରିଷଦ ପାଇଁ ଜୋର ଦାର ଲଢ଼େଇ। ମୈଇଦାନରେ ମାହୋଲ ସରଗରମ ହେଲାଣି। ଏପଟେ ରାଜଧାନୀରେ ବି ଚାଲିଛି ଅଙ୍କ କଷା। ମୋଟ ସିଟ୍ ୮୫୩ରୁ ମୈଇଦାନରେ ୩ ହଜାର ୪୦୭ ପ୍ରାର୍ଥୀ ଅଛନ୍ତି । ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକା ପ୍ରକାଶ କରିଛନ୍ତି କମିଶନ। ଚୁଡାନ୍ତ ତାଲିକାରେ ୮୫୧ ସିଟରେ ବିଜେଡି ପାର୍ଥି ଥିବା ବେଳେ।

୮୪୮ ସିଟରେ ବିଜେପି ପ୍ରାର୍ଥୀ ଓ ୮୩୬ ସିଟରେ କଂଗ୍ରେସ ପ୍ରାର୍ଥୀ ରହିଛନ୍ତି। ସେହିପରି ବିଏସପିରୁ ୧୫୯, ସିପିଆଇ ୩୮, ସିପିଆଇଏମ ୭୨, ଆମ ଆଦମୀ ପାର୍ଟିରୁ ୩୨, ଏଜେଏସୟୁ ୧୨, ଜେଏମଏମ ୪୭ ଓ ଅନ୍ୟ ଦଳରୁ ରହିଛନ୍ତି ୨୧୪ ପ୍ରାର୍ଥୀ। ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଇଦାନକୁ ଅବତୀର୍ଣ୍ଣ ହୋଇଛନ୍ତି ୨୯୮।

ମୋଟ ୮୫୩ ଜିଲ୍ଲା ପରିଷଦ ଜୋନରୁ ବିଜେଡି ପ୍ରାର୍ଥୀ ବରଗଡ଼ ଅମ୍ଭାବନା ସିଟରେ ନିର୍ବାଚିତ ହୋଇଥିବା ବେଳେ କୋଟିଆରେ ସର୍ବସମ୍ମତି କ୍ରମେ ରହିଛନ୍ତି ଜଣେ ପ୍ରାର୍ଥୀ। ତିନି ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ପରେ ବିଜେପି ୮୪୮ ସିଟରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୧୬ ସ୍ଥାନରେ ନାହାଁନ୍ତି କଂଗ୍ରେସ ଦଳୀୟ ପ୍ରାର୍ଥୀ। ବିଭିନ୍ନ ଦଳରୁ ଏକାଧିକ ଆଶାୟୀ ଥିବା ବେଳେ ସମସ୍ତଙ୍କୁ ମନେଇ ରଣ କ୍ଷେତ୍ରକୁ ଓହ୍ଲାଇଛନ୍ତି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ।

ଏହା ସତ୍ତ୍ବେ ବି ୨୯୮ ସ୍ଵାଧୀନ ମୈଇଦାନକୁ ଆସିବା ଅନ୍ୟମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ତେବେ ପ୍ରଶ୍ନ ଉଠୁଛି ଏମାନେ ସ୍ୱାଧୀନ ଭାବେ ଅବତୀର୍ଣ୍ଣ ହୋଇଛନ୍ତି ନା ଟିକେଟ ନପାଇବାରୁ ବିଭିନ୍ନ ଦଳର ବିଦ୍ରୋହି ପ୍ରାର୍ଥୀ ସେମାନଙ୍କ ସମର୍ଥକଙ୍କୁ ସ୍ୱାଧୀନ ଭାବେ ଅବତୀର୍ଣ୍ଣ କରାଇଛନ୍ତି।

ବିଜେଡି ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି,"ବିଜେଡିରେ କୌଣସି ଅସନ୍ତୁଷ୍ଟ ନାହାଁନ୍ତି। ୮୦୦ରୁ ଅଧିକ ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ଜିତିବେ। ବରଗଡ଼ ଅମ୍ଭାବନାରେ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ଏହାର ନମୁନା। କଂଗ୍ରେସ ଭୋଟ ବିଜେପିରେ ଆଡ଼ଜେଷ୍ଟ ହୋଇଥିବାରୁ ବିଜେଡି ଆଉ ବିଜେପି ଭିତରେ ଲଢ଼େଇ ହେବ ଓ ବିଜେଡି ବାଜିମାତ କରିବ। ଲୋକେ ବିଜେଡି ସହିତ ଅଛନ୍ତି। ସ୍ୱାଧୀନ ପ୍ରାର୍ଥୀ କୌଣସି ବିପଦ ସୃଷ୍ଟି କରିବେନି। ୪୦ ପ୍ରତିଶତ ଓ.ବି.ସି. ପ୍ରାର୍ଥୀ ଦେବା ନେଇ ଦଳ ଘୋଷଣା କରିଥିବା ବେଳେ ପ୍ରାୟ ଦଳ ପ୍ରାୟ ୪୮ ପ୍ରତିଶତ ପ୍ରାର୍ଥୀ ଦେଇଛି।’’

ସେପଟେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, "ଭାରତୀୟ ଜନତା ପାର୍ଟି ପୂର୍ଵ ନିର୍ବାଚନରେ ତୃତୀୟରୁ ଦ୍ଵିତୀୟକୁ ଆସିଥିଲା, ଚଳିତ ନିର୍ବାଚନରେ ଦ୍ଵିତୀୟରୁ ପ୍ରଥମକୁ ଆସିବ। ପ୍ରମିଳା ମଲ୍ଲିକ ଯାହା କହିଥିଲେ ତାହା ତର୍ଜମା କରି ଦେଖନ୍ତୁ। ସେମାନେ ରାଜ୍ୟବାସୀଙ୍କ ସେବା କରିନାହାଁନ୍ତି କି ଓ.ବି.ସି.ଙ୍କୁ ନ୍ୟାୟ ପ୍ରଦାନ କରିନାହାନ୍ତି, ସେ ଉତ୍ତର ତାଙ୍କୁ ଦେବାକୁ ପଡ଼ିବ। ଆମର କୌଣସି ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ନାହାଁନ୍ତି, ଯେଉଁମାନେ ଥିଲେ ସମସ୍ତେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିସାରିଛନ୍ତି। ଯେଉଁମାନେ ଅଛନ୍ତି ସେମାନେ ବିଜୁ ଜନତା ଦଳର ପ୍ରାର୍ଥୀ। ତେଣୁ ସ୍ୱାଧୀନ ପ୍ରାର୍ଥୀ ଲାଗି ଯାହା କ୍ଷତି ହେବ ବିଜେଡିର ହେବ ଆମର କୌଣସି କ୍ଷତି ହେବ ନାହିଁ।’’

ସେହିପରି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ‘‘ରାଜ୍ୟରେ କଂଗ୍ରେସ ୧୬ଟି ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇନଥିବା ର୍ଦୁଭାଗ୍ୟଜନକ। ତେବେ ସେ ସ୍ଥାନରେ ଦଳୀୟ ଚିହ୍ନ ନ ଥିଲେ ମଧ୍ୟ ସ୍ୱାଧୀନ ଟାଣୁଆ ପ୍ରାର୍ଥୀ ବାଛି ସମର୍ଥନ ଦେବୁ ଓ ସେହି ସ୍ଥାନରେ ନିର୍ବାଚନରେ ରହିବୁ। ଯେଉଁ ସ୍ଥାନରେ ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥୀମାନେ ଅଛନ୍ତି ସେଠି ଦଳର ପ୍ରାର୍ଥୀ ଉପରେ ପ୍ରଭାବ ପଡ଼ିବ ନାହିଁ। ତେବେ ପୂର୍ବ ନିର୍ବାଚନ ତୁଳନାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ।’’
Published by:Lipina Das
First published: