ଫେରାଅ ନାହିଁ କାଳିଆ ଟଙ୍କା, ଅଯୋଗ୍ୟ ହିତାଧିକାରୀମାନଙ୍କୁ କହିଲେ ବିରୋଧୀ ଦଳ ନେତା

ଅଯୋଗ୍ୟ ହିତାଧିକାରୀମାନଙ୍କ ନିକଟରୁ ଟଙ୍କା ଫେରସ୍ତ ନେଇ ସରକାର ସେମାନଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ ପତ୍ର ଲେଖିଛନ୍ତି । ହେଲେ ସେମିତି ହିତାଧିକାରୀଙ୍କୁ ଟଙ୍କା ନ ଫେରାଇବାକୁ ଆହ୍ୱାନ କରିଛନ୍ତି ବିରୋଧୀ ଦଳର ନେତା ।

ଫେରାଅ ନାହିଁ କାଳିଆ ଟଙ୍କା, ଅଯୋଗ୍ୟ ହିତାଧିକାରୀମାନଙ୍କୁ କହିଲେ ବିରୋଧୀ ଦଳ ନେତା
କାଳିଆ ଯୋଜନା ଉଦ୍ଘାଟନ ସମୟରେ ମୁଖ୍ୟ ମନ୍ତ୍ରୀ ଓ (ଡାହାଣ) ଜଣେ ଚାଷୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଅଯୋଗ୍ୟ ହିତାଧିକାରୀଙ୍କ ନିକଟରୁ କାଳିଆ ସହାୟତା ଟଙ୍କା ଫେରସ୍ତ କରିବାପାଇଁ ସରକାର ସେମାନଙ୍କୁ ଅନୁରୋଧ ପତ୍ର ଲେଖିଥିବା ବେଳେ ଟଙ୍କା ନ ଫେରାଇବାକୁ ଅଯୋଗ୍ୟ ହିତାଧିକାରୀଙ୍କୁ ନିବେଦନ କରିଛନ୍ତି ରାଜ୍ୟର ବିରୋଧୀଦଳ ନେତାମାନେ । କାଳିଆକୁ ନେଇ ଆରମ୍ଭରୁ ଲାଗି ରହିଥିବା ଦ୍ଵନ୍ଦ୍ୱ ଏବେ ବି ରାଜନୈତିକ ପଶାପାଲିରୁ ମୁକୁଳି ପାରୁନି ।

ଆରମ୍ଭରୁ ହିତାଧିକାରୀ ଚୟନ ନେଇ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିବା ସରକାର ଏବେ ବି ବିରୋଧୀଙ୍କ ନିଶାନାରୁ ବର୍ତ୍ତି ପାରିନାହାନ୍ତି । ଅଯୋଗ୍ୟ ହିତାଧିକାରୀମାନଙ୍କ ନିକଟରୁ ଟଙ୍କା ଫେରସ୍ତ ନେଇ ସରକାର ସେମାନଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ ପତ୍ର ଲେଖିଛନ୍ତି । ହେଲେ ଘଟଣାକୁ ନେଇ ପୂର୍ବାପେକ୍ଷା ନିଜ ସ୍ୱରକୁ ଅଧିକ ଶାଣିତ କରିଛନ୍ତି ବିରୋଧୀ ଦଳମାନେ । ଏପରିକି ବିରୋଧୀ ଦଳ ନେତା ଚାଷୀଙ୍କୁ ଟଙ୍କା ନ ଫେରାଇବାକୁ ନିବେଦନ କରିଛନ୍ତି ।

‘‘ସହାୟତା ପାଇଁ ଦରଖାସ୍ତ ପରେ ଯାଞ୍ଚ କରି ହିତାଧିକାରୀଙ୍କୁ ଟଙ୍କା ଦିଆଯାଇଥିବ। କିନ୍ତୁ ଏବେ ମାଗିବାର ଯଥାର୍ଥତା କଣ ଅଛି? ନିର୍ବାଚନ ଜିତିବା ପରେ ଏବେ ପଇସା କାହିଁକି ମାଗୁଛ? ହିତାଧିକାରୀଙ୍କୁ ସହାୟତା ଟଙ୍କା ନ ଫେରାଇବାକୁ ମୁଁ ଆହ୍ୱାନ କରୁଛି । ଚାଷୀ ନୁହେଁ, ବରଂ ଯେଉଁ ଅଧିକାରୀମାନେ ଏପରି ଭୁଲ ତାଲିକା ତିଆରି କରିଛନ୍ତି ସେମାନଙ୍କ ନିକଟରୁ ଟଙ୍କା ଆଣି ଭରଣା କରାଯାଉ,’’ କହିଛନ୍ତି ବିଧାନ ସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ନିର୍ବାଚନରେ ଭୋଟ ବ୍ୟବଧାନ ଆଡ଼େ ଇଶାରା କରି ସେ କଟାକ୍ଷ କରି କହିଛନ୍ତି ଯେ ପଇସା ନ ଦେଇଥିଲେ ବିଜେଡି ହୁଏତ ନିର୍ବାଚନ ଜିତି ପାରି ନ ଥାନ୍ତା।

ପ୍ରାୟ ୧ ଲକ୍ଷ ୬ ହଜାର ୬୩୧ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।


କଂଗ୍ରେସ ବି ଏହି ମାମଲାରେ ସରକାରଙ୍କୁ ସମାଲୋଚନା କରିଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି: ‘‘ନିର୍ବାଚନ ପୂର୍ବରୁ କିଛି ଯାଞ୍ଚ ନ କରି ଦଳୀୟ ନେତା ଓ କର୍ମୀ ଯେଉଁ ତାଲିକା ଦେଲେ ସେହି ତାଲିକା ଅନୁସାରେ ସରକାର ବାଣ୍ଟି ଦେଲେ । ଏବେ ମାଗିଲେ ଚାଷୀ ଆଣିବେ କୋଉଠୁ? ଯେଉଁ ଅଧିକାରୀ ଏସବୁ ଭୁଲ କରିଛନ୍ତି ତାଙ୍କ ଠାରୁ ଅର୍ଥ ଆଣି ଭରଣା କରାଯାଉ ।‘‘

ବିରୋଧୀଦଳ ନେତାଙ୍କ ଅଭିଯୋଗକୁ କାଉଣ୍ଟର କରିଛି ବିଜେଡି। ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି, ‘‘ସେ କଣ କହିଛନ୍ତି ଓ କେଉଁ ବୁଦ୍ଧିମାନ ମସ୍ତିଷ୍କରେ କହିଛନ୍ତି ମୁଁ ଜାଣିନାହିଁ । କିନ୍ତୁ ଯଦି କିଛି ତଥ୍ୟ ଅଛି ତେବେ ଜଣାନ୍ତୁ।’’

ଏହା ବି ପଢ଼ନ୍ତୁ: ପାକିସ୍ତାନ ଓ ଚୀନ୍ ପାଇଁ କାଳ! ବୁଧବାର ଦିନ ଭାରତରେ ପହଞ୍ଚିବ ୫ଟି ରାଫେଲ୍ ଯୁଦ୍ଧ ବିମାନ

ଏହା ବି ପଢ଼ନ୍ତୁ: ଗବେଷଣାରୁ ଜଣାପଡ଼ିଲା କାହିଁକି ମହିଳାଙ୍କ ତୁଳନାରେ ପୁରୁଷମାନେ କରୋନାର ଅଧିକ ଶିକାର ହେଉଛନ୍ତି

ସରକାରଙ୍କ ତଥ୍ୟ ଅନୁସାରେ ଫିଲଡ଼ ଭେରିଫିକେସନ ପରେ ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷ ୫ ହଜାର ୧୯୦ ଜଣ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଯାଞ୍ଚରୁ ଜଣାପଡ଼ିଥିଲା ଯେ ସେଥିରୁ ପ୍ରାୟ ୧ ଲକ୍ଷ ୬ ହଜାର ୬୩୧ ଜଣ ଅଯୋଗ୍ୟ ହିତାଧିକାରୀ ଥିଲେ । ଯେଉଁମାନେ ଅଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କୁ ଟଙ୍କା ଫେରାଇବା ନେଇ ଜିଲ୍ଲା କୃଷି ଅଧିକାରୀ ବ୍ୟକ୍ତିଗତ ଭାବେ ଅନୁରୋଧ ପତ୍ର ଲେଖିଛନ୍ତି । କିଛି ହିତାଧିକାରୀ ନିଜ ଆଡୁ ବି ଅର୍ଥ ଫେରାଇଛନ୍ତି ।
Published by: Anand Shankar Thankur Das
First published: July 27, 2020, 9:32 PM IST
corona virus btn
corona virus btn
Loading