ପଞ୍ଚାୟତ ନିର୍ବାଚନ: ଦ୍ବିତୀୟ ଦିନରେ ୧୦, ୭୩୪ ୱାର୍ଡ଼ ମେମ୍ବର ଦାଖଲ କରିଛନ୍ତି ନାମାଙ୍କନପତ୍ର

ପ୍ରାର୍ଥୀପତ୍ର ଦାଖଲର ଦୁଇ ଦିନ ହୋଇଥିଲେ ବି ତିନି ଦଳରେ ଅଙ୍କ କଷା ଚାଲିଛି। ପ୍ରଥମ ଦିନରେ ନାମାଙ୍କନ ଭରିଥିଲେ ମୋଟ ୮,୭୭୨ ଆଶାୟୀ। ସେଥିରୁ ମାତ୍ର ୨୨ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ଭରିଥିଲେ।

ଦ୍ବିତୀୟ ଦିନରେ ୧୦, ୭୩୪ ୱାର୍ଡ଼ ମେମ୍ବର ଦାଖଲ କରିଛନ୍ତି ନାମାଙ୍କନପତ୍ର

ଦ୍ବିତୀୟ ଦିନରେ ୧୦, ୭୩୪ ୱାର୍ଡ଼ ମେମ୍ବର ଦାଖଲ କରିଛନ୍ତି ନାମାଙ୍କନପତ୍ର

  • Share this:
News18 Odia Digital

ଭୁବନେଶ୍ବର: ପ୍ରାର୍ଥୀପତ୍ର ଦାଖଲର ଦିତୀୟ ଦିନରେ ବିଭିନ୍ନ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଗହଳିଚହଳି। କୋଭିଡ କଟକଣା ଯୋଗୁଁ କିଛି ହାତ ଗଣତି ସମର୍ଥକଙ୍କୁ ଧରି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ୱାର୍ଡ଼ ମେମ୍ବର୍, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ। ୨୧ ତାରିଖ ପ୍ରାର୍ଥୀପତ୍ର ଦାଖଲ ଶେଷ ଦିନ ଥିଲେ ବି ଏପର୍ଯ୍ୟନ୍ତ ଜିଲ୍ଲା ପରିଷଦ ଟିକେଟକୁ ନେଇ ତିନି ଦଳରେ ଅଙ୍କ ଛିଡୁନି। ସବୁ ଦଳରେ କଣ୍ଟା ସାଜିଛନ୍ତି ଏକାଧିକ ଆଶାୟୀ।

ପ୍ରାର୍ଥୀପତ୍ର ଦାଖଲର ଦୁଇ ଦିନ ହୋଇଥିଲେ ବି ତିନି ଦଳରେ ଅଙ୍କ କଷା ଚାଲିଛି। ପ୍ରଥମ ଦିନରେ ନାମାଙ୍କନ ଭରିଥିଲେ ମୋଟ ୮,୭୭୨ ଆଶାୟୀ। ସେଥିରୁ ମାତ୍ର ୨୨ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ଭରିଥିଲେ। ତାରିଖ ପାଖେଇ ଆସୁଥିଲେ ବି ଅଡୁଆ ତୁଟୁନି। ନାମାଙ୍କନ ପ୍ରଥମ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ମୋଟ ୮,୭୭୨ ଆଶାୟୀ। ୭,୧୧୬ ୱାର୍ଡ ମେମ୍ବର, ୧,୧୨୨ ସରପଞ୍ଚ, ୫୧୨ ପଞ୍ଚାୟତ ସମିତି ମେମ୍ବର ଓ ୨୨ ଜିଲ୍ଲା ପରିଷଦ ସଦସ୍ୟ ନାମାଙ୍କନ ଭରିଥିଲେ।

ସେହିପରି ଦ୍ବିତୀୟ ଦିନରେ ୧୦, ୭୩୪ ୱାର୍ଡ଼ ମେମ୍ବର,୧,୫୪୬ ସରପଞ୍ଚ, ୧,୦୩୪ ପଞ୍ଚାୟତ ସମିତି ମେମ୍ବର ଓ ୪୨ ଜଣ ଜିଲ୍ଲା ପରିଷଦ ସଦସ୍ୟ ନାମାଙ୍କନ ଭରିଛନ୍ତି।

