ପାଠାଗାର ଆନ୍ଦୋଳନର ଅନ୍ୟତମ ଦୂତ ସାଜିଲେ ଓଲିଉଡ୍‌ କୁଇନ୍ ବର୍ଷା ପ୍ରିୟଦର୍ଶିନୀ

ଦାଶିଆ ଅଜା ଭାବେ ଜଣାଶୁଣା ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ ମାତ୍ର ୫ଟି ପୁସ୍ତକକୁ ନେଇ ପାଠାଗାର ଆରମ୍ଭ କରିଥିଲେ । ସମୟେ କ୍ରମେ ଏହି ପାଠାଗାରରେ ଦେଢ଼ଲକ୍ଷରୁ ଊଦ୍ଧ୍ୱର ପୁସ୍ତକ ସଂଗୃହିତ ହୋଇ ରହିଛି ।

ପାଠାଗାର ଆନ୍ଦୋଳନର ଅନ୍ୟତମ ଦୂତ ସାଜିଲେ ଓଲିଉଡ୍‌ କୁଇନ୍ ବର୍ଷା ପ୍ରିୟଦର୍ଶିନୀ
ପାଠାଗାର ଆନ୍ଦୋଳନର ଅନ୍ୟତମ ଦୂତ ସାଜିଲେ ଓଲିଉଡ୍‌ କୁଇନ୍ ବର୍ଷା ପ୍ରିୟଦର୍ଶିନୀ
  • News18 Odia
  • Last Updated: December 17, 2020, 10:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଓଡ଼ିଶାରେ ପୁଣି ଥରେ "ଆମ ପାଠାଗାର" ଆନ୍ଦୋଳନକୁ ପୁନଃ ଉଜ୍ଜୀବିତ କରିବାକୁ ଅଣ୍ଟା ଭିଡିଛନ୍ତି ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ । ରାଜ୍ୟରେ ପାଠାଗାର ଆନ୍ଦୋଳନର ଅଗ୍ରଗାମୀ ଦୂତ କୁହାଯାଉଥିବା ଦିବଂଗତ ଦାସିଆ ଅଜାଙ୍କ ପଦାନୁସରଣ କରି ଲୋକଙ୍କ ପଢିବା ମାନସିକତାକୁ ଉଜ୍ଜୀବିତ କରିବା ଏହି ଉଦ୍ୟମର ଲକ୍ଷ୍ୟ । ଅଭିଯାନର ଏକ ଅଂଶ ସ୍ୱରୂପ ବର୍ଷା ଓଡ଼ିଶାର ଓ ଦେଶର ଅନ୍ୟ ପ୍ରାନ୍ତରେ ଇଚ୍ଛୁକ ଦାତାମାନଙ୍କଠାରୁ ପୁସ୍ତକ ସଂଗ୍ରହ କରି ସାରା ରାଜ୍ୟର ପିଲାମାନଙ୍କୁ ଦାନ କରିବେ । ଏହା ସହିତ ପ୍ରତ୍ୟେକ ଜିଲ୍ଲାରେ "ଆମ ପାଠାଗାର " ସ୍ଥାପନକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ବର୍ଷା ।

"ଦିନଥିଲା ସଂଖ୍ୟାଧିକ ଲୋକଙ୍କ ପାଇଁ କିଛିନା କିଛି ପଢ଼ିବାର ମାନସିକତା ଥିଲା । ବହିଟିଏ ଥିଲା ବିଭିନ୍ନ ଲୋକଙ୍କ ନିତିଦିନିଆ ସାଥୀ । ବହି ବି ଥିଲା ଅନେକ ଲୋକଙ୍କ ପାଇଁ ଶିଖିବା ଓ ମନୋରଞ୍ଜନର ମାଧ୍ୟମ। ହେଲେ ବଦଳୁଥିବା ମାନସିକତା ଅନୁସାରେ ବଦଳି ଯାଇଛି ଅନେକ ଲୋକଙ୍କ ମାନସିକତା । ବହି ବଦଳରେ ତୁରନ୍ତ ମନୋରଞ୍ଜନ ଓ ଶିଖିବାର ମାନସିକତା ପାଲଟିଛି ଡିଜିଟାଲ ଡିଭାଇସ । ସବୁଠାରୁ ବଡ଼କଥା ହେଲା ଆମ ଭିତରେ ଏବେ ବି ଅନେକ ଛୋଟ ଛୋଟ ପିଲାମାନେ ଅଛନ୍ତି ଯେଉଁ ମାନଙ୍କ ପାଖରେ ବହି କିଣିବାକୁ ପଇସା ନାହିଁ । ତେଣୁ ଦାସିଆ ଅଜା ଆରମ୍ଭ କରିଥିବା 'ଆମ ପାଠାଗାର' ଅଭିଯାନର ଆବଶ୍ୟକତା ଅଛି," କହିଛନ୍ତି ଅଭିନେତ୍ରୀ ବର୍ଷା ।

ସୂଚନା ଅନୁସାରେ ଦାଶିଆ ଅଜା ଭାବରେ ଜଣାଶୁଣା ସ୍ବର୍ଗତ ଦାଶରଥୀ ପଟ୍ଟନାୟକ ଓଡିଶାରେ ପାଠାଗାର ଆନ୍ଦୋଳନର ଅଗ୍ରଦୂତ ଥିଲେ । ନୟାଗଡ଼ ଜିଲ୍ଲାର ଉଦୟପୁର ନାମକ ଏକ ଅଳ୍ପ ପରିଚିତ ଗାଁରେ ଜନ୍ମଗ୍ରହଣ କରିଥିଲେ । ଏକ ପେଢିରେ କେବଳ ମାତ୍ର ୫ଟି ପୁସ୍ତକରୁ ଲାଇବ୍ରେରୀ ଆରମ୍ଭ କରିଥିଲେ ଦାଶିଆ ଅଜା । ଦାରିଦ୍ର୍ୟ ଅଳ୍ପ ଶିକ୍ଷା ଓ ଜୀବନର ଅଭାବକୁ ଖାତିର ନକରି ପୁସ୍ତକ, ପତ୍ରିକା, ତଥା ଅନ୍ୟାନ୍ୟ ସ୍ମାରକପତ୍ର ସଂଗ୍ରହ କରିବାରେ ନିଜକୁ ଉତ୍ସର୍ଗ କରିଥିଲେ । ଶେଷରେ ୧୯୫୯ ମସିହାରେ ତାଙ୍କ ନିଜ ଗ୍ରାମରେ ଏକ ପାଠାଗାର ସ୍ଥାପନ କରିଥିଲେ । ଯେଉଁଠାରେ ବର୍ତ୍ତମାନ ଦେଢ଼ ଲକ୍ଷରୁ ଅଧିକ ପୁସ୍ତକ ଓ ସାମୟିକ ପତ୍ରିକା, ପାଣ୍ଡୁଲିପି, ଚିତ୍ର ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ସମ୍ବନ୍ଧୀୟ ପୁସ୍ତକ ରହିଛି ।

“ଆମ ପାଠାଗାର” ଉଦ୍ୟମ ମାଧ୍ୟମରେ ଦାଶିଆ ଅଜାଙ୍କ ଦ୍ୱାରା ପରିଚାଳିତ ପାଠାଗାର ଆନ୍ଦୋଳନକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଥିବା ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଉଦ୍ୟମକୁ ମିଳିଛି ପ୍ରଶଂସା । ବିଶେଷ କରି ଓଡ଼ିଶା ତଥା ଓଡ଼ିଶା ବାହାରେ ଉତ୍ସାହୀ ଦାତାମାନଙ୍କଠାରୁ ପୁସ୍ତକ ଓ ପତ୍ରିକା ସଂଗ୍ରହ କରି ସାରା ରାଜ୍ୟରେ ଅଭାବୀ ପିଲାମାନଙ୍କୁ ଦାନ କରିବାକୁ ବର୍ଷାଙ୍କ ଉଦ୍ୟମ ଅଭିନନ୍ଦନୀୟ," କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର।

ନିଜ ଉଦ୍ୟମର ପ୍ରଥମ ଦିନରେ କିଛି ଦାତାମାନଙ୍କଠାରୁ ବିଦ୍ୟାଳୟ ପାଠ୍ୟ ପୁସ୍ତକ ଓ ରେଫରେନ୍ସ ବହି ସମେତ କିଛି ପ୍ରସିଦ୍ଧ ଉପନ୍ୟାସ ଓ ଜୀବନୀ ପୁସ୍ତକ ଥିବା ଦୁଇଟି ପୁସ୍ତକ କ୍ୟାବିନେଟକୁ ବର୍ଷା ଖଣ୍ଡଗିରିର ଜୀବନ ଜ୍ୟୋତି ଆଶ୍ରମର ପିଲାମାନଙ୍କୁ ଦାନ କରିଥିଲେ । ଏଥି ସହିତ କୋଭିଡ ମହାମାରୀ ସମୟରେ ସରକାରୀ ବିଦ୍ୟାଳୟ ବନ୍ଦ ଥିବା ବେଳେ ଯନିଜ ଉଦ୍ୟମରେ ପାଠ ପଢିବାକୁ ସୁନିଶ୍ଚିତ କରିବା ପାଇଁ ନିଜ ଗ୍ରାମର ପିଲାମାନଙ୍କୁ ନିଃସ୍ୱାର୍ଥପର ଭାବେ ଶିକ୍ଷା ଦାନ କରିଥିବା ବଲାଙ୍ଗୀର ଝିଅ ଦିଲେସ୍ୱରୀ ଧରୁଆଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା ।
Published by: Jagdish Barik
First published: December 17, 2020, 10:36 AM IST
corona virus btn
corona virus btn
Loading