ପଞ୍ଚାୟତ ନିର୍ବାଚନରେ OBC ସଂରକ୍ଷଣ ହଟିବା ପରେ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ ଦଳମାନେ

Odisha Opposition targets government after OBC reservation is scrapped in panchayat polls | ‘‘ରାଜ୍ୟ ସରକାରଙ୍କ ଓବିସି ପ୍ରତି ଘୄଣାଭାବ ରହୁଛି । ରାଜ୍ୟ ସରକାର ବୋଧେ ଜାଣାନାହାନ୍ତି ରାଜ୍ୟରେ ୫୧ ପ୍ରତିଶତ ଓବିସି ଅଛନ୍ତି । ଜାଣିଶୁଣି ମନଗଢ଼ା ତାଲିକା କରିଥିଲେ,’’ କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ପୌର ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି (ପ୍ରତୀକାତ୍ମକ ଛବି)

ପୌର ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗ ବା ଓବିସିଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ ବୋଲି ସ୍ପଷ୍ଟ ହେବା ପରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ହାଇ କୋର୍ଟଙ୍କ ରାୟ ଅନୁସାରେ ଓବିସିଙ୍କ ପାଇଁ ସଂରକ୍ଷିତ ସବୁ ଆସନ ଅଣସଂରକ୍ଷିତ କରି ଦିଆଯିବ । ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ପଦବୀ ପାଇଁ ରାଜ୍ୟର ଜନସଂଖ୍ୟା ପ୍ରତିଶତ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ ।

ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନିମନ୍ତେ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ ରାଜ୍ୟ କ୍ଷେତ୍ରରେ ଡିସେମ୍ବର ୧୭ରେ ସୁପ୍ରିମ୍‌ କୋର୍ଟ ଯେଉଁ ଆଭିମୁଖ୍ୟ ଗ୍ରହଣ କଲେ, ତାହା ଓଡ଼ିଶା ସରକାରଙ୍କ ନିର୍ବାଚନ ଗଣିତକୁ ବିଗାଡି଼ଦେଇଛି । ଯଦି କୌଣସି ଅଞ୍ଚଳରେ ପଛୁଆ ବର୍ଗମାନଙ୍କର ଜନସଂଖ୍ୟାର ନିର୍ଦ୍ଦିଷ୍ଟ ତଥ୍ୟ ଉପଲବ୍ଧ ନ ଥିବ, ତେବେ ସେ ଅଞ୍ଚଳରେ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଆସନ ଅଣସଂରକ୍ଷିତ ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଦେଇଥିଲେ । ଫଳରେ ଏବେ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ସଂରକ୍ଷଣ ଆଦୌ ରହିବନାହିଁ । ଅନୁସୂଚିତ ଜାତି, ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ରଖିବା ପରେ ବାକି ଆସନ ଅଣସଂରକ୍ଷିତ ବା ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ସୁପ୍ରିମ୍‌ କୋର୍ଟଙ୍କ ସେହି ରାୟକୁ ଆଧାର କରି ରାଜ୍ୟ ସରକାରଙ୍କୁ ଆଉ ଥରେ ସଂରକ୍ଷଣ ତାଲିକା ପ୍ରକାଶ କରିବା ପାଇଁ କହିଛନ୍ତି ହାଇ କୋର୍ଟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

‘‘ରାଜ୍ୟ ସରକାରଙ୍କ ଓବିସି ପ୍ରତି ଘୄଣାଭାବ ରହୁଛି । ରାଜ୍ୟ ସରକାର ବୋଧେ ଜାଣାନାହାନ୍ତି ରାଜ୍ୟରେ ୫୧ ପ୍ରତିଶତ ଓବିସି ଅଛନ୍ତି । ଜାଣିଶୁଣି ମନଗଢ଼ା ତାଲିକା କରିଥିଲେ । ହାଇ କୋର୍ଟଙ୍କୁ ମୁଁ ଧନ୍ୟବାଦ ଦେଉଛି ଯେ ନବୀନଙ୍କ ଏକଛତ୍ରବାଦ ଶାସନକୁ ସେ ଦମନ କରିଛନ୍ତି ଓ ପୁନଃ ତାଲିକା ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି,’’ କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଲା

ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି, ‘‘ସରକାର ହୀନ ଉଦ୍ଦେଶ୍ୟ ରଖି ସଂରକ୍ଷଣ ତାଲିକା କରିଥିଲେ । ସରକାର ଭୋଟ ପାଇଁ ଏସ୍‌.ସି.-ଏସ୍‌.ଟି.ଙ୍କୁ ଗୁରୁତ୍ୱ ଦେଉଛନ୍ତି । ଓବିସିକୁ କ୍ରମାଗତ ଭାବେ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବା ସହ ଅବହେଳା କରୁଛନ୍ତି । ରାଜ୍ୟ ସରକାର ଗଙ୍ଗା ଯିବା କଥା କହୁଛନ୍ତି, ଗୋରୁ ମାରିବା କଥା କହୁନାହାନ୍ତି । ଏଥିରେ କାହାର ତୄଟି ରହିଛି?’’

ଏହା ବି ପଢ଼ନ୍ତୁ | କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ

ଜବାବରେ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, ‘‘ସରକାରଙ୍କ ତାଲିକାରେ କିଛି ତୄଟି ନ ଥିଲା । ବିଧାନସଭାରେ ଏହା ପାରିତ ହୋଇ ଥିଲା । ଓବିସି ପାଇଁ ବିଜେଡି ସରକାରର ସମ୍ମାନ ଅଛି । ସେମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଆଗଭର । ହାଇ କୋର୍ଟଙ୍କ ନିର୍ଦ୍ଦେଶକୁ ସରକାର ଓ ଦଳ ସମ୍ମାନ ଦେଉଛି ।’’

ଏହା ବି ପଢ଼ନ୍ତୁ | ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁ

ହାଇ କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଏବେ ସବୁ ଜିଲ୍ଲାପାଳ ସଂରକ୍ଷଣ ତାଲିକା ପୁନଃ ପ୍ରକାଶ କରିବେ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକମାନେ । ହାଇ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଭାଗ୍ୟବାନ ଗାଇ! ବାଇକ୍ରେ ବସି ବୁଲୁଛି ଜାଗାରୁ ସେ ଜାଗା

ଏବେ ଡିସେମ୍ବର ୨୭ରେ ପଞ୍ଚାୟତ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ନୋଟିଫିକେସନ୍ ବା ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ । ଜିଲ୍ଲାପାଳମାନେ ଏହା ଉପରେ ଆପତ୍ତି/ଅଭିଯୋଗ ଆହ୍ବାନ କରିବେ । ଜାନୁଆରୀ ୩ ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରାଯିବ । ଜାନୁଆରୀ ୫ ସୁଦ୍ଧା ଜିଲ୍ଲାପାଳମାନେ ଆପତ୍ତି ଅଭିଯୋଗ ଉପରେ ନିଷ୍ପତ୍ତି ଗ୍ରହଣ କରିବେ । ଏହା ପରେ ଜାନୁଆରୀ ୭ ତାରିଖ ଦିନ ରାଜ୍ୟ ନିର୍ବାଚନ କମିସନଙ୍କୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ସଂକ୍ରାନ୍ତରେ ଅବଗତ କରାଯିବ । ତା’ ପରେ ଜାନୁଆରୀ ୮ରେ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ।
Published by:Anand S.T. Das
First published: