• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ହକି ପରେ ଏଥର ଓଡ଼ିଶାରେ ଆୟୋଜିତ ହେବ ବିଶ୍ବସ୍ତରୀୟ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଓଡ଼ିଶା ଓପନ୍ ସୁପର-୧୦୦

ହକି ପରେ ଏଥର ଓଡ଼ିଶାରେ ଆୟୋଜିତ ହେବ ବିଶ୍ବସ୍ତରୀୟ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଓଡ଼ିଶା ଓପନ୍ ସୁପର-୧୦୦

ଆସନ୍ତା ବର୍ଷ ଜାନୁଆରୀ ୨୫ରୁ ୩୦ ତାରିଖ ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିରେ ଦେଶ ବିଦେଶର ଶତାଧିକ ପ୍ରତିଷ୍ଠିତ ବ୍ୟାଡମିଣ୍ଟନ୍ ଖେଳାଳି ଅଶଂ ଗ୍ରହଣ କରିବେ ।

ହକି ପରେ ଏଥର ଓଡ଼ିଶାରେ ଆୟୋଜିତ ହେବ ବିଶ୍ବସ୍ତରୀୟ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଓଡ଼ିଶା ଓପନ୍ ସୁପର-୧୦୦

ହକି ପରେ ଏଥର ଓଡ଼ିଶାରେ ଆୟୋଜିତ ହେବ ବିଶ୍ବସ୍ତରୀୟ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଓଡ଼ିଶା ଓପନ୍ ସୁପର-୧୦୦

  • Share this:
News18 Odia Digital

କଟକ: ହକି ସହିତ ବିଭିନ୍ନ କ୍ରିଡ଼ାକୁ ପ୍ରୋତ୍ସାହିତ କରି ସମଗ୍ର ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଓଡ଼ିଶା ଏବେ ଆୟୋଜନ କରିବାକୁ ଯାଉଛି ଏକ ବିଶ୍ବସ୍ତରର ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଏହି ପ୍ରତିଯୋଗିତାର ନାମ ରଖାଯାଇଛି "ଓଡ଼ିଶା ଓପନ ସୁପର -୧୦୦"। ଏହି ପ୍ରତିଯୋଗୀତାକୁ ବ୍ୟାଡମିଣ୍ଟନ ୱାଲ୍ଡ ଫେଡରେସନ ବା ବିଡବ୍ଲୁଏଫ ପରିଚଳନା କରିବାକୁ ଥିବା ବେଳେ ଏହା କଟକର ଇଣ୍ଡୋର ଷ୍ଟାଡିୟମ୍ ଅନୁଷ୍ଠିତ ହେବ।

ଆସନ୍ତା ବର୍ଷ ଜାନୁଆରୀ ୨୫ରୁ ୩୦ ତାରିଖ ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିରେ ଦେଶ ବିଦେଶର ଶତାଧିକ ପ୍ରତିଷ୍ଠିତ ବ୍ୟାଡମିଣ୍ଟନ୍ ଖେଳାଳି ଅଶଂ ଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ପୁରୁଷ ଓ ମହିଳା ବର୍ଗ ଓ ବିଭିନ୍ନ ରାଙ୍କର ଦେଶ ତଥା ଦେଶ ବାହାରର ଶତାଧିକ ପ୍ରତିଯୋଗି ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ଏହି ପ୍ରତିଯୋଗିତାକୁ ଆୟୋଜନ କରିବାକୁ ଯାଉଥିବା ନେଇ ରାଜ୍ୟ କ୍ରିଡ଼ା ବିଭାଗ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ମଧ୍ୟ ଦେଇଛି ।

ରାଜ୍ୟ ଅଲମ୍ପିକ ସଂଘର ସମ୍ପାଦକ ଅଭିଜିତ ପାଲ କହିଛନ୍ତି, "କ୍ରିଡ଼ାର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପମାନ ନେଉଛନ୍ତି ତାହା ନିଶ୍ଚୟ ପ୍ରଶଂସା ଯୋଗ୍ୟ । ସରକାର ହକିକୁ ପ୍ରମୋଟ୍ କରି ଭାତୀୟ ହକିକୁ ଭିନ୍ନ ଏକ ସ୍ତରରେ ପହଁଞ୍ଚାଇ ସାରିଛନ୍ତି । ଏହା ସହ ଓଡ଼ିଶାରେ ହକି ବିଶ୍ବକପର ଆୟୋଜନ ମଧ୍ୟ ରାଜ୍ୟକୁ ବିଶ୍ବ ଦରବାରରେ ପରିଚିତ କରାଇବାରେ ସରକାର ସଫଳ ହୋଇଛନ୍ତି । ଏବେ ବ୍ୟାଟମିଣ୍ଟନକୁ ରାଜ୍ୟ ସରକାରଙ୍କ ଏହି ପ୍ରୋତ୍ସାହନ ନିହାତି ଭାବେ ରାଜ୍ୟରେ ଏହି କ୍ରିଡ଼ାର ବିକାଶ ଦିଗରେ ନୂଆ ଏକ ଅଧ୍ୟାୟ ସୃଷ୍ଟି କରିବ । ଏଥି ପାଇଁ ସଂଘ ପକ୍ଷରୁ ଆମେ ମୁଖ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।"

