‘‘ସରକାର ବାହାର ରାଜ୍ୟକୁ ଶସ୍ତାରେ ବିଜୁଳି ବିକୁଛନ୍ତି, ସେମାନଙ୍କ ଠାରୁ ମହଙ୍ଗା ଦରରେ କିଣୁଛନ୍ତି’’

ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇ ବିରୋଧୀ ଦଳମାନେ କହିଛନ୍ତି ଯେ ବିଭିନ୍ନ ସଂସ୍ଥା ଉପରେ ହଜାର ହଜାର କୋଟି ଟଙ୍କା ବକେୟା ପଡ଼ିଥିଲେ ବି କରୋନା ସମୟରେ ଲୋକଙ୍କ ଉପରେ ସରକାର ବୋଝ ଲଦୁଛନ୍ତି ।

‘‘ସରକାର ବାହାର ରାଜ୍ୟକୁ ଶସ୍ତାରେ ବିଜୁଳି ବିକୁଛନ୍ତି, ସେମାନଙ୍କ ଠାରୁ ମହଙ୍ଗା ଦରରେ କିଣୁଛନ୍ତି’’
ବିଜେପି ଶକ୍ତି ମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ।
  • News18 Odia
  • Last Updated: October 2, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାହାର ରାଜ୍ୟକୁ ରାଜ୍ୟ ସରକାର ୟୁନିଟ ପିଛା ୩ ଟଙ୍କା ୨୧ ପଇସାରେ ବିଦ୍ୟୁତ ବିକ୍ରି କରୁଛନ୍ତି ଆଉ ବାହାର ରାଜ୍ୟରୁ ୟୁନିଟ ପିଛା ୩ ଟଙ୍କା ୮୧ ପଇସାରେ କିଣୁଛନ୍ତି । କମ୍‌ ପଇସାରେ ବିକିବା ଓ ଅଧିକ ପଇସାରେ କିଣିବା ଏହା କାହା ସ୍ୱାର୍ଥରେ ବୋଲି ବିରୋଧୀ ଦଳ ବିଜେପି ପଚାରିଛି ଓ ବିଦ୍ୟୁତ ଶୁଳ୍କ ବଢ଼ାଇବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବିଧାନ ସଭାରେ ଦାବି କରିଛି ।

ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ  କହିଛନ୍ତି, ‘‘କରୋନା ମହାମାରୀ ସମୟରେ ଲୋକେ ଜୀବନ ଓ ଜୀବିକା ହରାଉଛନ୍ତି । ଏଭଳି ସ୍ଥିତିରେ ବିଜୁଳି ଦର ବୃଦ୍ଧି ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଛି । ଚାରୋଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ଉପରେ ୫ ହଜାର ୯୬୩ କୋଟି ୨୧ ଲକ୍ଷ ଟଙ୍କା ବାକି ପଡ଼ିଥିବା ବେଳେ ୨୬ ଟି ଶିଳ୍ପ ସଂସ୍ଥାରେ ପ୍ରାୟ ୩ ହଜାର କୋଟି ବକେୟା ଗଡୁଛି। ୩୦୨୦ଟି କମ୍ପାନୀ ଉପରେ ୫୧୫ କୋଟି ଟଙ୍କାର ଜଳକର ବକେୟା ପଡ଼ିଛି । ସେଗୁଡ଼ିକୁ ସରକାର ଏ ଯାଏଁ ଆଦାୟ କରିପାରୁନାହାନ୍ତି, କିନ୍ତୁ ଲୋକଙ୍କ ଉପରେ ବୋଝ ଲଦୁଛନ୍ତି। ବିଦ୍ୟୁତ ବିଲ୍‌ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ, ନହେଲେ ଶକ୍ତି ମନ୍ତ୍ରୀ ନିଜ ପଦ ଛାଡ଼ନ୍ତୁ ।’’

ବିଧାନ ସଭାରେ ବିଜୁଳି ଦର ବୃଦ୍ଧିକୁ ନେଇ ତାତି ଦେଖିବାକୁ ମିଳିଥିବା ବେଳେ କରୋନା ମହାମାରୀ ବେଳେ ‘ଗରିବଙ୍କୁ ବିଜୁଳି ମାଡ ଅମାନବୀୟ ନୀତିର ନମୂନା’ ଶୀର୍ଷକ ବିଜେପିର ମୁଲତବୀ ନୋଟିସ ଉପରେ ହୋଇଥିଲା ସରଗରମ ଆଲୋଚନା । ଏଥିରେ ବିରୋଧୀ ଦଳର ସଦସ୍ୟମାନେ ଭାଗ ନେଇ ସରକାରଙ୍କ ଉପରେ ବର୍ଷିଥିଲେ ।

ଚାରୋଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ଉପରେ ୫ ହଜାର ୯୬୩ କୋଟି ୨୧ ଲକ୍ଷ ଟଙ୍କା ବାକି ପଡ଼ିଛି ।


ଗତ ସାତ ବର୍ଷରେ ମାତ୍ର ୪ ପ୍ରତିଶତ ବିଜୁଳି ଶୁଳ୍କ ବୃଦ୍ଧି ହୋଇଥିବା ଶକ୍ତି ମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜ ଉତ୍ତରରେ କହିଥିଲେ ଓ ଏହି ସଦ୍ୟ ଶୁଳ୍କ ବୃଦ୍ଧି ବିପିଏଲ ପରିବାର ଓ କୃଷକଙ୍କ ପାଇଁ ଉଦ୍ଧିଷ୍ଟ ନୁହେଁ ବୋଲି ସ୍ପଷ୍ଟ କରିଥିଲେ । ବଡ଼ବଡ଼ିଆଙ୍କୁ ଛାଡ଼ କରି ଗରିବଙ୍କ ଉପରେ ବୋଝ ଲଡିବାକୁ ଏହା ଏକ ଉଦ୍ୟମ ବୋଲି କହିଥିଲେ ବିରୋଧୀ ଦଳମାନେ । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଥିଲା ବିଜେପି ସଦସ୍ୟମାନେ ।

ଏହା ବି ପଢ଼ନ୍ତୁ | ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ସଂକ୍ରମିତ ହେଲେ; କ୍ୱାରେଣ୍ଟାଇନରେ ରହିଲେ

ଏହା ବି ପଢ଼ନ୍ତୁ | ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତାଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

‘‘ବିଦ୍ୟୁତ ଦର ବୃଦ୍ଧି ଓଇଆରସି ଦ୍ୱାରା ନିର୍ଦ୍ଧାରଣ ହୋଇଥାଏ। ୨୦୧୩-୧୪ରେ ଶେଷ ଥର ପାଇଁ ବୃଦ୍ଧି କରାଯାଇଥିଲା ବିଦ୍ୟୁତ ଦର । ଚଳିତ ଦର ବୃଦ୍ଧି ବିପିଏଲ ଉପଭୋକ୍ତା ଓ କୃଷକଙ୍କ ପାଇଁ ଉଦ୍ଧିଷ୍ଟ ନୁହେଁ । ୭ ବର୍ଷରେ ମାତ୍ର ୪ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ପିଜିସିଏଲ, ଏନଟିପିସି ଓ ଏନଏଚପିସି ୬୮ ପଇସା ବୃଦ୍ଧି କରିଛନ୍ତି । କେବଳ ଗୋଟିଏ ରାଜ୍ୟକୁ ଛାଡ଼ିଦେଲେ ସବୁ ରାଜ୍ୟରେ ଓଡ଼ିଶା ଠୁ ଅଧିକ ରହିଛି ଦର ବୃଦ୍ଧି,’’ ମୁଲତବୀ ନୋଟିସ ଉପରେ ବିବୃତି ରଖି କହିଥିଲେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।



ଗୃହ ବାହାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ‘‘ଓଡ଼ିଶାରେ କରୋନା ସମୟରେ ସରକାର ବିଦ୍ୟୁତ ଦର ବୃଦ୍ଧି କରିଛନ୍ତି । ଲୋକେ ଦରମା ପାଉ ନାହାଁନ୍ତି । ଘରୁ ବାହାରିବାକୁ ସରକାର ମନା କରୁଛନ୍ତି । ଏପରି ସ୍ଥଳେ ଦର ବୃଦ୍ଧି ଠିକ୍‌ ନୁହେଁ । ୨୯ଟି କମ୍ପାନୀକୁ ୩,୦୦୦ କୋଟି ଟଙ୍କା ଛାଡ଼ କରିବାକୁ ଯାଉଛନ୍ତି ସରକାର । ଶିଳ୍ପକୁ ଓ ନିଜ ନେତାଙ୍କ ସଂସ୍ଥାକୁ ଛାଡ଼ କରୁଛନ୍ତି, କିନ୍ତୁ ଗରିବ ଲୋକଙ୍କ ଉପରେ ଲଦୁଛନ୍ତି ବୋଝ । ସରକାର ବକେୟା ଆଦାୟ କରି ଗରିବ ଲୋକଙ୍କୁ ଛାଡ଼ କରିବା ଉଚିତ ।’’
Published by: Anand Shankar Thankur Das
First published: October 2, 2020, 11:58 PM IST
corona virus btn
corona virus btn
Loading