ନାମାଙ୍କନର ଦୁଇ ଦିନ ହୋଇଥିଲେ ବି ସବୁ ଦଳରେ ଅଡୁଆ ସାଜିଛନ୍ତି ଏକାଧିକ ଆଶାୟୀ। ୨୧ ତାରିଖ ସରୁଛି ନାମାଙ୍କନ ଦାଖଲ କରିବା ସମୟ। ସମସ୍ତଙ୍କୁ ମନେଇ ତାଲିକା ଚୂଡାନ୍ତ କରି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ତିନି ଦଳ।

ବିଜେଡି ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି,"ଦଳରେ ବହୁତ ଆଶାୟୀ ଅଛନ୍ତି। କିନ୍ତୁ କିଛି ସମସ୍ୟା ନାହିଁ। ବିଜେଡି ପ୍ରତି ସମସ୍ତଙ୍କର ଆଗ୍ରହ ବଢ଼ିଛି। ଟିକେଟ ପାଇଁ ଅନେକ ପ୍ରକ୍ରିୟା ରହିଛି । ଆଉ କିଛି ପ୍ରକ୍ରିୟା ଥିବାରୁ ସବୁ ଅଡୁଆ ତୁଟାଇ ବୁଧବାର ସୁଦ୍ଧା ୮୫୩ ସିଟ ପାର୍ଥୀ ତାଲିକା ଚୂଡାନ୍ତ କରିବ ବିଜେଡି। ଚଳିତ ନିର୍ବାଚନରେ ସବୁ ସିଟରେ ବାଜିମାତ କରି ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବାକୁ ଯୋଜନା କରିଛି। ଏଥି ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତି ଅଛି।’’

ବିଜେପିରେ ଏପର୍ଯ୍ୟନ୍ତ ସମସ୍ୟା କମିନାହିଁ । ପ୍ରାର୍ଥୀ ତାଲିକା ଚୂଡାନ୍ତ ପାଇଁ ଦଳ ଅଙ୍କ କଷୁଛି। ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି," ବିଜେପିର ନିର୍ବାଚନ ପରିଚାଳନା ଶୃଙ୍ଖଳିତ ଭାବେ ଚାଲିଛି। ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନରେ ଗୋଟିଏ ଗୋଟିଏ ସଞ୍ଚାଳନ ସମିତି କରାଯାଇଛି। ଏହା ଜରିଆରେ ପ୍ରାର୍ଥୀଙ୍କ ପାରଦର୍ଶିତାକୁ ମୂଲ୍ୟାଙ୍କନ କରାଯାଉଛି। ବିଶେଷ କରି ପ୍ରାର୍ଥୀଙ୍କ ଲୋକପ୍ରିୟତାକୁ ପ୍ରାଧାନ୍ୟ ଦିଆଯାଉଛି । ଜିଲ୍ଲା ପରିଷଦ ଜୋନ ସଞ୍ଚାଳନ ସମିତି ଦ୍ୱାରା କୌଣସି ନିଷ୍ପତ୍ତି ନହୋଇ ପାରିଲେ ରାଜ୍ୟ ସ୍ତରରେ ଗଠିତ କମିଟି ଚୂଡାନ୍ତ ନିଷ୍ପତ୍ତି ନେଉଛନ୍ତି। ଆସନ୍ତା ଦିନେ ଦୁଇ ଦିନ ଭିତରେ ସବୁ ଚୂଡ଼ାନ୍ତ ହେବ। ପ୍ରାର୍ଥୀତ୍ବକୁ ନେଇ କୌଣସି ଅସହମତି ନାହିଁ।’’

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ ୮୦ ପ୍ରତିଶତରୁ ଅଧିକ ଯୁବକ ଯୁବତୀ ପ୍ରାର୍ଥୀ ହେବେ। ଟିକେଟ ବଣ୍ଟନ ଚୂଡାନ୍ତ ହୋଇଛି। ଆଉ ଅଳ୍ପ କିଛି ଅଛନ୍ତି ଯେଉଁମାନଙ୍କୁ ଖୁବ୍ ଶୀଘ୍ର ଟିକେଟ ବଣ୍ଟନ ହେବ।’’
Published by:Lipina Das
First published: