ଜଙ୍ଗଲ ନିଆଁ ଓ ଧାନ କିଣା: ବିଧାନ ସଭାରେ ବିରୋଧୀ ଉଠାଇବେ ‘ସରକାରଙ୍କ ମିଛ’ ପ୍ରସଙ୍ଗ
ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବିଧାନ ସଭା ବଜେଟ୍ ଅଧିବେଶନର ଦ୍ୱୀତିୟ ପର୍ଯ୍ୟାୟରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ରାଜ୍ୟର ଜଙ୍ଗଲଗୁଡ଼ିକରେ ଲାଗିଥିବା ନିଆଁ ଓ ଧାନ କିଣାରେ ହେଉଥିବା ଅବ୍ୟବସ୍ଥା ଉପରେ ସରକାରଙ୍କୁ ପ୍ରଶ୍ନ କରିବେ ।

ଜଙ୍ଗଲ ନିଆଁ ଓ ଧାନ କିଣା ବର୍ତ୍ତମାନର ମୁଖ୍ୟ ରାଜନୈତିକ ପ୍ରସଙ୍ଗ
- News18 Odia
- Last Updated: March 11, 2021, 9:48 PM IST
ଭୁବନେଶ୍ୱର: ଶୁକ୍ରବାରଠାରୁ ଆରମ୍ଭ ହେଉଛି ରାଜ୍ୟ ବିଧାନ ସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଆରମ୍ଭରୁ ହିଁ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହୋଇ ରହିଛନ୍ତି । ଜଙ୍ଗଲ ନିଆଁ, ଆଇନଶୃଙ୍ଖଳା, ଧାନମଣ୍ଡି ଓ ବେକାରୀ ଭଳି ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିବେ ବିରୋଧୀ ଦଳମାନେ । ହେଲେ ସରକାର ବିରୋଧୀଙ୍କ ସବୁ ପ୍ରଶ୍ନକୁ ସାମ୍ନା କରିବା ସହ ଗଠନମୂଳକ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ।
’’ରାଜ୍ୟର ଅନେକ ଜଙ୍ଗଲରେ ଲାଗିଥିବା ନିଆଁ, ବିଶେଷ କରି ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ, ଯୋଗୁଁ ଅନେକ ବନ୍ୟ ଜନ୍ତୁ ଓ ଉଦ୍ଭିଦଙ୍କ ସହ ମଣିଷମାନେ ବି ବିପଦରେ ପଡ଼ିଥିଲେ, ହେଲେ ଏଥି ପ୍ରତି ସରକାରଙ୍କ ନିଘା ନ ଥିଲା । ଫେବୃଆରୀ ୨୮ ତାରିଖଠୁ ରାଜ୍ୟରେ ଥିବା ବିଭିନ୍ନ ଜଙ୍ଗଲରେ ୧୯,୨୩୩ଟି ସ୍ଥାନରେ ନିଆଁ ଲାଗିଛି, ହେଲେ ସରକାର ଏଥି ପ୍ରତି ଘୋର୍ ଅବହେଳା ଦେଖାଇଛନ୍ତି ଓ ନିଆଁ ଲିଭା କାମ ସଫଳତାର ସହ ଚାଲିଛି ବୋଲି ମିଛ କହି ଲୋକଙ୍କୁ ଠକିଛନ୍ତି,’’ କହିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।
ଏହା ବି ପଢ଼ନ୍ତୁ | Bengal Polls: ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଲା; ଗୋଡ଼ ଓ ଛାତିରେ ଆଘାତ ଲାଗିଥିବା କହିଲେ

ନିକଟରେ ବିଜେପିର ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟ ଶାସନ ସଚିବଙ୍କୁ ଜଙ୍ଗଲ ନିଆଁ ପ୍ରସଙ୍ଗରେ ଦାବି ପତ୍ର ଦେଇଥିଲା ।
ଏହା ଛଡ଼ା ସରକାର ଚାଷୀଙ୍କଠୁ ସବୁ ଧାନ କିଣିବାକୁ ପ୍ରତିଶୃତି ଦେଇଥିଲେ ବି ମଣ୍ଡିରେ ବସ୍ତାବସ୍ତା ଧାନ ପଡ଼ି ରହିଥିବା ପ୍ରସଙ୍ଗ ମଧ୍ୟ ଉଠିବ ବିଧାନ ସଭାରେ । ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ବକ୍ତବ୍ୟ ରଖି କହିଥିଲେ ଯେ ସବୁ ଚାଷୀଙ୍କ ଠାରୁ ଧାନ କିଣାଯିବ ଓ ମିଛ ଚାଷୀଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମଲ୍ଲିକା ଶେରାୱତ୍ କେବଳ ଟାୱେଲ୍ ପିନ୍ଧି ଫଟୋ ଶେୟାର୍ କଲେ; ତାପମାତ୍ରା ହଠାତ୍ ବଢ଼ିଗଲା!
‘‘ମନ୍ତ୍ରୀଙ୍କ ବିବୃତି ସତ୍ତ୍ୱେ ମଣ୍ଡିରୁ ଉଠୁନି ଧାନ । ସରକାର ଗୃହରେ ମିଥ୍ୟା କଥା କହୁଛନ୍ତି । ଧାନ କିଣାରେ ଘୋର ଅବ୍ୟବସ୍ଥା ବ୍ୟାପ୍ତ ଅଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବି କ୍ରମଶଃ ଖରାପ ହେବାରେ ଲାଗିଛି,’’ କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
ଏହା ବି ପଢ଼ନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
ବିରୋଧୀ ଦଳମାନେ ସରକାରଙ୍କୁ ଘେରିବା ପାଇଁ ପ୍ରସଙ୍ଗ ଓ ପ୍ରଶ୍ନ ପ୍ରସ୍ତୁତ କରି ରଖିଥିବା ବେଳେ ବିରୋଧୀଙ୍କ ସବୁ ପ୍ରସଙ୍ଗକୁ ସାମ୍ନା କରିବାକୁ ସରକାରୀ ଦଳ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ବିଜେଡି ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ । ‘‘ବିଧାନ ସଭାରେ ଗଠନମୂଳକ ଆଲୋଚନା ପାଇଁ ଆମେ (ସରକାରୀ ଦଳ) ପ୍ରସ୍ତୁତ ଅଛୁଁ,’’ ସେ କହିଛନ୍ତି ।
ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୯ ଯାଏଁ ଚାଲିବ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏଥିରେ ସବୁ ବିଭାଗର ଖର୍ଚ୍ଚ ଦାବି ଉପରେ ବି ଆଲୋଚନା ହେବ ।