"ବ୍ୟାଡମିଣ୍ଟନ୍ ୱାଲ୍ଡ ଫେଡରେସନ୍" ବା "ବିଡବ୍ଲୁଏଫ" ପକ୍ଷରୁ ପୂର୍ବରୁ ହାଇଦ୍ରବାଦ ଓ ନୂଆ ଦିଲ୍ଲୀରେ ଏହି ଭଳି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଥିଲା । ତେବେ କୋଭିଡ ମହାମାରୀ ଜନିତ ପ୍ରତିବନ୍ଧକ ପାଇଁ ଗତ ଦୁଇ ବର୍ଷ ହେଲା ଭାରତରେ ଏହି ପ୍ରତିଯୋଗିତା ଆୟୋଜନ ହୋଇନଥିଲା । ତେବେ ଚଳିତ ବର୍ଷ ବର୍ଷ ଓଡ଼ିଶା ସରକାର ଏହି ପ୍ରତିଯୋଗିତା ପାଇଁ ସମସ୍ତ ଭିତ୍ତିଭୂମି ଓ ପ୍ରୋତ୍ସାହନ ଯୋଗାଇ ଦେବାର ପ୍ରତିଶୃତି ଦେବା ପରେ ବ୍ୟାଡମିଣ୍ଟନ ୱାଲ୍ଡ ଫେଡରେସନ ବା ବିଡବ୍ଲୁଏଫ ପକ୍ଷରୁ କଟକରେ ଏହାର ଭେନୁ ସ୍ଥିର କରାଯାଇଛି ।

ତେବେ ଏହି ଟୁର୍ଣ୍ଣାମେଣ୍ଟରେ ନିର୍ଦ୍ଧିଷ୍ଟ ଭାବେ କେତୋଟି ଦେଶର କେତେ ସଂଖ୍ୟକ ଖେଳାଳି ଭାଗ ନେବା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ମୁଖ୍ୟତଃ ଏସିଆ ମହାଦେଶ ଦେଶଗୁଡ଼ିକ ଏହାର ଅଶଂବିଶେଷ ହୋଇ ପାରିନ୍ତି ବୋଲି ଆଲୋଚନା ହେଉଛି ।

ଗତ ବର୍ଷ ଜାନୁଆରୀ ମାସରେ ଖେଲୋ ଇଣ୍ଡିଆର ବିଶ୍ବବିଦ୍ୟାଳୟ ସ୍ତରର ବ୍ୟାଡମିଣ୍ଟନ ପ୍ରତିଯୋଗିତା କଟକର ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ରାଜ୍ୟ ସରକାର ସଫଳତାର ସହ ସେହି ପ୍ରତିଯୋଗିତାକୁ ଆୟୋଜନ କରିବା ପରେ ବ୍ୟାଡମିଣ୍ଟନ ୱାଲ୍ଡ ଫେଡରେସନ ଏହି ବିଶ୍ବସ୍ତରର ପ୍ରତିଯୋଗିତା ପାଇଁ ଓଡ଼ିଶାକୁ ଚୟନ କରିଥିବା କୁହାଯାଉଛି ।

ପୂର୍ବତନ ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ତଥା କୋଚ କମଲ ଦାସ କହିଛନ୍ତି, ‘‘ଏହି ଟୁର୍ଣ୍ଣାମେଣ୍ଟ ସୁପର ସିରିଜ ୩୦୦ ବର୍ଗରେ ଆସୁଛି । ଏହି ଟୁର୍ଣ୍ଣାମେଣ୍ଟରେ ବହୁତ ଅନ୍ତର୍ଜାତୀୟ ଖେଳାଳି ଭାଗ ନେବେ । ଓଡ଼ିଶାରେ ପ୍ରଥମ ଥର ଲାଗି ଏହି ଭଳି ଏକ ଅନ୍ତର୍ଜାତୀୟ ସ୍ତରର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି । ଏହାର ଓଡ଼ିଶାର ପିଲାମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିବ । ଏପରିକି ଯେଉଁମାନେ ବ୍ୟାଡମିଣ୍ଟନ ଖେଳୁଛନ୍ତି ସେମାନେ ମଧ୍ୟ ଉତ୍ସାହିତ ହେବେ ।"
Published by:Lipina Das
First published: